ବୁଦା ମୂଳରେ ଲୁଚିଥିଲେ ୩ ଚୋର; ମାଡି ବସିଲେ ଗ୍ରାମବାସୀ
- News18 Odia
- Last Updated :
- Odisha (Orissa), India
News 18 Odia Digital
ବ୍ରହ୍ମପୁର; ଚୋର ସନ୍ଦେହରେ ଯୁବକକୁ ଧରି ଥାନାରେ ଦେଲେ ଗ୍ରାମବାସୀ । ଗତକାଲି ରାତିରେ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲକତୁରୁ ଗାଁରେ ତିନି ଜଣ ଯୁବକ ଏକ ଲତାବୁଦାରେ ଲୁଚି ରହିଥିଲେ । କିଛି ଗ୍ରାମବାସୀଙ୍କ ନଜରରେ ତାହା ପଡିବାରୁ ଉକ୍ତ ଯୁବକ ମାନଙ୍କୁ ଧରିବାକୁ ପ୍ରଚେଷ୍ଟା କରିଥିଲେ । ଧରିବା ସମୟରେ ସେଥିମଧ୍ୟରୁ ଦୁଇ ଜଣ ଯୁବକ ଖସି ପଳାଇଥିଲେ । ଯାହାଫଳରେ ଜଣେ ଯୁବକକୁ ଧରିବାରେ ସଫଳ ହୋଇଥିଲେ ଗ୍ରାମବାସୀ ।
ଯୁବକକୁ ଧରିବା ପରେ କେଉଁଥିପାଇଁ ଗାଁକୁ ଆସିଛ ଓ ତମେ କେଉଁ ଅଞ୍ଚଳର ବୋଲି ପଚାରିଥିଲେ ଗ୍ରାମବାସୀ । କିନ୍ତୁ ଯୁବକ ଜଣକ ତାହାର ଉତ୍ତର ନ ଦେଇ ହିନ୍ଦି ଓ ବଙ୍ଗଳାରେ କିଛି କହିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମବାସୀମାନେ ଉକ୍ତ ଯୁବକକୁ ନେଇ ଗୋଳନ୍ଥରା ଥାନାକୁ ହସ୍ତାନ୍ତର କରିଥିଲେ । କିଛି ଦିନ ପୂର୍ବରୁ ଫାସିନୂଆପଡା ଓ ପାନାପଲ୍ଲିରେ ଚୋରି ହୋଇଥିଲା । ଏହି ଯୁବକ ମାନେ ବାହାରୁ ଆସି ଗାଁରେ ପଶି ଚୋରି କରୁଥିବା ନେଇ ଗ୍ରାମବାସୀ ମାନେ ସନ୍ଦେହ କରିଛନ୍ତି । ତେଣୁ ଉକ୍ତ ଯୁବକକୁ ଅଧିକ ପଚରାଉଚରା କରାଯିବା ସହ ଖସି ଯାଇଥିବା ଅନ୍ୟ ଯୁବକ ମାନଙ୍କୁ ମଧ୍ୟ ଖୁବଶିଘ୍ର ଧରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।