ଭୁବନେଶ୍ୱରରେ ସ୍ମାର୍ଟ୍ ଜନପଥ ପ୍ରକଳ୍ପ ପାଇଁ ୩ଟି ରାସ୍ତା-କଡ଼ ମନ୍ଦିର ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି BMC

ଶିଶୁ ଭବନ ଛକ ଠାରୁ ବାଣୀ ବିହାର ଛକ ଯାଏଁ ହେବ ସ୍ମାର୍ଟ୍ ସିଟିର ସ୍ମାର୍ଟ୍ ଜନପଥ । ମନ୍ଦିରଗୁଡ଼ିକ ଯୋଗୁଁ ଏହି ପ୍ରକଳ୍ପ ଅନେକ ମାସ ଧରି ଅସମ୍ପୂର୍ଣ୍ଣ ହୋଇ ରହିଛି । ବର୍ଷା ଦିନ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଣ୍ଟା ଭିଡ଼ିଛି BMC ।

ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ଶହ ଶହ କୋଟି କୋଟି ଟଙ୍କା ବିନିଯୋଗ କରୁଛି ।

ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ଶହ ଶହ କୋଟି କୋଟି ଟଙ୍କା ବିନିଯୋଗ କରୁଛି ।

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱରର ଶିଶୁ ଭବନ ଛକ ଠାରୁ ବାଣୀ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣରେ ପ୍ରକଳ୍ପରେ ପ୍ରତିବନ୍ଧକ ସାଜିଛନ୍ତି କେତେକ ଧାର୍ମିକ ପ୍ରତିଷ୍ଠାନ। ଦେବୋତ୍ତର କମିଶନଙ୍କ ଅନୁମତି କ୍ରମେ ବି.ଏମ୍‌.ସି. ସେହି ସବୁ ଧାର୍ମିକ ପ୍ରତିଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅଣ୍ଟା ଭିଡ଼ିଛି । ମନ୍ଦିରଗୁଡ଼ିକୁ ଉଚ୍ଛେଦ କରିବା ପରେ ବିଗ୍ରହମାନଙ୍କୁ ଅସ୍ଥାୟୀ ଭାବେ ଶ୍ରୀରାମ ମନ୍ଦିରରେ ସ୍ଥାପନ କରାଯିବ ।

ସହରର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ଶହ ଶହ କୋଟି କୋଟି ଟଙ୍କା ବିନିଯୋଗ କରୁଛି । ରାସ୍ତା କଡ଼ର ଭେଣ୍ଡିଂ ଜୋନର ଦୋକାନିମାନଙ୍କୁ କିଓସ୍କ ଯୋଗାଇ ଥଇଥାନ କରାଉଛି । ଏବେ ଧାର୍ମିକ ପ୍ରତିଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରିଛି ବି.ଏମ୍‌.ସି. । ଉଚ୍ଛେଦ ପରେ ୟୁନିଟ-୨ରେ ଚିହ୍ନଟ ହୋଇଥିବା ସରକାରୀ ଜମିରେ ଏକ ସ୍ୱତନ୍ତ୍ର ତଥା ସ୍ଥାୟୀ ଦେବସ୍ଥଳୀ ପ୍ରତିଷ୍ଠା କରାଯାଇ ବିଗ୍ରହମାନଙ୍କୁ ସେଇଠି ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛନ୍ତି ବି.ଏମ୍‌.ସି.ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

‘‘ସ୍ମାର୍ଟ ସିଟିର ଉନ୍ନତି କାମ ଅନେକ ଦିନରୁ ବିଭିନ୍ନ କାରଣ ପାଇଁ ଅଟକି ରହିଛି । ୟା’ ଭିତରେ ସ୍ମାର୍ଟ ଜନପଥକୁ ବର୍ଷା ଆଗରୁ କେମିତି ସୁନ୍ଦର କରି ନିର୍ମାଣ କରାଯିବ ସେଥି ପାଇଁ କାମ ଆଗେଇଛି । ମନ୍ଦିରଗୁଡି଼କୁ ଭାଙ୍ଗି ଦେବାଦେବୀଙ୍କୁ ଟେମ୍ପରାରୀ ଭାବେ ରାମ ମନ୍ଦିର ପ୍ରାଙ୍ଗଣରେ ରଖିବାକୁ ଦେବୋତ୍ତର ବିଭାଗ ଅନୁମତି ଦେଇଛି,’’ କହିଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩୪ ବର୍ଷର ହେଲେଣିଜନ୍ନତ୍ ଗର୍ଲସୋନାଲ୍ ଚୌହାନ; ସେ ମିସ୍ ୱାର୍ଲ୍ଡ ଟୁରିଜିମ୍ ହୋଇଥିଲେ

ବି.ଏମ୍‌.ସି.ର ତାଲିକାରେ ରହିଛି ରାଜମହଲ ଛକ ସ୍ଥିତ ଶିବପର୍ବତୀ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମା’ ତାରିଣୀ ମନ୍ଦିର ଓ ଶହୀଦ ନଗର ସ୍ଥିତ ମା’ କାଳୀ ମନ୍ଦିର। ମାଷ୍ଟର କ୍ୟାଣ୍ଟିନ୍‌ ଛକ ସ୍ଥିତ ମା’ ତାରିଣୀ ମନ୍ଦିର ବେଶ୍‌ କିଛି ବର୍ଷ ପୁରୁଣା। ରାସ୍ତା ଉପରେ ଥିବା ଏହି ମନ୍ଦିରକୁ ଉଚ୍ଛେଦ କରିବା ପାଇଁ ବି.ଏମ୍‌.ସି.ରୁ ଅନେକ ଥର ନୋଟିସ୍‌ ଆସିଛି । ହେଲେ ପର୍ଯ୍ୟାୟ କ୍ରମେ ଅନ୍ୟତ୍ର ସ୍ଥାନାନ୍ତର ଯୋଜନାକୁ ମନ୍ଦିରର ପୂଜକ ଓ ସମ୍ପୃକ୍ତ ସଂସ୍ଥାର ତୀବ୍ର ବିରୋଧ ଯୋଗୁଁ ଯୋଜନା ଅଟକି ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ଏହି ତିନୋଟି ମନ୍ଦିର ଉଚ୍ଛେଦ କରିବା ପରେ ବିଗ୍ରହମାନଙ୍କୁ ଅସ୍ଥାୟୀ ଭାବେ ଶ୍ରୀରାମ ମନ୍ଦିର ପରିସରରେ ରଖିବା ନେଇ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ କରୋନା କଟକଣା ଯୋଗୁଁ ଭକ୍ତମାନଙ୍କ ପାଇଁ ମନ୍ଦିର ବାରଣ ଥିବା ଯୋଗୁଁ ଅସ୍ଥାୟୀ ବ୍ୟବସ୍ଥା ପାଇଁ ସେଭଳି କିଛି ସମସ୍ୟା ନ ଥିବା କହିଛନ୍ତି ଶ୍ରୀରାମ ମନ୍ଦିରର ପରିଚାଳକ । ନିଷ୍ପତ୍ତି ଦେବୋତ୍ତର କମିଶନଙ୍କ ଉପରେ ନିର୍ଭର କରୁଥିବା ସେ କହିଛନ୍ତି।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

‘‘ଆଗରୁ ବି ବି.ଏମ୍.ସି. ଅନେକ ଥର ଏହାକୁ ଉଚ୍ଛେଦ କରିବାକୁ କହିଛି । କିନ୍ତୁ ଏଭଳି ଅସ୍ଥାୟୀ ଭାବେ ଥଇଥାନ ନ କରି ସ୍ଥାୟୀ ସୁବିଧା କରୁ ବୋଲି ଆମେ ଦାବି କରିଆସିଛୁ । ଆଶା କରୁଛୁ ଏ ଥର ତାହା ହେବ,’’ କହିଛନ୍ତି ମା’ ତାରିଣୀ ମନ୍ଦିରର ପୂଜକ ସନାତନ ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ରାମ ମନ୍ଦିରର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି, ‘‘ଆମ ପାଖରେ ଖବର ଅଛି ଏ ସମ୍ପର୍କରେ । ଦେବୋତ୍ତର ବିଭାଗ ଯାହା ନିଷ୍ପତ୍ତି ନେବ ଆମେ ମାନିବୁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଖାଲି ମୂର୍ତ୍ତି ଆସିବ ନା ଆଉ କ’ଣ ହେବ ତାହା ଆମକୁ କେହି ଜଣାଇନାହାନ୍ତି ।’’



ଦୀର୍ଘ ବର୍ଷ ପୁରୁଣା ମନ୍ଦିରଗୁଡି଼କର ଉଚ୍ଛେଦ ଓ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
Published by:Anand S.T. Das
First published: