ସିମ କାର୍ଡ଼ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଆସିବେ ୩ ଅଭିଯୁକ୍ତ

ଢେଙ୍କାନାଳର ତିନି ସାଇବର ଠକ କେତେ ଲୋକଙ୍କୁ ଓ କେଉଁ କେଉଁ ଢଙ୍ଗରେ ଠକିଛନ୍ତି ତାହାର ହିସାବ ପାଉ ନାହିଁ କ୍ରାଇମବ୍ରାଞ୍ଚ । ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ନାମ ସହ ତାଙ୍କ ଫଟୋକୁ ବ୍ୟବହାର କରିବାକୁ ମଧ୍ୟ ପଛଘୁଞ୍ଚା ଦେଇ ଦେଇ ନାହାଁନ୍ତି ।

୫ ଦିନିଆ ରିମାଣ୍ଡରେ ଆସିବେ ୩ ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

୫ ଦିନିଆ ରିମାଣ୍ଡରେ ଆସିବେ ୩ ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ନିଜର କାରନାମା ପାଇଁ ଢେଙ୍କାନାଳର ଏହି ତିନି ଯୁବକ ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଛନ୍ତି । ଏହି ତିନି ସାଇବର ଠକ କେତେ ଲୋକଙ୍କୁ ଓ କେଉଁ କେଉଁ ଢଙ୍ଗରେ ଠକିଛନ୍ତି ତାହାର ହିସାବ ପାଉ ନାହିଁ କ୍ରାଇମବ୍ରାଞ୍ଚ । ସାଧାରଣ ନିରୀହ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କ ପର୍ଯ୍ୟନ୍ତ କାହାରିକୁ ଛାଡ଼ି ନାହାଁନ୍ତି । ଏପରି କି ବେଆଇନ ଭାବେ ଟଙ୍କା ରୋଜଗାର କରିବା ପାଇଁ ଏମାନେ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ନାମ ସହ ତାଙ୍କ ଫଟୋକୁ ବ୍ୟବହାର କରିବାକୁ ମଧ୍ୟ ପଛଘୁଞ୍ଚା ଦେଇ ଦେଇ ନାହାଁନ୍ତି ।

ଏହି ତିନି ଧୁରନ୍ଧର ଯୁବକ ହେଉଛନ୍ତି ସାଇପ୍ରକାଶ ଦାସ, ଅଭିନାଶ ନାୟକ ଓ ଦୁଷ୍ମନ୍ତ ସାହୁ । ଢେଙ୍କାନାଳ ଟାଉନ ପ୍ଲାନିଂ ଛକରେ ଏକ ମୋବାଇଲ ରିଚାର୍ଜ ଦୋକାନ କରିଥିବା ସାଇ ପ୍ରକାଶ ଦାସ ଏହି ଜାଲିଆତିର ଅନ୍ୟତମ ଅଭିଯୁକ୍ତ ବୋଲି ଜଣା ପଡ଼ିବା ପରେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢ଼ିଛି । କାରଣ ପ୍ରାୟ ୧୦ ବର୍ଷ ଧରି ମୋବାଇଲ ରିଚାର୍ଜ ଦୋକାନ କରିଥିବା ସାଇ ପ୍ରକାଶ ଠାରୁ ସ୍ଥାନୀୟ ଅଞ୍ଚଳ ହଜାର ହାଜର ଲୋକେ ବିଭିନ୍ନ ପ୍ରମାଣ ପତ୍ର ଦେଇ ସିମ କିଣିଛନ୍ତି । ତେବେ ସେମାନଙ୍କ ପ୍ରମାଣ ପତ୍ର ଓ ଫଟୋକୁ ବ୍ୟବହାର କରି ସାଇପ୍ରକାଶ କେତେ ସିମ ଆଣିଛି ଓ ସେଗୁଡ଼ିକୁ କେଉଁ କାମରେ ଲଗାଇଛି ତାହା ସମସ୍ତଙ୍କ ଚିନ୍ତାର କାରଣ ପାଲିଛି ।

ସେପଟେ ଏହି ସିମ ଜାଲିଆତି ପଛରେ ଥିବା ପୁରା ରହସ୍ୟ ଉନ୍ମୋଚନ କରିବା ପାଇଁ  ତିନି ଅଭିଯୁକ୍ତ ସାଇପ୍ରକାଶ ଦାସ, ଅଭିନାଶ ନାୟକ ଓ ଦୁଷ୍ମନ୍ତ ସାହୁକୁ ୫ ଦିନ ରିମାଣ୍ଡରେ ଆଣି ଜେରା କରିବାକୁ ଯାଉଛି କ୍ରାଇମବ୍ରାଞ୍ଚ । ମୋବାଇଲ ସିମ କାର୍ଡଗୁଡ଼ିକ ଏମାନେ କିଭଳି କାହା ଜରିଆରେ ସଂଗ୍ରହ କରିନ୍ତି? ସିମଗୁଡ଼ିକୁ କିଣିବା ପରେ ସେଗୁଡ଼ିକୁ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରିଥାନ୍ତି? ବିଭିନ୍ନ ସେବା ପାଇବା ପାଇଁ ଆବଶ୍ୟକ ହେଉଥିବା ଓଟିପିକୁ ସେମାନେ ସିମ କାର୍ଡ଼ରୁ କିଭଳି ଜେନେରେଟ କରିଥାନ୍ତି? ସେହି ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ର ନମ୍ବର ଓ ଓଟିପି ଗୁଡ଼ିକୁ ‘Buyer Seller of OTP’ଗ୍ରୁପ୍‌ରେ କାହାକୁ ବିକ୍ରି କରିଥାନ୍ତି? ଏହି ତିନି ଜଣଙ୍କ ଭଳି ‘Buyer Seller of OTP’ଗ୍ରୁପ୍‌ରେ ଓଡ଼ିଶାର ଆଉ କେତେ ଜଣ ସାଇବର ଠକ ଅଛନ୍ତି?

"ଦେଶର ବିଭିନ୍ନ ସ୍ଥାନରେ ଥିବା ସାଇବର ଠକ ମାନଙ୍କୁ ସିମ କାର୍ଡ଼ ଆଉ ଓଟିପି ବିକିବା କାର୍ଯ୍ୟରେ ବହୁତ ଲୋକ ସାମିଲ ଅଛନ୍ତି। ଵିଶେଷ କରି ଆମ ରାଜ୍ୟର ଅନେକ ଲୋକ ଏଥିରେ ସାମିଲ ଅଛନ୍ତି। ସଠିକ ଭାବରେ ତଦନ୍ତ ହେଲା ଜଣା ପଡିବ ଯେ ଏହାର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି" କହିଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ।
Published by:Soumya Das
First published: