ବରଗଡ଼ରେ ବନ୍ଦ ଘରେ ୩ ଜଣଙ୍କୁ ବୀଭତ୍ସ ହତ୍ୟା ! ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ

ବରଗଡ଼ରେ ବନ୍ଦ ଘରେ ୩ ଜଣଙ୍କୁ ବିଭତ୍ସ ହତ୍ୟା ! ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ

ବରଗଡ଼ରେ ବନ୍ଦ ଘରେ ୩ ଜଣଙ୍କୁ ବିଭତ୍ସ ହତ୍ୟା ! ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ

  • News18 Odia
  • Last Updated :
  • Odisha (Orissa), India
  • Share this:
ୀNews 18 Odia Digital

ବରଗଡ଼ : ବରଗଡ଼ ଭେଡ଼େନରେ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି ! ବନ୍ଦ ଘରେ ଜଣେ ପୁରୁଷ ଓ ୨ ମହିଳାଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଯାହା ଭେଡ଼େନ ଥାନା ଆଖିଫୁଟା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତକ ହେଲେ ସେହି ଗାଁର ଟଙ୍କଧର ସାହୁ ଓ ତାଙ୍କର ଦୁଇ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ ସାହୁ ।

ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପୋଲିସର ତଦନ୍ତ ଚାଲିଛି । ଘଟଣାସ୍ଥଳରେ ବରଗଡ଼ ଏସଡିପିଓଙ୍କ ପହଞ୍ଚି ତନାଘନା ଆରମ୍ଭ ମଧ୍ୟ କରିଛନ୍ତି । ହେଲେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଯଦି ଏହା ହତ୍ୟା ତେବେ କିଏ କାହିଁକି ହତ୍ୟା କଲା ସେନେଇ ପୋଲିସ ଛାନବିନ ଆରମ୍ଭ କରିଛି ।

ପଢନ୍ତୁ ଏହି ଖବର : Realme Offer: ଆପଣଙ୍କର SBI କାର୍ଡ ଅଛି କି ? ଶସ୍ତାରେ କିଣନ୍ତୁ Realme ଫୋନ୍‌

ସୂଚନାଅନୁସାରେ, ବିଳମ୍ବିତ ରାତି 3.30 ମିନିଟ ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଯାହାକି ପଡୋଶୀମାନଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ସକାଳୁ ଘର କବାଟରେ ତାଲା ପଢିଥିବା ବେଳେ ପଡୋଶୀ ସନ୍ଦେହ ପ୍ରକାଶ କରିଥିଲେ ।

ପଢନ୍ତୁ ଏହି ଖବର :  କ୍ରିକେଟ୍‌ରଙ୍କ ଫଟୋ ସେୟାର କରି ଚର୍ଚ୍ଚାରେ AI;ଦେଖନ୍ତୁ କେମିତି ଦେଖା ଯାଉଛନ୍ତି...

ଦିନ ୧୨ଟା ସମୟରେ ଭେଡେନ ପୋଲିସକୁ ଖବର ଦେଇଥିଲେ । ଭେଡେନ ଥାନା ଅଧିକାରୀ ସଂଗୀତା ମହାପାତ୍ର ଓ ବରଗଡ଼ SDPO ଅମ୍ରିତ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ତାଲା ଭାଙ୍ଗି ଦେଖିଥିଲେ । ଦୁଇ ମହିଳା ଓ ଜଣେ ପୁରୁଷଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା । ସମସ୍ତଙ୍କ ବୟସ ପାଖାପାଖି ୬୦ ରୁ ୭୦ ବର୍ଷ ହେବ ବୋଲି ସମ୍ପର୍କୀୟ ମାନେ କହିଛନ୍ତି ।
Published by:Sujit Swain
First published: