ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେ

ବିଜେପିର ମଙ୍ଗୁଆଳ ସାଜିଛନ୍ତି ସ୍ବର୍ଗତ ବିଧାୟକଙ୍କ ପୁତ୍ର ମାନସ ଦତ୍ତ । ଦଳ ତାଙ୍କୁ ନିର୍ବାଚନରେ ମୁଖ୍ୟ ଭୂମିକା ଦେଇପାରେ । ବିଜେଡି ଓ କଂଗ୍ରେସରୁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଯଥା କ୍ରମେ ରବୀନ୍ଦ୍ର ଜେନା ଓ ନବଜ୍ୟୋତି ପଟ୍ଟନାୟକଙ୍କ ନାମର ଚର୍ଚ୍ଚା ହେଉଛି ।

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେ
ସ୍ବର୍ଗତ ବିଧ୍ୟାୟକଙ୍କ ପୁତ୍ର ମାନସ ଦତ୍ତ (ବାମ)
  • News18 Odia
  • Last Updated: September 19, 2020, 10:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଶୀଘ୍ର ଘୋଷଣା ହୋଇପାରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ (Balasore Sadar Assembly bypoll) ପାଇଁ ତାରିଖ । ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି ନିର୍ବାଚନୀ ଉଷ୍ଣତା । ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଆରମ୍ଭ କରିଦେଲେଣି ନିର୍ବାଚନୀ ପ୍ରସ୍ତୁତି ।

ଗତ ଜୁନ ମାସ ବିଜେପି ବିଧ୍ୟାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ହେବା ପରେ ବାଲେଶ୍ୱର ସଦର ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏବେ ବିଜେପିର ମଙ୍ଗୁଆଳ ସାଜିଛନ୍ତି ସ୍ବର୍ଗତ ଦତ୍ତଙ୍କ ପୁତ୍ର ମାନସ ଦତ୍ତ । ଦଳ ମାନସଙ୍କୁ ନିର୍ବାଚନ ରଣାଙ୍ଗନରେ ମୁଖ୍ୟ ଭୂମିକା ଦେଇପାରେ । ଏ ନେଇ ଦଳ ତାଙ୍କୁ ଉପନିର୍ବାଚନର ସଂଯୋଜକ ଭାବେ ଘୋଷଣା କରିଛି । ଆସନ୍ତା ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବେ ମାନସ ।

ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପନିର୍ବାଚନର ସଂଯୋଜକ ଭାବରେ ମାନସଙ୍କ ନାମ ଘୋଷଣା କରିବା ପରେ ଦଳୀୟ ପ୍ରାର୍ଥୀ ଭାବରେ ମାନସ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ବିଧାୟକଙ୍କ ପୁତ୍ର ଭାବରେ ଅନୁକମ୍ପା ଭୋଟ ହାତେଇବାକୁ ବିଜେପି ରଣନୀତିରେ ମାନସ ଯେ ପ୍ରମୁଖ ଭୂମିକା ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇଛି ।

ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ମଧ୍ୟ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି । ଦଳର ପ୍ରାର୍ଥୀ କିଏ ହେବ ସ୍ପଷ୍ଟ ହୋଇନି, ହେଲେ ଦଳୀୟ ସ୍ତରରେ ଚର୍ଚ୍ଚା ଯେ ପୁଣି ଥରେ ବିଜେଡିକୁ ସଦରରେ ଫେରାଇ ଆଣିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓହ୍ଲାଇ ପାରନ୍ତି ମଇଦାନକୁ । ଘନ ଘନ ବୈଠକ ମାଧ୍ୟମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ମଧ୍ୟ ନିଜକୁ ପ୍ରମୁଖ ଦାବିଦାର ଭାବରେ ସମ୍ନାକୁ ଆଣିଛନ୍ତି ।

ଚର୍ଚ୍ଚା ହେଉଛି ଯେ ଦୁର୍ବଳ କଂଗ୍ରେସ ପାଇଁ ଆଶାବାଡ଼ି ହୋଇ ମଙ୍ଗ ଧରିପାରନ୍ତି ପିସିସି ସଭାପତିଙ୍କ ପୁଅ ତଥା ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ଦଳର ପୁରୁଖା ନେତା ପରୋକ୍ଷରେ ନବଜ୍ୟୋତିଙ୍କ ପ୍ରାର୍ଥୀ ହେବା ନେଇ ଇଶାରା ମଧ୍ୟ ଦେଇଛନ୍ତି । ଏସବୁ ଭିତରେ ବିଜେଡିର ରବୀନ୍ଦ୍ର ଓ କଂଗ୍ରେସର ନବଜ୍ୟୋତିଙ୍କ ନାମ ସବୁ ଠାରୁ ଅଧିକ ଚର୍ଚ୍ଚା ହେଉଛି । ଦୁଇ ଜଣ ଯାକ ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ପାଇଁ ନିଜ ଦଳର ସାଂସଦ ପ୍ରାର୍ଥୀ ରହିଥିଲେ ଓ ପରାସ୍ତ ହୋଇଥିଲେ ।

ଗତ ତିନୋଟି ବିଧାନ ସଭା ନିର୍ବାଚନକୁ ଦେଖିଲେ ବିଜେଡି ଅଧିକ ଶକ୍ତିଶାଳୀ ଥିବା ଜଣା ପଡୁଛି । ଗତ ନିର୍ବାଚନରେ ବିଜେପି ନିଜର ଦମ୍‌ ଦେଖାଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪,୮୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ପାଇଥିଲେ ୬୧,୪୦୯ ଖଣ୍ଡ ଭୋଟ । କଂଗ୍ରେସ ମାତ୍ର ୧୯,୭୦୪ ଖଣ୍ଡ ଭୋଟ ହାତେଇବାରେ ସଫଳ ହୋଇଥିଲା । ପ୍ରତିଶତରେ ଦେଖିଲେ ବିଜେପି ୪୭.୨୬%, ବିଜେଡି ୩୮.୭୯% ଓ କଂଗ୍ରେସ ୧୨.୪୫% ଭୋଟ ପାଇଥିଲା ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

‘‘ଦଳ ମୋତେ ସୁଯୋଗ ଦେଇଥିବାରୁ ସମସ୍ତ ବରିଷ୍ଠ ନେତା ଓ ଗୁରୁଜନଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ବାପାଙ୍କ ଅଧୁରା ସ୍ୱପ୍ନ ଯାହା ରହିଛି ତାହା ପୂରଣ କରିବା ଦିଗରେ ମୁଁ କାର୍ଯ୍ୟ କରିବି । ଭବିଷ୍ୟତରେ ଦଳ ଯେଉଁ ଦାୟିତ୍ବ ଦେବ ସେହି ଦାୟିତ୍ୱ ନିର୍ବାହ କରିବି,’’ କହିଛନ୍ତି ବିଜେପିର ନୂଆ ଉପନିର୍ବାଚନ ସଂଯୋଜକ ମାନସ ଦତ୍ତ ।



ବିଜେଡିର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ କହିଛନ୍ତି ଯେ ଉପନିର୍ବାଚନ ହେବା ଜଣା ପଡିବା ପର ଠାରୁ ଦଳ ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରି ଦେଇଛି । ‘‘ଦଳର ପ୍ରାର୍ଥୀ କିଏ ହେବ ସେହି ନିଷ୍ପତ୍ତି ସୁପ୍ରିମୋ (ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ) ନେବେ,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: September 19, 2020, 10:52 PM IST
corona virus btn
corona virus btn
Loading