ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Pipili bypoll: ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟା ଭିଡ଼ିଲେ, ପ୍ରକାଶ କଲେ ଷ୍ଟାର୍‌ ପ୍ରଚାରକ ତାଲିକା

Pipili bypoll: ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟା ଭିଡ଼ିଲେ, ପ୍ରକାଶ କଲେ ଷ୍ଟାର୍‌ ପ୍ରଚାରକ ତାଲିକା

3 parties publish star campaigners list for Pipili bypoll | ଭାରତର ନିର୍ବାଚନ ଆୟୋଗ ପ୍ରତି ପ୍ରାର୍ଥୀ ବା ଦଳ ୨୦ଟି ଗାଡ଼ି ପ୍ରଚାର ପାଇଁ ବ୍ୟବହାର କରିପାରିବେ ଓ ପ୍ରତି ଗାଡ଼ିରେ କ୍ଷମତାର ୫୦ ପ୍ରତିଶତ ଲୋକ ବସାଇପାରିବେ ବୋଲି ନିୟମ ଜାରି କରିଛି ।

Pipili bypoll: ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟା ଭିଡ଼ିଲେ, ପ୍ରକାଶ କଲେ ଷ୍ଟାର୍‌ ପ୍ରଚାରକ ତାଲିକା
ତିନି ପ୍ରାର୍ଥୀ: (ବାରୁ ଡାହାଣ) ଆଶ୍ରିତ ପଟ୍ଟନାୟକ, ରୁଦ୍ରପ୍ରତାପ ମହାରଥୀ ଓ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର
  • News18 Odia
  • Last Updated: September 15, 2021, 10:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବାକୁ ଥିବା ପିପିଲି ବିଧାନ ସଭା ଉପ-ନିର୍ବାଚନ (Pipili bypoll) ପାଇଁ ବିଜେପିର ୨୦ ଜଣ ତାରକା ପ୍ରଚାରକଙ୍କ ମଧ୍ୟରେ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ଦଳର କିସାନ ମୋର୍ଚ୍ଚାର ସଭାପତି ଅଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (ସି.ଇ.ଓ.) କାର୍ଯ୍ୟାଳୟରେ ଦାଖଲ ହୋଇଥିବା ବିଜେପିର ତାରକା ପ୍ରଚାରକଙ୍କ ତାଲିକାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଅଛନ୍ତି।

ବିଜେପିର କିସାନ ମୋର୍ଚ୍ଚାର ସଭାପତି ବିଜୟ ପାଲ ସିଂ ତୋମର ବି ଦଳର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ପ୍ରଚାରରେ ​​ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ସାରଙ୍ଗୀ, ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଭାଗ ନେବେ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

ଗତ କାଲି ବିଜେପି ୨୦-ଜଣିଆ ଷ୍ଟାର୍‌ କ୍ୟାମ୍ପେନର ତାଲିକା ପ୍ରକାଶ କରିବା ପରେ ଆଜି ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଚାର ପାଇଁ ତାରକା ପ୍ରଚାରକ ତାଲିକା ଆସିଛି । ବିଜେଡିର ୨୦ ଜଣିଆ ତାଲିକାରେ ରହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ବର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମୀଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ ଓ ସୁଶାନ୍ତ ସିଂହଙ୍କ ଭଳି ନେତା ।

ଗତ ବର୍ଷ ଅକ୍ଟୋବରରେ ବିଜେଡି ବିଧାୟକ ପ୍ରଦୀପ ମହାରାଥଙ୍କ ମୃତ୍ୟୁ ହୋଇଥିଲା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୁବରାଜ ସିଂଙ୍କ Ex-ଗର୍ଲଫ୍ରେଣ୍ଡ୍କିମ୍ଶର୍ମାଙ୍କ ସହ ଏବେ ଟେନିସ୍ଖେଳାଳି ଲିଆଣ୍ଡର୍ ପେସଙ୍କ ପ୍ରେମ ଚାଲିଛି

କଂଗ୍ରେସର ୨୦-ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକାରେ ଅଛନ୍ତି ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଥି ସହ ରୁଦ୍ର ରାଜୁ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ,  ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ଓ ମହମ୍ମଦ ମୋକିମ ପ୍ରମୁଖ ବି ରହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କ୍ରିକେଟ୍ ଖେଳାଳି ଶିଖର ଧାୱନ୍ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଲେ; ‘‘…ବହୁତ ଭୟାନକ ଥିଲା’’

ପିପିଲି ବିଧାନ ସଭା କ୍ଷେତ୍ର ପାଇଁ ଉପନିର୍ବାଚନ ପ୍ରଚାର ଅଭିଯାନ କରୋନା ନିର୍ଦ୍ଦେଶାବଳୀ ପାଳନ କରି ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ ଓ ମତଦାନର ୭୨ ଘଣ୍ଟା ପୂର୍ବରୁ ଶେଷ ହେବ । ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ହେବ । ଯଦିଓ ଏବେ ମୈଦାନରେ ୧୦ ଜଣ ପ୍ରାର୍ଥୀ ଅଛନ୍ତି, ମୁଖ୍ୟ ପ୍ରତିଦ୍ୱନ୍ଦିତା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ ହେବ ବୋଲି ଜଣାପଡୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିନା ଅମ୍ବାନୀ ସାନ ପୁଅର ଜନ୍ମ ଦିନରେ ପରିବାରର ଆଲବମରୁ କିଛି ବିରଳ ଫଟୋ ଶେୟାର୍ କଲେ

ଗତ ବର୍ଷ ଅକ୍ଟୋବରରେ ବିଜେଡି ବିଧାୟକ ପ୍ରଦୀପ ମହାରାଥଙ୍କ ମୃତ୍ୟୁ ହୋଇଥିବାରୁ ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଆବଶ୍ୟକ ହୋଇଛି । ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ପୂର୍ବରୁ ତିନି ଥର ସ୍ଥଗିତ ରଖାଯାଇଥିଲା ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ କ୍ଲାସ୍ରୁମରେ ଛାତ୍ର ଛାତ୍ରୀଙ୍କ ମଧ୍ଯରେ ପରଦା ଟଣାଯାଉଛି!

ପ୍ରଥମେ ଏହି ଉପ-ନିର୍ବାଚନ ଏପ୍ରିଲ୍ ୧୭ ତାରିଖରେ ଧାର୍ଯ୍ୟ ହୋଇଥିଲା, କିନ୍ତୁ ମତଦାନ ତାରିଖର ତିନି ଦିନ ପୂର୍ବରୁ କରୋନା ସଂକ୍ରମଣରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ହେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ମେ ୧୩ ତାରିଖରେ ମତଦାନ ତାରିଖ ସ୍ଥିର କରାଯାଇଥିଲା, ହେଲେ ଇଦ୍-ଉଲ୍-ଫିତର ପର୍ବକୁ ଦୃଷ୍ଟିରେ ରଖି ମେ ୧୬କୁ ଘୁଞ୍ଚାଇଦିଆଯାଇଥିଲା । ହେଲେ ସେତେବେଳେ କରୋନା ସଂକ୍ରମଣ ମାମଲାର ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ପୁଣି ସ୍ଥଗିତ ରଖାଯାଇଥିଲା ।



ଭାରତର ନିର୍ବାଚନ ଆୟୋଗ ପ୍ରତି ପ୍ରାର୍ଥୀ ବା ଦଳ ୨୦ଟି ଗାଡ଼ି ପ୍ରଚାର ପାଇଁ ବ୍ୟବହାର କରିପାରିବେ ଓ ପ୍ରତି ଗାଡ଼ିରେ କ୍ଷମତାର ୫୦ ପ୍ରତିଶତ ଲୋକ ବସାଇପାରିବେ ବୋଲି ନିୟମ ଜାରି କରିଛି । ଭୋଟିଂ ଓ ଗଣନା ସମୟରେ ଭିଡ଼କୁ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଓ କୋଭିଡ୍‌ ପ୍ରୋଟୋକଲ୍‌ ଅନୁଯାୟୀ ମାସ୍କ, ସାନିଟାଇଜର, ଥର୍ମାଲ ସ୍କାନିଂ ଓ ହ୍ୟାଣ୍ଡ ଗ୍ଲୋଭସ୍ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯିଇଛି ।
Published by: Anand S.T. Das
First published: September 15, 2021, 10:20 PM IST