ବାଲେଶ୍ୱରରେ Bypoll: ୩ ଦଳର ନାମାଙ୍କନ ଶେଷ ହେଲା; BJDରେ ଅସନ୍ତୋଷ ଉଭେଇଗଲା

ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିବା ନେଇ ବିଜେଡି ଭିତରେ କୌଣସି ଅସନ୍ତୋଷ ନାହିଁ ଓ ସମସ୍ତେ ଏକ ହୋଇ ତାଙ୍କୁ ଜିତେଇବା ଚେଷ୍ଟାରେ ଲାଗିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏହି ନିର୍ବାଚନୀ ଲଢ଼େଇ ହେଉଛି ବୋଲି ସେ କହିଛନ୍ତି ।

ବାଲେଶ୍ୱରରେ Bypoll: ୩ ଦଳର ନାମାଙ୍କନ ଶେଷ ହେଲା; BJDରେ ଅସନ୍ତୋଷ ଉଭେଇଗଲା
ନାମାଙ୍କନ କରିବାକୁ ସମର୍ଥକଙ୍କ ସହ ଆସୁଛନ୍ତି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ।
  • News18 Odia
  • Last Updated: October 15, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବିଧାନ ସଭା ଉପନିର୍ବାଚନ ପାଇଁ ବିଜେପି ପରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦଳର କେତେକ ହେଭିଓଟ ନେତାଙ୍କୁ ନେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ପୂର୍ବାହ୍ନ ୧୧ଟା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମଙ୍କନ ପାଇଁ ପହଞ୍ଚିଥିଲେ । ତାଙ୍କ ନାମଙ୍କନ ସମୟର ଦୃଶ୍ୟରୁ ବିଜେଡି ମଧ୍ୟରେ ଥିବା ବାଦ ବିବାଦର ଅବସାନ ଘଟିଥିବା ପରି ଲାଗିଥିଲା ।

ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବ ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପାଇଁ ଟିକେଟ ଦାବି କରି ଦୁଇ ଦିନ ତଳେ ହୋ-ହଲ୍ଲା କରୁଥିବା ସମର୍ଥକମାନେ ସ୍ୱରୂପ ଦାସଙ୍କ ସାଙ୍ଗରେ ପହଞ୍ଚିଥିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ଉଭୟ ରବୀନ୍ଦ୍ର ଓ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ ଜେନା ବାଟ କଢ଼େଇ ନେଇଥିଲେ ପ୍ରାର୍ଥୀ ସ୍ୱରୂପଙ୍କୁ । ସ୍ୱରୂପଙ୍କ ନାମଙ୍କନ ବେଳେ ଦଳର ଅନ୍ୟ ବରିଷ୍ଠ ନେତା – ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ଓ ଅନେକ କାର୍ଯ୍ୟକର୍ତ୍ତା ଏକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

‘‘ବିଜେଡି ଭିତରେ କୌଣସି ଅସନ୍ତୋଷ ନାହିଁ । ସମସ୍ତେ ଏକ ହୋଇ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତେଇବା ଚେଷ୍ଟାରେ ଲାଗିଛନ୍ତି । ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏହି ନିର୍ବାଚନୀ ଲଢ଼େଇ ହେଉଛି । ବିଜେଡିର ବିଜୟ ସୁନିଶ୍ଚିତ,’’ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ସମର୍ଥକଙ୍କ ସହ ନାମାଙ୍କନ କରିବାକୁ ଆସୁଛନ୍ତି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ।


ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ କହିଛନ୍ତି, ‘‘ଆମେ ସମସ୍ତେ ମିଳିମିଶି ନିର୍ବାଚନ ପ୍ରଚାର ପାଇଁ ଲୋକଙ୍କ ନିକଟକୁ ଯିବୁ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶେନ୍ମୁମୁଖୀ କାର୍ଯ୍ୟ ଓ ସୁଶାସନ ଆମର ପ୍ରମୁଖ ପ୍ରସଙ୍ଗ ହେବ । ଆମର କାହାରି ସହିତ ଟକ୍କର ନାହିଁ । ଆମେ କ୍ଲିନ ସ୍ଵୀପ କରିବୁ ।’’

କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଜିଲ୍ଲା କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସାଥିରେ ବିଧାୟକ ତାରା ପ୍ରସାଦ ବାହିନୀ ପତି ଓ ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଥିଲେ । ନାମଙ୍କନ ଦାଖଲ କରିବା ପରେ ନବଜ୍ୟୋତି କହିଥିଲେ ଯେ ବାଲେଶ୍ୱର ସଦର ଆସନ ପାଇଁ ଏଥର ବିଜେପି ବନାମ ବିଜେଡି ନ ହୋଇ ଏକ ତ୍ରିମୁଖୀ ଲଢ଼େଇ ସୁନିଶ୍ଚିତ ।

ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ କ୍ୟାମ୍ପେନରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଭାଗ ନେଉଛନ୍ତି ।


ବିଜେପି ପ୍ରାର୍ଥୀ ମାନସ ଦତ୍ତ ଗତ କାଲି ନାମଙ୍କନ କରିବା ପରେ ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରିଥିଲେ । ଆଜି ବିଜେପି ପକ୍ଷରୁ ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତରେ ଜୋରଦାର ପ୍ରଚାର କରାଯାଇଥିଲା ।

ଏହା ବି ପଢ଼ନ୍ତୁସୁଧ ଉପରେ ସୁଧ ମାମଲାରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି: ୧୫ ନଭେମ୍ବର ଯାଏଁ ମିଳିଲା ରିହାତି

ଏହା ବି ପଢ଼ନ୍ତୁ | ଯଦି କେହି ଆପଣଙ୍କୁ WhatsApp ରେ ବ୍ଲକ କରିଛନ୍ତି; ତେବେ ଏହି ଉପାୟରେ ଜାଣି ପାରିବେ

କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ କହିଛନ୍ତି ଯେ ବାଲେଶ୍ୱରର ଅଧିକାଂଶ ବିକାଶ କଂଗ୍ରେସ ସମୟରେ ହିଁ ହୋଇଛି । ‘‘କଂଗ୍ରେସ ଶାସନ ସମୟରେ ଜିଲ୍ଲାରେ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇଛି । ଏହାକୁ ପାଥେୟ କରି ଆମେ ଲୋକଙ୍କ ପାଖକୁ ଭୋଟ ଭିକ୍ଷା ପାଇଁ ଯିବୁ । ଚଳିତ ଥର ଲୋକେ ଆଉ ବିଜେଡି ବା ବିଜେପିର ମିଥ୍ୟା ପ୍ରତିଶୃତି ନୁହେଁ, ବରଂ କଂଗ୍ରେସର ବିକାଶ ପାଇଁ ନିଷ୍ଠା ଉପରେ ଭରସା କରିବେ,’’ ସେ କହିଛନ୍ତି ।



ବିଜେପି ପ୍ରାର୍ଥୀ ମାନସ ଦତ୍ତ କହିଛନ୍ତି, ‘‘ମୋ’ ବାପାଙ୍କ (ଦିବଙ୍ଗତ ବିଜେପି ବିଧାୟକ ମଦନ ମୋହନ ଦତ୍ତ) ପ୍ରତି ଲୋକଙ୍କର ଯେଉଁ ସ୍ନେହ ଅଛି ତାହା ମୋତେ ମିଳିବ ବୋଲି ମୋ’ର ପୂରା ବିଶ୍ୱାସ । ତେଣୁ ଏ ଥର ପ୍ରତିଯୋଗିତା ନାହିଁ । ବିଜେପି ସବୁ ଠୁ ଆଗୁଆ ରହିବ ।’’
Published by: Anand Shankar Thankur Das
First published: October 15, 2020, 11:56 PM IST
corona virus btn
corona virus btn
Loading