News18 Odia Digital
ସୁବର୍ଣ୍ଣପୁର: ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ଜଘନ୍ୟ ହତ୍ଯାକାଣ୍ଡ ଘଟଣା ସ୍ତବ୍ଧ କରିଦେଇଛି ସୁବର୍ଣ୍ଣପୁର ଜିଲ୍ଲାର ସିଲାଟି ଗାଁକୁ । ବିନିକା ଥାନା ଅନ୍ତର୍ଗତ ଏହି ଗାଁରେ ଟ୍ରିପଲ ମର୍ଡରର ଶିକାର ହୋଇଥିବା ପରିବାରର କାହାରି ସହିତ ବିବାଦ ଥିବାର ସୂଚନା ନ ଥିବା ଯୋଗୁଁ ରହସ୍ୟମୟ ହୋଇପଡ଼ିଛି ଏହି ହତ୍ୟାକାଣ୍ଡ (Subarnapur triple murder)।
ମୃତକମାନେ ହେଲେ ସିଲାଟି ଗାଁର ଗୁଲୁ ଭୋଇ, ବୈଦେହୀ ଭୋଇ ଓ ଶିବ ଭୋଇ । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତିରେ ଏହି ଘଟଣା ଘଟିଛି । ଆଜି ସକାଳେ ତଳି ରୋଇବା ପାଇଁ ଗାଁର ଜଣେ ବ୍ୟକ୍ତି ଗୁଲୁ ଭୋଇଙ୍କ ଘରକୁ ଯାଇଥିବା ବେଳେ ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଡାକି ଡାକି କେହି ନ ଶୁଣିବାରୁ ସେ ପଳାଇ ଆସିବା ବେଳେ ବାହାରେ ଜଣଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ।
ଏହା ପରେ ଗ୍ରାମବାସୀଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ। ବିନିକା ପୋଲିସ ପହଞ୍ଚି ଘର କବାଟ ଭାଙ୍ଗି ଭିତରକୁ ପଶିଥିଲା। ଭିତରେ ଦୁଇ ଜଣଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତ ଦେହ ତିନିଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାର ତଦନ୍ତ ବି ଆରମ୍ଭ ହୋଇଛି ।
ଏହି ପରିବାରର ଆଉ ଜଣେ ସଦସ୍ୟ ତାମିଲ ନାଡୁରେ କାର୍ଯ୍ୟ କରୁଛନ୍ତି । ସେ ହେଉଛନ୍ତି ସାନ ପୁଅ । ତାଙ୍କୁ ଏହି ଘଟଣା ବିଷୟରେ ଖବର ପଠାଯାଇଛି । ଏହି ପରିବାରର ଗାଁରେ କାହାରି ସହିତ କୌଣସି ଶତୃତା ନ ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ:
CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲାଦେଖନ୍ତୁ ଫଟୋ ଓ ପଢ଼ନ୍ତୁ:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେପୋଲିସ ଘଟଣା ସ୍ଥଳକୁ ତନ୍ନ ତନ୍ନ କରି ଦେଖିବା ସହିତ ପ୍ରମାଣ ସଂଗ୍ରହ କରୁଛି (Subarnapur triple murder)। ଫରେନସିକ ଦଳକୁ ମଧ୍ୟ ଆସି ପହଞ୍ଚିବାକୁ କୁହାଯାଇଛି । ଏହି ହତ୍ୟା କାଣ୍ଡ କୌଣସି ଓଜନିଆ ଧାରୁଆ ଅସ୍ତ୍ର ସାହାଯ୍ୟରେ କରାଯାଇଥିବା ଜଣା ପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।