PM Yuba Mentorship Scheme: ୩ ଓଡ଼ିଆ ଯୁବ ଲେଖକଙ୍କୁ ମିଳିବ ପୁରସ୍କାର

ପିଏମ୍ ଯୁବା ମେଣ୍ଟରଶିପ୍ ଯୋଜନା ଅଧୀନରେ ଶ୍ରେଷ୍ଠ ଯୁବ ଲେଖକ ଭାବେ ମନୋନୀତ ହେଲେ ତିନି ଓଡ଼ିଆ ପୁଅ। ସେମାନେ ହେଲେ ଓମ ଛୋଟ ରାୟ, ଦିଲେଶ୍ୱର ରାୟ ଓ ଅନିନ୍ଦ୍ୟ ନାରାୟଣ ସିଂହ।

ପିଏମ୍ ଯୁବା ମେଣ୍ଟରଶିପ୍ ଯୋଜନାରେ ସଫଳ ପାଇଛନ୍ତି ତିନି ଓଡ଼ିଆ ପୁଅ (ପ୍ରତୀକାତ୍ମକ ଛବି)

ପିଏମ୍ ଯୁବା ମେଣ୍ଟରଶିପ୍ ଯୋଜନାରେ ସଫଳ ପାଇଛନ୍ତି ତିନି ଓଡ଼ିଆ ପୁଅ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପିଏମ୍ ଯୁବା ମେଣ୍ଟରଶିପ୍ ଯୋଜନା ଅଧୀନରେ ଶ୍ରେଷ୍ଠ ଯୁବ ଲେଖକ ଭାବେ ମନୋନୀତ ହେଲେ ତିନି ଓଡ଼ିଆ ପୁଅ। ସେମାନେ ହେଲେ ଓମ ଛୋଟ ରାୟ, ଦିଲେଶ୍ୱର ରାୟ ଓ ଅନିନ୍ଦ୍ୟ ନାରାୟଣ ସିଂହ।

ଓମ ପାଇକ ଆନ୍ଦୋଳନର ଇତିହାସ ସମ୍ବନ୍ଧରେ ଲେଖି ସେ ଏହି ଗୌରବ ହାସଲ କରିଛନ୍ତି। ଓଡ଼ିଶାର ବିଭିନ୍ନ ଖବରକାଗଜ ସ୍ତମ୍ଭର ସମ୍ପାଦକୀୟ ପୃଷ୍ଠାରେ ତାଙ୍କ ଲେଖା ପ୍ରକାଶିତ ହୁଏ। ସେ ମୂଳତଃ ଖୋର୍ଦ୍ଧା ପୁବୁସାହି ନିବାସୀ। ସେହି ଭଳି କଳାହାଣ୍ଡିର ଦିଲେଶ୍ୱର ରଣା ଜଣେ ଯୁବ ଲେଖକ। ସେ ପୂର୍ବରୁ କଥା ନବ ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର ଜିତିସାରିଛନ୍ତି। ସେ ଜଣେ ଥିଏଟର ଅଭିନେତା ମଧ୍ୟ।

ବିଜୟ ହାସଲ କରିଥିବା ତିନି ଓଡ଼ିଆଙ୍କୁ ୬ମାସ ପର୍ଯ୍ୟନ୍ତ ୫୦ହଜାର ଟଙ୍କା ସ୍କଲାର ମିଳିବ। ତା ସହ ୬ମାସ ପର୍ଯ୍ୟନ୍ତ ବିଜ୍ଞ ଲେଖକମାନଙ୍କଠାରୁ ସେମାନଙ୍କୁ ଶିଖିବାର ସୁଯୋଗ ମଧ୍ୟ ମିଳିବ। ଏଥିରେ ୩୭ଜଣ ଯୁବକ ଓ ୩୮ଜଣ ଯୁବତୀ ମୋନନୀତ ହୋଇଛନ୍ତି।
Published by:Soumya Das
First published:
)}