ଟୋକିଓ ଅଲିମ୍ପିକ୍ସରେ ହକିର ଉତ୍କର୍ଷ ଦେଖାଇବେ ଏହି ୩ ଓଡ଼ିଆ ଖେଳାଳି – ବୀରେନ୍ଦ୍ର, ଦୀପ୍ ଓ ଅମିତ

ଓଡ଼ିଆ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ପାଞ୍ଚ ବର୍ଷ ପରେ ଏକ ବଡ଼ ସୁଯୋଗ ଆସିଛି । ସେ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ମଧ୍ୟ ସେହି ସମୟରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ସୁଯୋଗ ହାତ ଛଡ଼ା କରିଥିଲେ ।

ଟୋକିଓ ଅଲିମ୍ପିକ୍ସରେ ହକିର ଉତ୍କର୍ଷ ଦେଖାଇବେ ଏହି ୩ ଓଡ଼ିଆ ଖେଳାଳି – ବୀରେନ୍ଦ୍ର, ଦୀପ୍ ଓ ଅମିତ
ତିନି ଓଡ଼ିଆ ଖେଳାଳି – ବୀରେନ୍ଦ୍ର, ଅମିତ ଓ ଦୀପ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ୧୬-ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି – ଡିଫେଣ୍ଡର୍‌  ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଜୁଲାଇ ୨୩ରୁ ଅଗଷ୍ଟ ୫ ଯାଏ ଚାଲିବାକୁ ଥିବା ଅଲିମ୍ପିକ୍ସ ହକି ମ୍ୟାଚଗୁଡ଼ିକରେ ଅଧିନାୟକ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବ ।

ଓଡ଼ିଆ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ପାଞ୍ଚ ବର୍ଷ ପରେ ଏକ ବଡ଼ ସୁଯୋଗ ଆସିଛି । ସେ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ମଧ୍ୟ ସୁଯୋଗ ହାତ ଛଡ଼ା କରିଥିଲେ । ସେହି ସମୟରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ରିଓ ଅଲିମ୍ପିକ୍ସରୁ ବାଦ ପଡ଼ିଥିଲେ ସେ । ଏବେ ଟୋକିଓ ଟିକେଟ୍‌ ହାସଲ କରି ଖୁବ୍‌ ଉତ୍ସାହିତ ବୀରେନ୍ଦ୍ର ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଗଲା ଥର ଆଘାତ ଲାଗିଥିବା କାରଣରୁ ମୁଁ ରିଓ ଅଲିମ୍ପିକ୍ସ ସୁଯୋଗ ହାତଛଡ଼ା କରିଥିଲି । କିନ୍ତୁ ବର୍ତ୍ତମାନ ଖୁସି ଲାଗୁଛି। ଟୋକିଓ ପାଇଁ ସୁଯୋଗ ମିଳିଛି । ବର୍ତ୍ତମାନ ମୁଁ ସେହି ଆହତ ସମସ୍ୟାରୁ ମୁକୁଳି ସାରିଛି । ପ୍ରସ୍ତୁତି ବି ଜୋରଦାର୍‌ କରିଛି। ତେଣୁ ଭଲ ପ୍ରଦର୍ଶନ କରିବି ବୋଲି ମୁଁ ଆଶାବାଦୀ,’’ କହିଛନ୍ତି ବୀରେନ୍ଦ୍ର ଲାକ୍ରା ।

ଏହା ବି ପଢ଼ନ୍ତୁ | ବାବା କା ଢାବା ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତି

ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସଙ୍କ ପାଇଁ ଟୋକିଓ ଟିକେଟ୍‌ ଅଲିମ୍ପିକ୍ସରେ ପ୍ରଥମ ପଦାର୍ପଣ ସୁଯୋଗ ହେବ । ‘‘ଅଲିମ୍ପିକ୍ସରେ ଖେଳିବାର ସୁଯୋଗ ମିଳିଛି । ବହୁତ ଖୁସି ଲାଗୁଛି । କୋଭିଡ କଟକଣା ଭିତରେ ମୋ’ର ଭଲ ପ୍ରସ୍ତୁତି ହୋଇଛି । ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବି ବୋଲି ମୁଁ ଆଶାନ୍ୱିତ ଅଛି,’’ କହିଛନ୍ତି ରୋହିଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍

ଭାରତୀୟ ମହିଳା ଦଳରେ ଏକ ମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପ୍‌ ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି । ପୂର୍ବରୁ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଦଳରେ ଖେଳିଥିଲେ ଦୀପ୍‌ ଗ୍ରେସ୍‌ । ରିଓ ଅଭିଜ୍ଞତା ନେଇ ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି ଦୀପ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

୧୬-ଜଣିଆ ଭାରତୀୟ ଦଳରେ ୧୦ ଜଣ ଖେଳାଳି ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦର୍ପଣ କରିବେ । ଅନ୍ୟ ଛଅ ଜଣଙ୍କର ପୂର୍ବରୁ ଅଲିମ୍ପିକ୍ସରେ ଖେଳିବାର ଅନୁଭୂତି ରହିଛି । ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଅଭିଜ୍ଞ ଗୋଲରକ୍ଷକ ପି.ଆର୍‌. ଶ୍ରୀଜେସ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ ସିଂ, ସୁରେନ୍ଦର କୁମାର ଓ ମନଦୀପ ସିଂ ପ୍ରମୁଖ ଖେଳାଳି ରହିଛନ୍ତି ।

ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଦୋକାନୀ ସମସ୍ତେ ଜାଣିବା ଉଚିତ

ଗତ କିଛି ବର୍ଷ ହେଲା ଲଗାତର ଭାବେ ଭାରତୀୟ ପୁରୁଷ ଦଳର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ୨୦୧୬ ଓ ୨୦୧୮ ଏସିଆନ୍‌ ଚ୍ୟାମ୍ପିୟନସିପ୍‌ ଓ ୨୦୧୭ ଏସିଆ କପରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲା ଭାରତୀୟ ଦଳ । ୨୦୧୯ ବିଶ୍ୱ ସିରିଜରେ ମଧ୍ୟ ଦଳର ପ୍ରଦର୍ଶନ ଭଲ ରହିଥିଲା । ତେଣୁ ଟୋକିଓ ଅଲିମ୍ପିକ୍ସ ନେଇ ଦଳ ବେଶ୍‌ ଆଶାବାଦୀ ।



ଅଲିମ୍ପିକ୍ସ ଅଭ୍ୟାସ ଓ ପ୍ରସ୍ତୁତି କରିବାକୁ ଭାରତୀୟ ଦଳ ୟୁରୋପ ଓ ଆର୍ଜେଣ୍ଟିନା ଗସ୍ତ କରି ମ୍ୟାଚ୍‌ ଖେଳିଛି । ଏଫ.ଆଇ.ଏଚ୍‌. ପ୍ରୋ-ଲିଗରେ ଭାରତୀୟ ଦଳ ଆର୍ଜେଣ୍ଟିନାକୁ ଦୁଇଟି ଯାକ ମ୍ୟାଚରେ ପରାସ୍ତ କରିଥିଲା। ତେଣୁ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ମନୋବଳ ଭଲ ରହିଛି । ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ପୁଲ୍‌-‘ଏ’ରେ ଅଲିମ୍ପିକ୍ସ ଚ୍ୟାମ୍ପିଅନ୍‌ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ପେନ ଓ ଜାପାନ ସହ ରହିଛି ।
Published by: Anand ST Das
First published: June 18, 2021, 11:46 PM IST