Odisha High Court: ଶପଥ ଗ୍ରହଣ କଲେ ୩ ନବ ନିଯୁକ୍ତ ବିଚାରପତି

ସୀମିତ ସଂଖ୍ୟକ ଅଂଶଗ୍ରହଣକାରୀଙ୍କ ସହ କୋଭିଡ ପ୍ରୋଟୋକଲ ମଧ୍ୟରେ ସକାଳ ୯.୩୦ ମିନିଟରେ ହାଇ କୋର୍ଟଙ୍କ ସମ୍ମିଳନୀ ହଲରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।

ଶପଥ ଗ୍ରହଣ କଲେ ୩ ନବ ନିଯୁକ୍ତ ବିଚାରପତି

ଶପଥ ଗ୍ରହଣ କଲେ ୩ ନବ ନିଯୁକ୍ତ ବିଚାରପତି

  • Share this:
News18 Odia Digital

କଟକ: ଓଡ଼ିଶା ହାଇ କୋର୍ଟର ତିନି ଜଣ ନୂଆ ବିଚାରପତି ଭି ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୂରାହରି ଶ୍ରୀ ରମଣ ସୋମବାର ପ୍ରଧାନ ବିଚାରପତିଙ୍କ ଏସ ମୁରଲୀଧରଙ୍କ ଉପସ୍ଥିତରେ ଶପଥ ଗ୍ରହଣ କରିଛନ୍ତି।

ସୀମିତ ସଂଖ୍ୟକ ଅଂଶଗ୍ରହଣକାରୀଙ୍କ ସହ କୋଭିଡ ପ୍ରୋଟୋକଲ ମଧ୍ୟରେ ସକାଳ ୯.୩୦ ମିନିଟରେ ହାଇ କୋର୍ଟଙ୍କ ସମ୍ମିଳନୀ ହଲରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।

ଓକିଲ ଭି ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରହରି ଶ୍ରୀ ରମଣଙ୍କୁ ଓଡ଼ିଶା ହାଇ କୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପ୍ରିମ କୋର୍ଟ କଲେଜିୟମ ସୁପାରିଶ କରିଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଘୋଷଣା କରାଯାଇଥିଲା।

ଭାରତର ସମ୍ବିଧାନର ଧାରା ୨୧୭ର ଧାରା (୧) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ବରିଷ୍ଠତାର ଆଦେଶ, ସେମାନେ ନିଜ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ ବୋଲି ଭାରତ ସରକାରଙ୍କ ଅତିରିକ୍ତ ସଚିବ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି।

ସୂଚନାଯୋଗ୍ୟ, ତିନି ଜଣ ବିଚାରପତିଙ୍କ ନିଯୁକ୍ତି ସହିତ ହାଇ କୋର୍ଟର ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।
Published by:Lipina Das
First published: