ଭୁବନେଶ୍ୱରରେ ସପ୍ତାହକରେ ୩ଟି ହତ୍ୟା ପରେ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠୁଛି

ଭୁବନେଶ୍ୱରରେ ରାସ୍ତା ଉପରେ ଲଗାତର ଏଭଳି ହତ୍ୟାକାଣ୍ଡ ଘଟୁଥିବାରୁ ପୋଲିସ ଚିନ୍ତାରେ ପଡ଼ିଛି । ଧଉଳି ଥାନା ହତ୍ୟାକାଣ୍ଡ ଘଟଣାକୁ ମିଶାଇ ୩୪ ଦିନ ମଧ୍ୟରେ ଚାରିଟି ହତ୍ୟାକାଣ୍ଡ ଘଟିଲାଣି ।

ଭୁବନେଶ୍ୱରରେ ସପ୍ତାହକରେ ୩ଟି ହତ୍ୟା ପରେ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠୁଛି
ଜୁନ୍ ୮ର ହତ୍ୟା ଘଟଣାରେ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 13, 2021, 11:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଲାଣି ପ୍ରଶ୍ନ । ସପ୍ତାହକ ମଧ୍ୟରେ ତିନି ତିନୋଟି ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ କମିଶନରେଟ୍‌ ପୋଲିସର କର୍ତ୍ତବ୍ୟ ନିଷ୍ଠା ଓ ତତ୍ପରତା ଉପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

ବିଶେଷ କରି ରାସ୍ତା କଡ଼ରେ ଘଟୁଥିବା ହତ୍ୟା ଘଟଣାଗୁଡ଼ିକ ଏବେ ପୋଲିସ ପାଇଁ ଟେନସନ୍‌ ବଢ଼ାଇଛି । ଶନିବାର ସନ୍ଧ୍ୟାରେ (ଜୁନ୍‌ ୧୨) ବାପୁଜି ନଗର ଅଞ୍ଚଳରେ ତ୍ରିନାଥ ନାମକ ଜଣେ ଦିନ ମଜୁରିଆକୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ହତ୍ୟାକାରୀ ନାରାୟଣ ସାହୁକୁ ଗିରଫ କରାଯାଇଛି, ହେଲେ ମୃତ ତ୍ରିନାଥର ସମ୍ପୁର୍ଣ୍ଣ ପରିଚୟ ଏ ଯାଏଁ ପାଇନି ପୋଲିସ ।

ଏହା ବି ପଢ଼ନ୍ତୁ | କରୋନା କାଳରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କଲେ ନୀତା ମୁକେଶ ଅମ୍ବାନୀ

ଜୁନ୍‌ ୮ ତାରିଖରେ ଲକ୍ଷ୍ମୀସାଗର ଥାନା କଦଳୀଗୋଦାମ ଅଞ୍ଚଳରେ ବିଚ୍ ରାସ୍ତାରେ କାର୍ତ୍ତିକ ସାହୁ ନାମକ ଜଣେ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗାଡି଼ ସାଇଡ ମରାକୁ କେନ୍ଦ୍ର କରି କାର୍ତ୍ତିକକୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’

ଜୁନ୍ ୬ ତାରିଖରେ ଖାରବଳେନଗର ଜନପଥରେ ଶେଖ୍‌ ଅବଦୁଲ ନାମକ ଜଣେ ଦିନ ମଜୁରିଆକୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ହତ୍ୟାକାରୀ ସୋମୁ ସିଂକୁ ପୋଲିସ ଗିରଫ କରିଥିଲା । ହତ୍ୟାକାଣ୍ଡ ପଛରେ ସାମାନ୍ୟ ବଚସା ଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା ।

ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କା

ଭୁବନେଶ୍ୱରରେ ରାସ୍ତା ଉପରେ ଲଗାତର ଏଭଳି ହତ୍ୟାକାଣ୍ଡ ଘଟୁଥିବାରୁ ପୋଲିସ ଚିନ୍ତାରେ ପଡ଼ିଛି । ଧଉଳି ଥାନା ହତ୍ୟାକାଣ୍ଡ ଘଟଣାକୁ ମିଶାଇ ୩୪ ଦିନ ମଧ୍ୟରେ ଚାରିଟି ହତ୍ୟାକାଣ୍ଡ ଘଟିଲାଣି । ଯଦିଓ ହତ୍ୟାକାରୀକୁ ଗିରଫ କରିବାରେ ପୋଲିସ ସକ୍ଷମ ହେଉଛି, ତଥାପି ଦିନ ଦ୍ୱିପହରରେ ଏଭଳି ଘଟଣା ଘଟୁଥିବାରୁ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠିଛି ।

ଏହା ବି ପଢ଼ନ୍ତୁ | ମ୍ୟାଗି ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestle ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା

“ଜନପଥରେ ଶେଖ ଅବଦୁଲ୍‌ ଓ ବାପୁଜି ନଗରର ତ୍ରିନାଥ ହତ୍ୟା ଘଟଣା ହଠାତ୍‌ ଉତ୍ତେଜନା (ସଡନ୍‌ ପ୍ରଭୋକେସନ୍) କାରଣରୁ ହୋଇଛି । ତେଣୁ ଏଥିରେ ପୋଲିସ କ’ଣ କରି ପାରିବ? ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି଼ କରାଯାଇଛି । ପାଟ୍ରୋଲିଂକୁ ମଧ୍ୟ ବଢ଼ାଇ ଦିଆଯାଇଛି । ତଥାପି ଅପରାଧ ହେଉଥିବାରୁ ପୋଲିସ ଅଧିକ ସକ୍ରିୟ ହୋଇ କାମ କରୁଛି,’’ କହିଛନ୍ତି କମିଶନରେଟ୍‌ ପୋଲିସର ଜୋନ୍‌-୧ ଏ.ସି.ପି. ମାନସ ଗଡ଼ନାୟକ ।



ବରିଷ୍ଠ ଆଇନଜିବୀ ସିଦ୍ଧାର୍ଥ ଦାସ କହିଛନ୍ତି, “ପୋଲିସ ଏବେ କେବଳ କୋଭିଡ ନାମରେ ରାସ୍ତା ଘାଟରେ ଚେକିଂକୁ ଗୁରୁତ୍ୱ ଦେଉଥିବା ଦେଖାଯାଉଛି । ସହରରେ ଅପରାଧ ବଢ଼ି ଚାଲିଛି । ଅପରାଧ କମାଇବାକୁ ହେଲେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି଼ କରିବାକୁ ପଡିବ । ରାସ୍ତାକଡରେ ରହୁଥିବା ଲୋକଙ୍କ ଉପରେ ପୋଲିସ ନଜର ରଖିବା ଉଚିତ । ଏଭଳି ଅପରାଧ ବଢ଼ିଲେ ପୋଲିସ ପ୍ରତି ଲୋକଙ୍କ ମନେଭାବ ବଦଳିଯିବ ।’’
Published by: Anand ST Das
First published: June 13, 2021, 11:11 PM IST