ରାଜଧାନୀରେ ଖୋଲିଲା ଇଣ୍ଡଲଜ୍‌ ରୂପଚାର୍ଯ୍ୟା କେନ୍ଦ୍ରର ଆଉ ୩ଟି ନୂଆ ଶାଖା; ମୁଖ୍ୟ ଅତିଥି ସାଜିଲେ ଅଫତାବ

ବଲିଉଡ ଷ୍ଟାର ଅଫତାଵ କହିଥିଲେ ଯେ, ନିଜକୁ ଫିଟ ରଖିବା ସହିତ ସମୟୋପଯୋଗୀ ଫ୍ୟାସନ କରିବା ପାଇଁ ଆଗ୍ରହୀ ହେଉଛନ୍ତି ଯୁବ ଵର୍ଗ। ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ଦିଗରେ ଇଣ୍ଡଲଜ ଭଳି ଅନୁଷ୍ଠାନ ଉଦ୍ୟମ ଆରମ୍ଭ କରିଛନ୍ତି।

ଭୁବନେଶ୍ବରରେ ନଜର ଆସିଲେ ବଲିଉଡ ଷ୍ଟାର ଅଫତାବ

ଭୁବନେଶ୍ବରରେ ନଜର ଆସିଲେ ବଲିଉଡ ଷ୍ଟାର ଅଫତାବ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱରରେ ଖୋଲିଲା ଇଣ୍ଡଲଜ୍‌ ରୂପଚାର୍ଯ୍ୟା କେନ୍ଦ୍ରର ଆଉ ୩ଟି ନୂଆ ଶାଖା। ଏହି ତିନୋଟି ନୂଆ ଶାଖା ଗୁଡିକ ହେଲା କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ନିଳାଦ୍ରି ବିହାର ଏବଂ ଜାଗମରା। ବଦଳୁଥିବା ଜୀବନଚର୍ଯ୍ୟ ଶୈଳୀକୁ ଆଖିରେ ରଖି ଓଡ଼ିଶା ଓ ଓଡ଼ିଶା ବାହାରେ ଏପର୍ଯ୍ୟନ୍ତ ୧୨ରୁ ଅଧିକ ଶାଖା ଇଣ୍ଡଲଜ ପକ୍ଷରୁ ଖୋଲିଥିବା କୁହାଯାଇଛି।

ଏହି ରୂପଚାର୍ଯ୍ୟା ସେଲୁନ୍ ଗୁଡ଼ିକୁ ବଲିଉଡ଼୍ ଅଭିନେତା ଅଫତାବ୍ ଶିବଦାସାନି ଶୁଭ ଉଦଘାଟନ କରିଥିଲେ। ଇଣ୍ଡଲଜ୍ ପ୍ରତିଷ୍ଠାତା ସୁକିର୍ତ୍ତୀ ପଟ୍ଟନାୟକ ଉଦ୍‌ଘାଟନୀ ଆବସରରେ ଉପସ୍ଥିତ ଥୁଲେ। ଉଦଘାଟନୀ ଉତ୍ସବ ଅବସରରେ ସୁକିର୍ତ୍ତୀ କହିଛନ୍ତି ଯେ, ଲୋକଙ୍କର ବଢୁଥିବା ଓ ବଦଳୁଥିବା ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏକାଥରକେ ଉତ୍କଳ କନିକା ଗ୍ୟାଲେରିଆ ସମେତ ଏକାଧିକ ମଲ୍‌ରେ ଏହି ସେଲୁନ୍‌ର ଶୁଭାରମ୍ଭ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଅଫତାବ ସମସ୍ତ ଉପସ୍ଥିତ ଦର୍ଶକଙ୍କ ସହ ନିଜ ଫିଲ୍ମ ଅନୁଭୂତି ବାଣ୍ଟିଥିଲେ।

ବଲିଉଡ ଷ୍ଟାର ଅଫତାଵ କହିଥିଲେ ଯେ, ନିଜକୁ ଫିଟ ରଖିବା ସହିତ ସମୟୋପଯୋଗୀ ଫ୍ୟାସନ କରିବା ପାଇଁ ଆଗ୍ରହୀ ହେଉଛନ୍ତି ଯୁବ ଵର୍ଗ। ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ଦିଗରେ ଇଣ୍ଡଲଜ ଭଳି ଅନୁଷ୍ଠାନ ଉଦ୍ୟମ ଆରମ୍ଭ କରିଛନ୍ତି ଯାହା ସମୟର ଆବଶ୍ୟକତା। ଏହି ଅବସରରେ ଉପସ୍ଥିତ ଲୋକଙ୍କ ସହ ମତ ବିନିମୟ କରିଥିଲେ ଅଫତାଵ। ସେ କହିଥିଲେ ଯେ, ନିଜକୁ ଫିଟ ଆଣ୍ଡ ଫାଇନ ରଖିବା ସମୟର ଡାକରା। ଆଗକୁ ବଢ଼ିବାକୁ ହେଲେ ନିଜ ଲୁକଜୁ ଗ୍ରହଣୀୟ କରିବା ଦରକାର।

ବଲିଉଡ ଷ୍ଟାର ଅଫତାଵ


ନିଜ ଫ୍ୟାନଙ୍କ ସହ ଅଫତାବଙ୍କ ଏହି ପାରସ୍ପରିକ ମତ ବିନିମୟ କାର୍ଯ୍ୟକ୍ରମ ଥିଲା ବେଶ ଆକର୍ଷଣୀୟ ଏବଂ ଅତ୍ୟନ୍ତ ପ୍ରେରଣାଦାୟକ। ଏହି ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଖୋଲା ହୋଇଥିବା ସେଲୁନ୍‌ର ଫ୍ରାଞ୍ଚାଇଜ୍ ମାଲିକ ଲୀତା ପଟ୍ଟନାୟକ, ଜାଗମରା ସେଲୁନ୍‌ର ଅପର୍ଣ୍ଣା ସ୍ୱାଇଁ, ସ୍ୱପ୍ନା ସ୍ୱାଇଁ ଓ ନିଳାଦ୍ରି ବିହାର ସେଲୁନ୍‌ର ଗାଭାସ୍କର ସ୍ୱାଇଁ ଏହି କାର୍ଯ୍ୟକ୍ରମ ମୁହୁର୍ତ୍ତରେ ଉପସ୍ଥିତ ଥିଲେ। ଏହି ଅବସରରେ ଅଫତାବ୍ ବ୍ୟୁଟି ଇଣ୍ଡଷ୍ଟ୍ରିରେ ନୂଆ ଉଦ୍ୟୋଗୀଙ୍କ ଯୋଗଦାନ ସହ ଇଣ୍ଡଲଜ୍‌କୁ ପ୍ରଶଂସା କରିଥିଲେ।

ଏଥି ସହିତ ଅନେକ ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଳଟିଥିବା ସୁକିର୍ତ୍ତୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ଅଫତାଵ। ନିଜ ବକ୍ତବ୍ୟରେ ସୁକୀର୍ତ୍ତୀ ପଟ୍ଟନାୟକ କହିଥିଲେ ଯେ, ଆସନ୍ତା ଦୁଇ ବର୍ଷରେ ୩୦ଟି ନୂଆ ଆଉଟ୍‌ଲେଟ୍ ଖୋଲିବା ଯୋଜନା କରିଛି ଇଣ୍ଡଲଜ। ଇଣ୍ଡଲଜ୍‌ରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ଉତ୍ପାଦ ଓ ଉତ୍କୃଷ୍ଟ ସେବା ନିମନ୍ତେ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପାଇଁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥି ସହିତ ନୂଆ ଫ୍ରାଞ୍ଚାଇଜ୍ ମାଲିକମାନଙ୍କୁ ଅଭିନନ୍ଦନ ଜଣାଇବା ଓ ସେମାନଙ୍କର ଉତ୍ତରୋତ୍ତର କାମନା ମଧ୍ୟ କରିଥିଲେ। ମୋଟ ଉପରେ ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଇଣ୍ଡଲଜ୍ ଏକ ବ୍ରାଣ୍ଡ୍ ଭାବରେ ଆଗରେ ରହିଆସିଛି ଇଣ୍ଡଲଜ୍ ଯାତ୍ରାର ଅଂଶ ହୋଇଥିବାରୁ ଆଫତାବଙ୍କୁ ଧନ୍ୟବାଦ ଜଣାଇଥିଲେ।
Published by:Lipina Das
First published: