- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି ଅର୍ଥମନ୍ତ୍ରୀର ପାହ୍ୟା । ତେବେ ଶ୍ରମମନ୍ତ୍ରୀ ଭାବରେ ସାରଦା ପ୍ରସାଦ ନାୟକ ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।
ନବୀନଙ୍କ ଟିମରେ ସାମିଲ ହେବା ପରେ ଶାରଦା କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆସ୍ଥା ଓ ବିଶ୍ୱାସ ହେଉଛି ବଡ କଥା । ମୁଖ୍ୟମନ୍ତ୍ରୀ ଯାହା ବିଭାଗ ଦେବେ ତାହାର ଦାୟିତ୍ୱ ତୁଲାଇବି । ସରକାରଙ୍କ କାମ କିଭଳି ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ କାମ କରିବି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରିବି । ସେହିପରି ଶପଥ ଗ୍ରହଣ ପରେ ସୁଦାମ କହିଛନ୍ତି, ପୁଣିଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରି ମୁଖ୍ୟମନ୍ତ୍ରୀ ଯେଉଁ ଆସ୍ଥା ଓ ବିଶ୍ୱାସ କରିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇବି । ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କାମ କରୁଥିବା ବେଳେ ମୋତେ ଏଥିରେ କାମ କରିବାକୁ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ । ଶପଥ ଗ୍ରହଣ ପରେ ବିକ୍ରମ କେଶରୀ ଆରୁଖ କହିଛନ୍ତି, ମନ୍ତ୍ରୀମଣ୍ଡଳରେ ମୋତେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଶପଥ ଗ୍ରହଣ ଉତ୍ସବ ସରିଛି । ଯେଉଁ ବିଭାଗର ଦାୟିତ୍ୱ ମିଳିବ ସେ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମକୁ କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚା ଯାଇପାରିବ ସେ ଦିଗରେ କାର୍ଯ୍ୟ କରିବି । ଦଳ ଯାହା ଦାୟିତ୍ୱ ଦେବ ତାହାକୁ ସୂଚାରୁୁ ରୂପେ ତୁଲାଇବି ବୋଲି କହିଛନ୍ତି ବିକ୍ରମ କେଶରୀ ଆରୁଖ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।