କଟକରେ ବିଷାକ୍ତ ଚାଟ୍ ଖାଇବା ପରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ

ଖବର ଅନୁଯାୟୀ ଗୋବିନ୍ଦ ପାତ୍ରଙ୍କ ପତ୍ନୀ ରୁନୁ ପାତ୍ର ଓ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ଜରିପାଟଣାର ବାସିନ୍ଦା ଥିଲେ। ଗୋବିନ୍ଦଙ୍କ ପରିବାର ଶନିବାର ସନ୍ଧ୍ୟାରେ ‘ଚାଟ୍’ ଖାଇଥିଲେ, ଯାହା କଟକର ଷ୍ଟ୍ରିଟ୍ ଫୁଡ।

କଟକରେ ବିଷାକ୍ତ ଚାଟ୍ ଖାଇବା ପରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ

କଟକରେ ବିଷାକ୍ତ ଚାଟ୍ ଖାଇବା ପରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ

  • News18 Odia
  • Last Updated :
  • Share this:
News18 Odia Digital

କଟକ: କଟକ ମାଣିଆବନ୍ଧ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଅଭିମନପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇବା ପରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ଅନ୍ୟ ଜଣେ ସଦସ୍ୟ ଗୋବିନ୍ଦ ପାତ୍ର ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ଖବର ଅନୁଯାୟୀ ଗୋବିନ୍ଦ ପାତ୍ରଙ୍କ ପତ୍ନୀ ରୁନୁ ପାତ୍ର ଓ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ଜରିପାଟଣାର ବାସିନ୍ଦା ଥିଲେ। ଗୋବିନ୍ଦଙ୍କ ପରିବାର ଶନିବାର ସନ୍ଧ୍ୟାରେ ‘ଚାଟ୍’ ଖାଇଥିଲେ, ଯାହା କଟକର ଷ୍ଟ୍ରିଟ୍ ଫୁଡ। ଏହାକୁ ଖାଇବା କିଛି ସମୟ ପରେ ଚାରିଜଣ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କ ଅବସ୍ଥା ବିଗିଡିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେମାନଙ୍କୁ ପ୍ରଥମେ ମାଣିଆବନ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଆହୁରି ବିଗିଡିଯିବା ପରେ ସେମାନଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଦୁର୍ଭାଗ୍ୟବଶତଃ ଶନିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା। କିଛି ସମୟ ପରେ, ତାଙ୍କ ଝିଅ ମଧ୍ୟ ଜୀବନ ହରାଇଥିଲେ। ପୁଅ ଓ ଝିଅଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ପତ୍ନୀ ଆଖି ବୁଜିଥିଲେ।

ଏହି ସମୟରେ ପରିବାରର ଶେଷ ବଞ୍ଚିଥିବା ସଦସ୍ୟ ଗୋବିନ୍ଦ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Published by:Lipina Das
First published: