ବାଲେଶ୍ୱର ସଦର Bypoll: ତିନି ମୁଖ୍ୟ ଦଳ ନିଜ ପାଇଁ ଲୋକଙ୍କ ସମର୍ଥନ ରହିଥିବା ଦାବି କରୁଛନ୍ତି

ବିଡେଜି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସହ ପାଞ୍ଚ ଜଣ ମନ୍ତ୍ରୀ – ପ୍ରତାପ ଜେନା, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ଏବଂ ବରିଷ୍ଠ ନେତା ରବୀନ୍ଦ୍ର ଜେନା ଉପସ୍ଥିତ ରହି ଲୋକଙ୍କୁ ଭୋଟ ପାଇଁ ନିବେଦନ କରୁଛନ୍ତି ।

ବାଲେଶ୍ୱର ସଦର Bypoll: ତିନି ମୁଖ୍ୟ ଦଳ ନିଜ ପାଇଁ ଲୋକଙ୍କ ସମର୍ଥନ ରହିଥିବା ଦାବି କରୁଛନ୍ତି
ବିଜେଡି ପ୍ରାଥୀ ସ୍ୱରୂପ ଦାସ ଏକ ରାଲିକୁ ସମ୍ବୋଧିତ କରୁଛନ୍ତି ।
  • News18 Odia
  • Last Updated: October 28, 2020, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ପ୍ରଚାର ଗତିକୁ ସେତିକି ତୀବ୍ର କରୁଛନ୍ତି ସବୁ ଦଳର ରାଜନେତାମାନେ । ତିନୋଟି ମୁଖ୍ୟ ଦଳ – ବିଜେପି, ବିଜେଡ଼ି ଓ କଂଗ୍ରେସ – ପକ୍ଷରୁ ଜୋରଦାର କ୍ୟାମ୍ପେନ କରାଯାଉଛି ।

ବିଜେଡି ପକ୍ଷରୁ ଆୟୋଜିତ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ପଞ୍ଚାୟତ ଅଫିସ ଛକରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ ମିଟିଂରେ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସହ ପାଞ୍ଚ ଜଣ ମନ୍ତ୍ରୀ – ପ୍ରତାପ ଜେନା, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ଓ  ବରିଷ୍ଠ ନେତା ରବୀନ୍ଦ୍ର ଜେନା ଉପସ୍ଥିତ ରହି ଲୋକଙ୍କୁ ଭୋଟ ପାଇଁ ନିବେଦନ କରିଥିଲେ ।

ବାଲେଶ୍ୱର ଚୌଧୁରି ସାହିରେ ଏକ ମିଟିଂରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ ରହି ଭୋଟ ପାଇଁ ନିବେଦନ କରିଥିଲେ । ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସଙ୍କର ପାଇଁ ପ୍ରଚାର କରୁଥିବା ନେତାମାନେ କହିଛନ୍ତି ଯେ ଦଳ ଓ ପ୍ରାର୍ଥୀଙ୍କ ପାଇଁ ଲୋକଙ୍କ ସମର୍ଥନ ରହିଛି ଓ ଦାସଙ୍କ ବିଜୟ ସୁନିଶ୍ଚିତ ।

କଂଗ୍ରେସର ଏକ ରାଲିର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ହେଲେ, ନିଜକୁ ବିଚ୍ଛିନ୍ନ କରି ରଖିଲେ

ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଓଲନ୍ଦା ସାରଙ୍ଗାରେ ଏକ ବିରାଟ ବାଇକ ରାଲିରେ ଷଡ଼ଙ୍ଗୀ ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ମହାପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ଏକ ମିଟିଂରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ସେ ଚକ ସିନ୍ଧିଆ, ବାଲିପାଳ, ନୂଆପଦା ଓ ଆଙ୍ଗୁଳା ଆଦି ସ୍ଥାନରେ ବି ପ୍ରଚାର କରିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିଛନ୍ତି । ତାଙ୍କ ସହ କଂଗ୍ରେସ ନେତା ଅମୀୟ ପାଣ୍ଡପ, ଯୋଗେଶ୍ୱର ବାବୁ ଓ ସତ୍ୟଶିବ ଦାସ ରହୁଛନ୍ତି । ସେମାନେ ଫକୀରମୋହନ ଗୋଲେଇ, ବାଲୁ ବଜାର, ସୁନହଟ ଓ ନୂଆବଜାର ଆଦି ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି । ଫକୀର ମୋହନ କଲେଜ ନିକଟରେ ଏକ ଶୋଭାଯାତ୍ରାରେ ମମତାଙ୍କ ସମର୍ଥନ ପାଇଁ ପ୍ରଚାର କରିଛନ୍ତି ଦଳୀୟ ନେତା ସୁଦର୍ଶନ ଦାସ ଓ ସତ୍ୟ ପ୍ରକାଶ ନାୟକ ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଏକ ରାଲିରେ ଭାଷଣ ଦେଉଛନ୍ତି ।


ଉଭୟ ବିଜେପି ଓ କଂଗ୍ରେସ ନେତା ବି ଦାବି କରିଛନ୍ତି ଯେ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି । ଲୋକଙ୍କ ମୌଳିକ ସମସ୍ୟା କଥା ଉଠାଇ ତିନି ଦଳ କରୁଛନ୍ତି ଜୋରଦାର କ୍ୟାମ୍ପେନ । ଏବେ ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନରେ ତିନି ଦଳର ଷ୍ଟାର କ୍ୟାମ୍ପେନରମାନେ ରହୁଛନ୍ତି ।

ଏହା ବି ପଢ଼ନ୍ତୁ | Bihar Polls: ପ୍ରଚାରରୁ ଫେରି ଅମିଶା ପଟେଲ କହିଲେ, ‘‘ସେଠି ମୋ’ର ରେପ୍ ହୋଇଯାଇଥା’ନ୍ତା’’

‘‘ଲୋକଙ୍କର ଅମାପ ବିଶ୍ୱାସ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି । ତେଣୁ ଆମକୁ ସମର୍ଥନ ମିଳିବା ନିଶ୍ଚିତ,’’ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି ଯେ ଲୋକେ ୨୦୧୯ରେ ବାଲେଶ୍ୱର ସଦର ଆସନରେ ବିଜେପି ଉପରେ ବିଶ୍ୱାସ କରିଥିଲେ ଓ ପୁଣି ଥରେ ସେହି ବିଜୟ ଧାରା ରିପିଟ ହେବ । ’’ଲୋକେ ବିଜେପି ସହିତ ରହିଛନ୍ତି,’’ ସେ କହିଛନ୍ତି ।



କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ବିଜେଡି ଦୀର୍ଘ ବର୍ଷ ଶାସନ କରିବା ପରେ ବି ବାଲେଶ୍ୱରବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହୋଇ ପାରିନାହିଁ । ‘‘ଲୋକେ ଏବେ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଏ ଥର କଂଗ୍ରେସ ଉପରେ ଭରସା କରିବେ,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: October 28, 2020, 10:53 PM IST
corona virus btn
corona virus btn
Loading