ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳା ଗିରଫ
- News18 Odia
- Last Updated :
- Other, India
News18 Odia Digital
ବ୍ରହ୍ମପୁର: ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ । ରେଳବାଇରେ ଚାକିରି ଦେବା ନାଁ ରେ ଜଣେ ଯୁବକଙ୍କ ଠାରୁ ତିନି ଲକ୍ଷ ୫୦ ହଜାର ଟଙ୍କା ନେବା ବେଳେ ଠକ ମହିଳାଙ୍କୁ ଧରିବାରେ ସଫଳ ହେଲା ଟାଉନ ଥାନା ପୋଲିସ ।
ଗିରଫ ମହିଳା ଜଣକ ହେଲେ ଜଗତସିଂହପୁର ଅଞ୍ଚଳର ଜେ.ଏମ.ଏସ ପ୍ରଭା। ବ୍ରହ୍ମପୁର ସହର ଶରଧାବାଲି ଅଞ୍ଚଳରେ ରହୁଥିବା ପୋଲିସ ଅନୁସାରେ ସୋରଡ଼ା ବ୍ଲକ ଅସୁରବନ୍ଧ ଅଞ୍ଚଳର ଜଣେ ଯୁବକ ହିତେଶ ପାତ୍ର ସହ ଗାନ୍ଧିନଗର ସ୍ଥିତ ସାଇ କମ୍ପ୍ଲେକ୍ସ ନିକଟରେ ଜଣେ ମହିଳାଙ୍କର ଭେଟ ହୋଇଥିଲା। ୧୧ ଲକ୍ଷ ଟଙ୍କା ଦେଲେ ରେଳବାଇର ଗ୍ରୁପ ସି ଗ୍ରେଡରେ ଚାକିରି କରାଇଦେବି ବୋଲି କହିଥିଲେ। ହିତେଶ ଚାକିରି ପାଇବା ଆଶାରେ ତାଙ୍କୁ ପ୍ରାଥମିକ ଭାବେ ୭ଲକ୍ଷ ୫୦ହଜାର ଟଙ୍କା ଦେଇଥିଲେ। ପରେ ଠକ ମହିଳା ପ୍ରଭା, ହିତେଶଙ୍କୁ ନକଲି ରେଳବାଇ ଆଇଡି, ନିଯୁକ୍ତି ପତ୍ର ଆଦି ଦେବା ସହ ବଳକା ୩ ଲକ୍ଷ ୫୦ହଜାର ଟଙ୍କା ମାଗିଥିଲେ।
ପରେ ଅଭିଯୋଗକୁ ଭିତ୍ତି କରି ପୋଲିସ ମହିଳା ଠକ ପ୍ରଭାଙ୍କୁ ଗିରଫ କରିଥିଲେ। ତାଙ୍କ ଠାରୁ ଏକ ଡାୟରୀ ଜବତ କରିଛି। ଯେଉଁଥିରେ ବିଭିନ୍ନ ଯୁବକଙ୍କ ଠାରୁ ଚାକିରି ଆଶାରେ ଟଙ୍କା ନେଇଥିବା ତଥ୍ୟ ରହିଛି। ଏଥି ସହ ଏକ ବାଇକ୍, କିଛି ନକଲି ରେଳବାଇ କାଗଜ ପତ୍ର ଜବତ କରିଥିବା ବେଳେ ଏନେଇ ଟାଉନ ଥାନା ପୋଲିସ ଅଧିକା ତଦନ୍ତ ଜାରି ରଖିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।