ମିଛ ପ୍ରତିଶ୍ରୁତି ଦେଇ ଯୁବତୀଙ୍କଠୁ ଠକିନେଲେ ୩ଲକ୍ଷ ଟଙ୍କା; ନକଲି ପ୍ରଯୋଜକ ଗିରଫ

ଅଭିଯୁକ୍ତ ସୁନୀଲ ନିଜକୁ ପ୍ରଯୋଜକର ପରିଚୟ ଦେଇ ଯୁବତୀଙ୍କ ସହ ମିଶିଥିଲେ। ପରେ ଯୁବତୀଙ୍କୁ ଆଲବମ୍ରେ ଅଭିନେତ୍ରୀ କରାଇ ଦେବାକୁ କହି ୩ ଲକ୍ଷ ଟଙ୍କା ନେଇଯାଇଥିଲେ।

ଗିରଫ ସୁନୀଲ ଗୌଡ଼ (ପ୍ରତୀକାତ୍ମକ ଛବି)

ଗିରଫ ସୁନୀଲ ଗୌଡ଼ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଜଣେ ଯୁବତୀଙ୍କୁ ଅଭିନେତ୍ରୀ କରାଇଦେବାକୁ କହି ୩ ଲକ୍ଷ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପାହାଳ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୁନୀଲ କୁମାର ଗୌଡ଼। ସୁନୀଲର ଘର ଗଞ୍ଜାମ ଜିଲା ସେରଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ ଲିଙ୍ଗରାଜ ଥାନା ରଥରୋଡ଼ ବାରିକ ସାହିରେ ଭଡ଼ାରେ ରହୁଥିଲା ।

ପାହାଳ ପୋଲିସର ସୂଚନା ଅନୁଯାୟୀ , ଅଭିଯୁକ୍ତ ସୁନୀଲ ନିଜକୁ ପ୍ରଯୋଜକର ପରିଚୟ ଦେଇ ଯୁବତୀଙ୍କ ସହ ମିଶିଥିଲେ । ପରେ ଯୁବତୀଙ୍କୁ ଆଲବମ୍‌ରେ ଅଭିନେତ୍ରୀ କରାଇ ଦେବାକୁ କହି ୩ ଲକ୍ଷ ଟଙ୍କା ନେଇଯାଇଥିଲେ। ଏପରିକି ତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ଯୁବତୀ ଜଣକ ବିବାହ କଥା କହିବାରୁ ତାଙ୍କୁ ମାର୍‌ପିଟ କରି ଧରାଛୁଆଁ ନ ଦେଇ ଲୁଚିଲୁଚି ବୁଲୁଥିଲେ ।

ଗତ ସୋମବାର ପାହାଳ ଓଭରବ୍ରିଜ୍ ନିକଟରେ ସୁନୀଲ ଥିବାବେଳେ ଅଭିଯୋଗକାରିଣୀ ଯୁବତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ମାର୍‌ପିଟ୍ ଲାଗିଥିଲା। ଖବର ପାଇ ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ସୁନୀଲକୁ କାବୁ କରିଥିଲା । ପରେ ପଚରାଉଚରା କରିବା ପରେ ଟଙ୍କା ନେଇଥିବା କଥା ମାନିଥିଲା ସୁନୀଲ।

ପାହାଳ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଆଇ.ପି.ସି ଦଫା  ୩୪୧/ ୨୯୪/୩୨୩/୩୨୪/ ୩୭୯/ ୩୦୭ / ୪୨୦  ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ସେପଟେ ସୁନୀଲ ରହୁଥିବା ଘରେ ମଧ୍ୟ ପୋଲିସ ରେଡ଼ କରି କିଛି କାଗଜପତ୍ର ଜବତ କରିଛି। ତେବେ ସୁନୀଲ କରୁଥିଲା କଣ ସେନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
Published by:Soumya Das
First published: