ଗଞ୍ଜାମରେ BEOଙ୍କ ଠାରୁ ୫୦,୦୦୦ ଟଙ୍କା ବଟି ମାଗିଲେ ୩ ସାମ୍ବାଦିକ; ପୋଲିସ ମାମଲା ରୁଜୁ କଲା

ବିଇଓ ସରକାରୀ କାମରେ ବାହାରକୁ ଯାଇଥିବା ବେଳେ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି ବୋଲି ଦର୍ଶାଇ ତିନି ଜଣ ସାମ୍ବାଦିକ ୫୦,୦୦୦ ନ ଦେଲେ ସେମାନେ ସେହି ଖବର ପ୍ରସାରିତ/ପ୍ରକାଶିତ କରିବେ ବୋଲି କହିଥିବା ଅଭିଯୋଗ ହୋଇଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ରାଜଧାନୀ ଭୁବନେଶ୍ୱରରେ ପାଞ୍ଚ ଜଣ ମିଛ ସାମ୍ବାଦିକଙ୍କୁ ଧମକ ଚମକ ଦେଇ ଜଣେ କାରଖାନା ମାଲିକଙ୍କ ଠାରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଲୁଟିବା ଅଭିଯୋଗରେ ଗିରଫ କରାଯିବାର ଦିନକ ପରେ ଗଞ୍ଜାମ ଜିଲ୍ଲାରେ ତିନି ଜଣ ସାମ୍ବାଦିକଙ୍କ ନାମରେ ଠିକ୍‌ ସେହି ପ୍ରକାର ଅଭିଯୋଗ ପାଇଁ ଏକ ମାମଲା ରୁଜୁ କରାଯାଇଛି ।

ଅଭିଯୋଗ ଅନୁସାରେ ଏହି ତିନି ଜଣ ସାମ୍ବାଦିକ ବୁଗଡ଼ାର ବ୍ଲକ୍ ଏଜୁକେସନ୍ ଅଫିସର (ବିଇଓ) ରସାନନ୍ଦ କରଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ଠାରୁ ୫୦,୦୦୦ ଟଙ୍କା ବଟି ମାଗୁଥିଲେ । ତିନି ଜଣ ସାମ୍ବାଦିକ କହିଥିଲେ ଯେ ବିଇଓ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି ଓ ସେମାନଙ୍କୁ ଯଦି ୫୦,୦୦୦ ଟଙ୍କା ଦିଆ ନ ଯାଏ ତାହେଲେ ସେମାନେ ସେହି ଖବର ନିଜ ନିଜ ଚ୍ୟାନେଲ ଓ ଖବର କାଗଜରେ ପ୍ରସାରିତ/ପ୍ରକାଶିତ କରିବେ ।

ବିଇଓ ରସାନନ୍ଦ କରଙ୍କ ଅଭିଯୋଗକୁ ଭିତ୍ତି କରି ବୁଗୁଡ଼ା ଥାନାରେ ଏହି ମାମଲା ରୁଜୁ ହୋଇଛି । କର ସେଥିରେ କହିଛନ୍ତି ଯେ ସେ ଅକ୍ଟୋବର ୧୬ ତାରିଖ ଦିନ ତାରକଦା କ୍ଲଷ୍ଟରର ସ୍କୁଲଗୁଡ଼ିକର ପରିଚ୍ଛନ୍ନତା ନିରୀକ୍ଷଣ କରିବାକୁ ଯାଇଥିବା ବେଳେ ଏହି ତିନି ଜ ସାମ୍ବାଦିକ ତାଙ୍କ ଅଫିସରେ ପହଞ୍ଚିଥିଲେ । ସେମାନେ ବିଇଓ ଅନୁପସ୍ଥିତ ଅଛନ୍ତି ବୋଲି ଖବର ପ୍ରସାରିତ କରିବେ ବୋଲି କହିଥିଲେ ଓ ତାହା ନ କରିବାକୁ ବିଇଓଙ୍କ କେତେକ ସହକର୍ମୀ ସେମାନଙ୍କୁ ଅନୁରୋଧ କରିବାରୁ ସେମାନେ ୫୦,୦୦୦ ଚଙ୍କା ମାଗିଥିଲେ ବୋଲି କହିଛନ୍ତି କର ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ନିଜ ସହକର୍ମୀଙ୍କ ଠାରୁ ଏହି ସୂଚନା ପାଇବା ପରେ କର ନିଜ କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲେ ଓ ତିନି ଜଣ ସାମ୍ବାଦିକଙ୍କୁ ସେ ଡ୍ୟୁଟିରୁ ଅନୁପସ୍ଥିତ ନ ଥିଲେ ବୋଲି କହିଥିବା କହିଛନ୍ତି । ସେମାନଙ୍କ ସହ ଏ ବିଷୟରେ ଆଲୋଚନା ସତ୍ତ୍ୱେ ତିନି ସାମ୍ବାଦିକ ତାଙ୍କ ଠାରୁ ଖବର ପ୍ରସାରିତ/ପ୍ରକାଶିତ ନ କରିବା ପାଇଁ ୫୦,୦୦୦ ଟଙ୍କା ଦାବି କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ବୁଗୁଡ଼ା ପୋଲିସ ଏହି ଅଭିଯୋଗ ଉପରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି । ପୋଲିସ୍‌ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ତିନି ଜଣ ସାମ୍ବାଦିକଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଶାର ଏକ ବଡ଼ ଟେଲିଭିଜନ୍‌ ନ୍ୟୁଜ୍‌ ଚ୍ୟାନେଲ ଓ ଏକ ପ୍ରମୁଖ ଦୈନିକ ଖବର କାଗଜ ପାଇଁ କାମ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତି

ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହି ଘଟଣା ତିନି ଜଣ ଅଭିଯୁକ୍ତ ସାମ୍ବାଦିକଙ୍କର ଏକ ବ୍ଲାକମେଲିଂ ପଦ୍ଧତି ବୋଲି ପ୍ରତୀତ ହେଉଛି । ବୁଗୁଡ଼ା ଥାନାରେ ଭାରତୀୟ ପିଙ୍ଗଳ କୋଡ଼ର (IPC) ଦଫା ୩୫୩, ୩୮୫, ୫୦୬, ୫୦୭ ଓ ୩୪ ଅନୁସାରେ ତିନି ଜଣ ସାମ୍ବାଦିକଙ୍କ ନାମରେ ଏକ ଆପରାଧିକ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି ।

ସୋମବାର ଦିନ ଭୁବନେଶ୍ୱରର ତମାଣ୍ଡୋରେ ଥିବା ଏକ ଘିଅ ଉତ୍ପାଦନ କରୁଥିବା ପ୍ଲାଣ୍ଟର ମାଲିକଙ୍କ ଠାରୁ ମୋ’ଟ ଏକ ଲକ୍ଷ ୬୪ ହଜର ଟଙ୍କା ଲୁଟି ନେଇଥିବା ଅବିଯୋଗରେ କମିଶନରେଟ୍‌ ପୋଲିସ୍‌ ପାଞ୍ଚ ଜଣ ତଥାକଥିତ ସାମ୍ବାଦିକଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଥିଲା । ସେମାନେ ଏହି ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରୁଥିଲେ ଓ ତାଙ୍କ ବିରୋଧରେ ନେଗେଟିଭ୍‌ ନ୍ୟୁଜ୍‌ ସେମାନଙ୍କ ୱେବସାଇଟରେ ପ୍ରକାଶ କରିବେ ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।



‘‘ଆମେ ଜନସାଧାରଣ ଓ ପ୍ରତିଷ୍ଠିତ ତଥା ପଞ୍ଜୀକୃତ ମିଡ଼ିଆ ସଙ୍ଗଠନମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସାମ୍ବାଦିକତା ନାମରେ ହେଉଥିବା ଏହି ପ୍ରକାରର ଅପରାଧର ସୂଚନା ପାଇଲେ ପୋଲିସକୁ ଜଣାନ୍ତୁ । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,’’ କହିଥିଲେ ଉମାଶଙ୍କର ଦାଶ ।
Published by:Anand ST Das
First published: