ବସ୍ତା ବିଧାୟକଙ୍କୁ ମୃତ୍ୟୁ ଧମକ ଦେବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ବସ୍ତା ବିଧାୟକ ମୃତ୍ୟୁ ଧମକ

ବସ୍ତା ବିଧାୟକ ମୃତ୍ୟୁ ଧମକ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର: ଗତକାଲି ରାତିରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଫୋନ୍‌ରେ ମୃତ୍ୟୁ ଧମକ ଦେବା ଅଭିଯୋଗରେ ପୋଲିସ ଯାଜପୁରର ଦୁଇ ଜଣଙ୍କୁ ଗିରଫ କରିଛି। ଖବର ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୮.୩୦ ସମୟରେ ବିଧାୟକଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। କଲ୍ କରୁଥିବା ବ୍ୟକ୍ତି ବିଧାୟକଙ୍କୁ କହିଥିଲେ ଯେ ତିନି ଜଣ ତାଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ।

ଗୋପାଳପୁର ପଞ୍ଚାୟତ ପୀର ଛକ ବଡ଼ ବସ୍ତି ଅଞ୍ଚଳରୁ ୨ ଯୁବକଙ୍କୁ ଉଠାଇନେଇଛି ପୋଲିସ। ବାଲେଶ୍ୱର ସାଇବର ଥାନା ଏବଂ ମଙ୍ଗଳପୁର ଥାନା ସହଯୋଗରେ ଚଢ଼ାଉ କରାଯାଇଥିବା ଜଣାଯାଇଛି। ଅଭିଯୁକ୍ତ କହିଥିଲା ଯେ ଆପଣଙ୍କୁ ହତ୍ୟା କରିବାକୁ ୩ ଜଣ ବ୍ୟକ୍ତି ମତେ ସୁପାରି ଦେବାକୁ ଆସିଛନ୍ତି। ହେଲେ ସେମାନେ ଭୁଲ ଜାଗାରେ ପହଞ୍ଚିଛନ୍ତି, ମୁଁ ସୁପାରି କିଲର ନୁହେଁ।’ ଏତିକି କହି ବ୍ୟକ୍ତିଜଣକ ଫୋନ୍ କାଟି ଦେଇଥିଲେ ଏବଂ କିଛି ସମୟ ପରେ ପୁଣି ସେହି ନମ୍ବରରୁ ଫୋନ୍ କରି ବ୍ୟକ୍ତିଜଣକ ବିଧାୟକ ସାହୁଙ୍କୁ କହିଥିଲେ ‘ସେମାନଙ୍କୁ ମୁଁ ଅଟକ ରଖିଛି, ଆପଣ ମୋ ନିକଟକୁ ଆସିବେ ନା ମୁଁ ସେମାନଙ୍କୁ ନେଇ ଆପଣଙ୍କ ନିକଟରେ ପହଞ୍ଚିବି।’ ବିଧାୟକ ଶ୍ରୀ ସାହୁ ତାଙ୍କୁ ଆସିବାକୁ କହିବାରୁ ସେ କିଛି ଟଙ୍କା ଦାବି କରି ଫୋନ କାଟି ଦେଇଥିଲେ।
Published by:Soumyashree Mishra
First published: