ଭୁବନେଶ୍ୱରରେ ଜାତୀୟ ରାଜପଥରେ ତିଆରି ହେବ ୩ଟି ଫୁଟ୍ ଓଭରବ୍ରିଜ୍; ସହଜ ହେବ ଯାତାୟାତ

ଏହି ତିନୋଟି ଫୁଟ ଓଭରବ୍ରିଜ ନିର୍ମାଣ ହେଲେ ଲୋକଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଜାତୀୟ ରାଜପଥ ପାର ହେବାରୁ ମୁକ୍ତି ମିଳିବ । NHAIର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜଧାନୀବାସୀ ।

ଭୁବନେଶ୍ୱରରେ ଜାତୀୟ ରାଜପଥରେ ତିଆରି ହେବ ୩ଟି ଫୁଟ୍ ଓଭରବ୍ରିଜ୍; ସହଜ ହେବ ଯାତାୟାତ
ପଳାଶୁଣୀ ଛକରେ ବିପଦସଙ୍କୁଳ ଭାବେ ରାସ୍ତା ପାର ହେଉଛନ୍ତି ଜଣେ ମହିଳା ।
  • News18 Odia
  • Last Updated: January 22, 2021, 8:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ୧୬ ନମ୍ବର ଜାତୀୟ ରାଜପଥରେ ସତସଙ୍ଗ ବିହାର ନିକଟରେ ନିର୍ମାଣ ହେବ ଏକ ଫୁଟ ଓଭରବ୍ରିଜ। ସହୀଦ ନଗରରୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ଯାଏଁ ନିର୍ମାଣ ହେବ ଏହି ଫୁଟ ଓଭରବ୍ରିଜ । ନୟାପଲ୍ଲୀ ଦୁର୍ଗା ମଣ୍ଡପ ଓ ପଳାଶୁଣୀ ନିକଟରେ ଆଉ ଦୁଇଟି ଫୁଟ ଓଭରବ୍ରିଜ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି।

ସତସଙ୍ଗ ବିହାର ପାଖରେ ହେବାକୁ ଥିବା ଫୁଟ ଓଭରବ୍ରିଜ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି ଚିଠି । ଏହି ପ୍ରକଳ୍ପ ପାଇଁ ଖୁବ୍‌ ଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ମିସା

ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଉଭୟ ସହିଦନଗର ଓ ଭି.ଏସ.ଏସ. ନଗର ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ନିର୍ମିତ ହେବାକୁ ଥିବା ଏହି ବ୍ରିଜ ଦ୍ୱାରା ଦୀର୍ଘ ଦିନର ଯାତାୟାତ ସମ୍ପର୍କିତ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଇଛି । ପ୍ରକଳ୍ପକୁ ନେଇ ସବୁ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ନୟାପଲ୍ଲୀ ଦୁର୍ଗାମଣ୍ଡପ ସମ୍ମୁଖ ଦୃଶ୍ୟ


ସାଧାରଣ ଫୁଟ ଓଭରବ୍ରିଜର ଉଚ୍ଚତା ୫.୫ ମିଟର ଥିବା ବେଳେ ସତସଙ୍ଗ ବିହାର ନିକଟ ବ୍ରିଜର ଉଚ୍ଚତା ଏହା ଠାରୁ ଅଧିକ ରହିବ। ସେହିପରି ସିଢି଼ ଓ ରାମ୍ପ ବ୍ୟବସ୍ଥା ରହିବ ବୋଲି ଏନ.ଏଚ.ଏ.ଆଇ. ପକ୍ଷରୁ କୁହାଯାଇଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପିତାମାତା ହେବା ପରେ ବିରାଟ ଅନୁଷ୍କା ପ୍ରଥମ ଥର ପାଇଁ ବାହାରକୁ ଆସିଲେ; ଭାଇରାଲ୍ ହେଉଛି ଫଟୋ

‘’୧୮ ଜାନୁୟାରୀରୁ ୧୭ ଫେବୃୟାରୀ ଯାଏଁ ସଡକ ସୁରକ୍ଷା ମାସ ଚାଲିଛି। ଏହି ସମୟରେ ଅର୍ଥାତ୍ ଏକ ମାସ ମଧ୍ୟରେ ରାଜଧାନୀରେ ଆହୁରି ଦୁଇଟି ଫୁଟ୍ ଓଭରବ୍ରିଜ କରିବା ପାଇଁ ପ୍ରସ୍ତାବ ରହିଛି। ଆମର ଅଡିଟ୍ ଅଫିସରମାନେ ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲି ଅଡିଟ୍ ରିପୋର୍ଟ କଲେକ୍ସନ କରୁଛନ୍ତି । ୧୫ ଦିନ ମଧ୍ୟରେ ସେମାନେ ଆମକୁ ରିପୋର୍ଟ ଦେବେ। ରିପୋର୍ଟ ଆସିବା ପରେ ଖୁବ୍ ଶୀଘ୍ର ରୋଡ୍ ଆକ୍ସିଡେଣ୍ଟକୁ ଦୃଷ୍ଠିରେ ରଖି ଆମେ ଆଉ ଦୁଇଟି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ କରିବାର ପ୍ରସ୍ତାବକୁ ଗ୍ରହଣ କରିବୁ,’’ କହିଛନ୍ତି ଜାତୀୟ ରାଜପଥ ପ୍ରାଧିକରଣର (NHAI) ଚିଫ୍‌ ଜେନେରାଲ ମ୍ୟାନେଜର ଡଃ ରାମ ପ୍ରସାଦ ପଣ୍ଡା । ଆବଶ୍ୟକତା ଅନୁସାରେ ବର୍ତ୍ତମାନ ପଳାଶୁଣି ଛକ ଓ ନାୟପଲ୍ଲୀ ଦୁର୍ଗା ମଣ୍ଡପ ପାଖରେ ଦୁଇଟି  ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ଓ ଏଥି ପାଇଁ ସର୍ଭେ ଚାଲିଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ

ନୟାପଲ୍ଲୀ ଦୁର୍ଗାମଣ୍ଡପ ପାଖରେ ଗୋଟିଏ ପଟେ କସ୍ତୁରବା ସ୍କୁଲ ରହୁଛି, ଆଉ ଅନ୍ୟ ପଟେ ମାର୍କେଟ । ତେଣୁ ଆବଶ୍ୟକତା ଅନୁସାରେ ଲୋକଙ୍କୁ ଏନଏଚ ଦେଇ ଯାତାୟତ କରିବାକୁ ପଡୁଛି । ଦୁର୍ଗା ପୂଜା ସମୟରେ ତ ସ୍ଥିତି ଅସମ୍ଭାଳ ହୋଇପଡ଼େ । ତେଣୁ ଏଠି ଫୁଟ ଓଭରବ୍ରିଜ ନେଇ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ସମାନ ସ୍ଥିତି ପଳାଶୁଣୀ ଛକରେ । ଏଠି ତ ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଲୋକେ ରାସ୍ତା ପାର ହେଉଛନ୍ତି ।



‘‘ପ୍ରତି ମୁହୂର୍ତ୍ତରେ ଏଠି ଦୁର୍ଘଟଣାର ଭୟ ରହୁଛି । ହେଲେ ଉପାୟ ନାହିଁ । ତେଣୁ ବାଧ୍ୟ ହୋଇ ରାସ୍ତା ପାର କରୁଛୁ। ବେଳେବେଳେ ତ ରାସ୍ତା ପାର ହେବାକୁ ୧୫ରୁ ୨୦ ମିନିଟ ଅପେକ୍ଷା କରିବାକୁ ପଡୁଛି। ଦୁର୍ଘଟଣାରେ ଅନେକ ପ୍ରାଣ ହାନି ବି ଘଟିଛି ଏଠି । କିନ୍ତୁ ଯାହା ବି ହେଉ, ଡେରି ହେଲେ ବି ଫୁଟ ଓଭରବ୍ରିଜ ପାଇଁ ଏନ.ଏଚ.ଏ.ଆଇ. ନିଷ୍ପତ୍ତି ନେଇଛି । ଆମେ ଏହାକୁ ସ୍ୱାଗତ କରୁଛୁ,’’ କହିଛନ୍ତି ପଳାଶୁଣୀ ବାସିନ୍ଦା ସୌରଭ ପ୍ରଧାନ ।
Published by: Anand Shankar Thankur Das
First published: January 22, 2021, 8:02 PM IST