ରାଜ୍ୟରେ ୩ଟି ଡିଗ୍ରୀ କଲେଜ୍ ବନ୍ଦ ହେବ; ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର ହେବ

ଶିକ୍ଷା ବିଭାଗର ଭୁବନେଶ୍ଵର, ସମ୍ବଲପୁର ଓ ବାଲେଶ୍ଵର ଜୋନର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତାର ୩ ବର୍ଷ ଧରି ୨୫%ରୁ କମ୍ ଛାତ୍ର ଛାତ୍ରୀ ଆଡ଼ମିଶନ ନେଉଥିବାରୁ ବିଭାଗ ଏହି ନିଷ୍ପତ୍ତି ନେଇଛି ।

ରାଜ୍ୟରେ ୩ଟି ଡିଗ୍ରୀ କଲେଜ୍ ବନ୍ଦ ହେବ; ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର ହେବ
ବନ୍ଦ ହେବାକୁ ଥିବା ଭୁବନେଶ୍ୱରର ଜ୍ଞାନ ଭାରତୀ ଡିଗ୍ରୀ କଲେଜ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ତିନିଟି ଡିଗ୍ରୀ କଲେଜ୍ ବନ୍ଦ କରିବାକୁ ଓ ଦଶଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ବିଭାଗର ଭୁବନେଶ୍ଵର, ସମ୍ବଲପୁର ଓ ବାଲେଶ୍ଵର ଜୋନର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତାର ତିନି ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ର ଛାତ୍ରୀ ଆଡ଼ମିଶନ ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭାଗ ଏହି ନିଷ୍ପତ୍ତି ନେଇଛି ।

ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଯାଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷା ଅପେକ୍ଷା ସ୍ନାତକୋତ୍ତର ଓ ପିଏଚଡ଼ି ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨.୫ ପ୍ରତିଶତ ଅଧିକ ଛାତ୍ରଛାତ୍ରୀ ପିଏଚଡ଼ି ରେ ନାମ ଲେଖାଇଛନ୍ତି। ଫଳରେ ରାଜ୍ୟ ସରକାର ଡିଗ୍ରୀ କଲେଜ ଗୁଡିକରେ ଛାତ୍ରଛାତ୍ରୀମାନେ କିଭଳି ଭଲ ପଢ଼ିବେ ଓ ପ୍ରଦର୍ଶନ କରିବେ ଓ ଗବେଷଣା କ୍ଷେତ୍ରରେ ଆଗେଇବେ ସେଥି ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି । ମହାବିଦ୍ୟାଳୟଗୁଡିକରେ କିଭଳି ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଇବେ ସେଥି ପ୍ରତି ଗୁରୁତ୍ୱ ଦେଉଛନ୍ତି ।

ଉଚ୍ଚ ଶିକ୍ଷା ବିଭାଗର ଚିଠି


୨୦୧୯ ଜାନୁଆରୀ ମାସରେ ରାଜ୍ୟରେ ଥିବା ଯେଉଁ ସବୁ ଡ଼ିଗ୍ରୀ କଲେଜ ଗୁଡିକରେ ୨୫ ପ୍ରତିଶତରୁ କମ ନାମଲେଖା ହୋଇଥିଲା ତାକୁ ଉଚ୍ଚ ଶିକ୍ଷା ବିଭାଗ କାରଣ ଦର୍ଶାଅ ନୋଟିସ ମାଗିଥିଲା । ସେଥିରେ ଭୁବନେଶ୍ୱରର ଜ୍ଞାନ ଭାରତୀ ଡିଗ୍ରୀ କଲେଜ, ସୁବର୍ଣପୁରର ସୁକାନ୍ତି କଲେଜ ଓ ରାଉରକେଲାର ଆମ୍ବେଦକର ମେମୋରିଆଲ ଟ୍ରଷ୍ଟ କଲେଜ ଫେଲ୍‌ ମାରିଥିଲେ। ତା’ପରେ ସେହି ତିନିଟି କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ ।

ସେହି ଭଳି ଆଉ ୧୦ଟି ମହାବିଦ୍ୟାଳୟକୁ ୨୦୨୦-୨୧ ପାଇଁ ଆଡ଼ମିଶନ ବା ନାମ ନ ଲେଖାଇବାକୁ ନିର୍ଦେଶ ଦିଆଯାଇଛି । ସେଥି ମଧ୍ୟରେ ଖୋର୍ଦ୍ଧାରେ ସାତଟି ମହାବିଦ୍ୟାଳୟ, ସମ୍ବଲପୁରରେ ଚାରିଟି ଓ ବାଲେଶ୍ୱରରେ ଦୁଇଟି କଲେଜ ରହିଥିବା ଜଣାଯାଇଛି ।

ଡିଗ୍ରୀ କଲେଜଗୁଡ଼ିକର ତାଲିକା


ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଶେଷ ହୋଇ ନ ଥିବା ବେଳେ ଖାତା ଦେଖା ଓ ଫଳ ପ୍ରକାଶନ ନେଇ ଅନିଶ୍ଚିତତା ଲାଗି ରହିଛି। ଏଭଳି ସ୍ଥିତିରେ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା କେଵବଠାରୁ ଆରମ୍ଭ ହେବ ତାହା ଦ୍ଵନ୍ଦ୍ୱରେ ଅଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 9:35 PM IST
corona virus btn
corona virus btn
Loading