ଗୋଟିଏ ପରିବାରରେ ୩ ପିଲା ଭିନ୍ନକ୍ଷମ; ସାହାର୍ଯ୍ୟ ପାଇଁ ଗରିବ ବାପା ମାଆଙ୍କ ଆକୁଳ ନିବେଦନ

ଛୋଟ ସଂସାର ଉପରେ ଦୁଖର ପାହାଡ଼ । ଘଟଣାଟି ଲେଫ୍ରିପଡ଼ା ବ୍ଲକ ଗୁଣ୍ଡିଆଡିହି ପଞ୍ଚାୟତ ଧାଙ୍ଗେଡ଼ିଗୁଡ଼ି ଗାଁର । ୩ଜଣ ସନ୍ତାନ ଭିନ୍ନକ୍ଷମ ହୋଇଥିବାରୁ ଦମ୍ପତୀ ଖୁବ ଚିନ୍ତାରେ ।

ଗୋଟିଏ ପରିବାରରେ ୩ ପିଲା ଭିନ୍ନକ୍ଷମ; ସାହର୍ଯ୍ୟ ପାଇଁ ଗରିବ ବାପା ମାଆଙ୍କ ଆକୁଳ ନିବେଦନ

ଗୋଟିଏ ପରିବାରରେ ୩ ପିଲା ଭିନ୍ନକ୍ଷମ; ସାହର୍ଯ୍ୟ ପାଇଁ ଗରିବ ବାପା ମାଆଙ୍କ ଆକୁଳ ନିବେଦନ

  • Share this:
News 18 Odia Digital

ସୁନ୍ଦରଗଡ଼; ଛୋଟ ସଂସାର ଉପରେ ଦୁଖର ପାହାଡ଼ । ଘଟଣାଟି ଲେଫ୍ରିପଡ଼ା ବ୍ଲକ ଗୁଣ୍ଡିଆଡିହି ପଞ୍ଚାୟତ ଧାଙ୍ଗେଡ଼ିଗୁଡ଼ି ଗାଁର । ସୁଦେଶ ମିଞ୍ଜ ଓ ପତ୍ନୀ ସେକୁନ୍ଦା ମିଞ୍ଜଙ୍କ ପରିବାରକୁ ଯେମିତି ପଡ଼ିଛି କାହା ଅଭିଶାପ । କାରଣ ଏହି ଦମ୍ପତୀଙ୍କ ବିବାହର ଦୁଇ ବର୍ଷ ପରେ ଝିଅଟିଏ ହୋଇଥିଲା କିନ୍ତୁ ସେ ଭିନ୍ନକ୍ଷମ । ପ୍ରଥମ ଝିଅ ପୁନମ ଜନ୍ମ ହେବାର ୩ ବର୍ଷ ପରେ ପୁଅ ରୋହିତ ମଧ୍ୟ ଭିନ୍ନକ୍ଷମ ହୋଇ ଜନ୍ମନେଲା । ପୁଅ ହେବାର ୭ ବର୍ଷ ପରେ ଆଉ ଏକ ଝିଅ କବିତା ମଧ୍ୟ ଭିନ୍ନକ୍ଷମ ହୋଇ ଜନ୍ମ ନେଇଥିଲା । ୩ଜଣ ସନ୍ତାନ ଭିନ୍ନକ୍ଷମ ହୋଇଥିବାରୁ ଦମ୍ପତୀ ଖୁବ ଚିନ୍ତାରେ ପଡ଼ିଥିଲେ । ୩ ପିଲାଙ୍କୁ ଅନେକ ଡାକ୍ତରଙ୍କ ପରାମର୍ଶ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡିର ମଧ୍ୟ ସାହାରା ନେଇଥିଲେ ଏହି ଦମ୍ପତୀ କିନ୍ତୁ କୌଣସି ଲାଭ ହେଲାନାହିଁ । ଫଳରେ ଏବେ ଅଭାବ ଅନଟନ ସହ ଦୁଖରେ ଜୀବନ ବିତାଉଛନ୍ତି ଏହି ପରିବାର ।



ତିନି ଛୁଆ ବିକଳାଙ୍ଗ ହୋଇଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ନିଜର ସୁବୁକିଛି ସମ୍ଭଳ ସାରିଦେଇଛନ୍ତି ସେକୁନ୍ଦା ମିଞ୍ଜ ଓ ସୁଦେଶ ମିଞ୍ଜ । ତିନି ଛୁଆଙ୍କ ମୁହଁ ଦେଖି ଜୀବନ ବିତାଉଛୁ ଓ ଏବେ କେବଳ ଭଗବାନ ହିଁ ସାହା ଭରଷା ବୋଲି କହିଛନ୍ତି ଦମ୍ପତୀ । ଗତ କିଛି ବର୍ଷ ହେବ ତିନି ଛୁଆଙ୍କ ଭତ୍ତା ବାବଦକୁ ମାସକୁ ୭୦୦ ଟଙ୍କା ମିଳୁଥିଲା । ଏବେ ଦୁଇ ମାସ ହେବ ପଞ୍ଚାୟତ କର୍ତ୍ତୃପକ୍ଷ ୫ ଶହ ଲେଖାଏଁ ଭତ୍ତା ଦେଉଛନ୍ତି ବୋଲି ମାଆ ସେକୁନ୍ଦା ଅଭିଯୋଗ କରିଛନ୍ତି । ପିଲାଙ୍କ ଚିକିତ୍ସା ନିମନ୍ତେ ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଉଭୟ ବାପା, ମାଆ । ସୁଦେଶ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସରକାରୀ ଆବାସ ଗୃହ ଖଣ୍ଡେ ମିଳିନଥିବା ସେ କହିଛନ୍ତି । ସରକାରଙ୍କ ତରଫରୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଆଶା ରଖିଛନ୍ତି ସୁଦେଶ ଯାହାଦ୍ୱାରା ସେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ କିଛି କରିପାରିବେ ।



ପରିବାରକୁ ସାହାର୍ଯ୍ୟ ସମ୍ପର୍କରେ ଆମେ ଡି.ଏସ.ଏସ.ଓ.ଙ୍କ ଦୃଷ୍ଟି ଗୋଚରକୁ ଘଟଣାଟି ଆଣିଥିଲୁ । ସେ କହିଥିଲେ ଏପରି ହେବା କଥା ନୁହେଁ । ୬୦ ପ୍ରତିଶତରୁ ଅଧିକ ବିକଳାଙ୍ଗ ଥିଲେ ମାସକୁ ୭୦୦ ଟଙ୍କା ପାଇବାର ନିୟମ ରହିଛି । ତାଙ୍କର କଣ ଅସୁବିଧା ରହିଛି ମୁଁ ନିଜେ ତଦାରଖ କରି ତାଙ୍କୁ ସବୁ ଭତ୍ତା ଦେବା ପାଇଁ ସୁବିଧା କରିବି ବୋଲି କହିଛନ୍ତି ଡି.ଏସ.ଏସ.ଓ. ।
Published by:Soubhagya Mishra
First published: