ଗଞ୍ଜାମରେ ଗୋଟିଏ ଘରୁ ତିନୋଟି ମୃତ ଦେହ ଉଦ୍ଧାର; ମା’ ଓ ଝିଅକୁ ମାରି ବାପାର ଆତ୍ମହତ୍ୟା ସନ୍ଦେହ

ମାଆ ଓ ଝିଅଙ୍କ ରକ୍ତାକ୍ତ ମୃତ ଦେହ ତଳେ ପଡ଼ିଥିଲା ଓ ବାପାଙ୍କ ମୃତ ଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଥିଲା । ମାଆ ଓ ଝିଅକୁ ମାରି ଦେବା ପରେ ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଗଞ୍ଜାମରେ ଗୋଟିଏ ଘରୁ ତିନୋଟି ମୃତ ଦେହ ଉଦ୍ଧାର; ମା’ ଓ ଝିଅକୁ ମାରି ବାପାର ଆତ୍ମହତ୍ୟା ସନ୍ଦେହ
ତଳେ ପଡ଼ିଥିବା ଉର୍ମିଳା ବେହେରାଙ୍କ ମୃତ ଦେହ
  • News18 Odia
  • Last Updated: February 26, 2020, 3:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଛତ୍ରପୁର: ଗଞ୍ଜାମ ଛତ୍ରପୁରରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି । ଗୋଟିଏ ଘର ଭିତରୁ ଆଜି ଉଦ୍ଧାର ହୋଇଛି ତିନି ତିନିଟି ମୃତ ଦେହ – ବାପା, ମାଆ ଓ ତାଙ୍କ ଝିଅ ।

ଏ ଅଭାବନୀୟ ଘଟଣା ଘଟିଛି ପାଲିଆ ଛତ୍ରପୁର ଗାଁରେ । ସ୍ଥାନୀୟ ମଝିସାହିରେ ଗୋଟିଏ ଘରୁ ମାଆ ଓ ଝିଅଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ବାପାର ଝୁଲନ୍ତା ମୃତଦେହ ଘର ଭିତରୁ ମିଳିଛି । ମାଆ ଓ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତକମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ସ୍ତ୍ରୀ ଉର୍ମିଳା ଓ ଝିଅ ସୁନୀତା । ଘଟଣା ସ୍ଥଳରେ ଏସ୍‌.ପି. ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

‘‘ଗୋଟେ ଧାରୁଆ ଅସ୍ତ୍ର ସେଠି ପଡ଼ିଥିଲା । ତାକୁ ଆମେ ନିଜ ଅକ୍ତିଆରକୁ ନେଇଛୁ । ତାକୁ ଆମେ ଯାଞ୍ଚ ପାଇଁ ପଠେଇବୁ । ସେଥିରୁ ଜଣା ପଡ଼ିବ ଦୁଇ ମୃତ ଦେହରେ ଯେଉଁ କ୍ଷତସବୁ ଅଛି ସେ ସବୁ ସେଥିରେ ହୋଇଛି ନା ନାହିଁ,’’ କହିଛନ୍ତି ଗଞାମ ଏସ୍‌.ପି. ବ୍ରିଜେଶ୍‌ ରାୟ ।

ଆଜି ସକାଳେ ଗାଁର ସମସ୍ତେ ସବୁ ଦିନ ପରି ଉଠି ନିଜ ନିଜ କାମରେ ଲାଗିଥିବା ବେଳେ ବୃନ୍ଦାବନ ବେହେରାଙ୍କ ଘରୁ କେହି ଉଠି ନ ଥିବା ଓ ଘରର କବାଟ ବି ଖୋଲି ନ ଥିବା ଦେଖି ପଡ଼ୋଶୀମାନେ ସନ୍ଦେହରେ ପଡ଼ିଥିଲେ । ଘରର କବାଟ ଭିତର ପଟୁ ବନ୍ଦ ଥିଲା । ଗ୍ରାମବାସୀମାନେ ପୋଲିସକୁ ଖବର ଦେଲାରୁ ଏକ ପୋଲିସ୍‌ ଟିମ୍‌ ଆସି କବାଟ ଭାଙ୍ଗି ଭିତରକୁ ପଶିଥିଲା ।

ବିଳାପ କରୁଥିବା ପଡ଼ୋଶୀ ଓ ପରିଜନ


ଫରେନସିକ୍‌ ସାଇନ୍ସର ଏକ ଟିମ୍‌ ବି ଘଟଣା ସ୍ଥଳରେ ପହଞ୍ଚି ସାରିଛନ୍ତି ବୋଲି କହିଛନ୍ତି ଏସ୍‌.ପି. । ‘‘ଆମେ ପଡ଼ୋଶୀମାନଙ୍କ ସହ ଓ ଅନ୍ୟ ଲୋକଙ୍କ ସହ ପଚ଼ରାଉଚ଼ରା କରିବୁ ଓ ସବୁ କୋଣରୁ ଅନୁସନ୍ଧାନ କରିବୁ,’’ ସେ କହିଛନ୍ତି ।

ଗୋଟିଏ ପରିବାରର ତିନି ତିନୋଟି ଲୋକଙ୍କର ଏମିତି ଅପମୃତ୍ୟୁ ଖବରରେ ସାରା ଅଞ୍ଚଳରେ ବ୍ୟାପିଯାଇଛି ଶୋକର ଛାୟା । ବୃନ୍ଦାବନ ବେହେରାଙ୍କ ପଡ଼ୋଶୀ ଓ ପରିଜନଙ୍କ କ୍ରନ୍ଦନ ରୋଳରେ ଫାଟି ପଡ଼ୁଛି ଗାଆଁ । ତେବେ କାହିଁକି ଓ କିପରି ଏ ଅଘଟଣ ହେଲା ସେ ବିଷୟରେ କେହି କିଛି କହିନାହାନ୍ତି ଏ ପର୍ଯ୍ୟନ୍ତ । ତିନୋଟି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।
First published: February 26, 2020, 3:04 PM IST
corona virus btn
corona virus btn
Loading