News18 Odia Digital
ଭୁବନେଶ୍ୱର: ବିଧାନ ସଭାରେ ଶନିବାର ଦିନ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଲୋଚନା ସମୟରେ ବିଜେପି ବିଧାୟକମାନେ ଉଗ୍ର ରୁପ ଦେଖାଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ଓ ଫଳ ସ୍ୱରୂପ ଗୃହରୁ ନିଲମ୍ବିତ ହୋଇଥିଲେ ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ଉପରକୁ ଚପଲ ଫୋପାଡିବା ମାମଲାରେ ତିନି ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବିଧାନସଭା ଅଧିବେଶନ ପାଇଁ ନିଲମ୍ବିତ ହୋଇଥିବା ଏହି ତିନି ବିଧାୟକ ହେଉଛନ୍ତି ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀ ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା
ନିଲମ୍ବିତ ହେବା ପରେ ଏହି ମାମଲା ଉପରେ ନିଜ ପ୍ରତିକ୍ରିୟା ରଖି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘‘ବାଚସ୍ପତି ଯେତେବେଳେ ସମ୍ବିଧାନ ଆନୁସାରେ କାମ କଲେ ନାହିଁ ସେତେବେଳେ ଏପିର ପ୍ରତିକ୍ରିୟା ଆସିଲା । ଯଦି ଅତ୍ୟାଚାର ଓ ଅନାଚାର ବିରୋଧରେ ସ୍ୱର ଉତ୍ତୋଳନ କଲେ ନିଲମ୍ବତି କରାଯାଏ, ତେବେ ଏହାକୁ ମୁଁ ସ୍ୱାଗତ କରୁଛି । ମୁଁ ଏହି ନିଲମ୍ବନକୁ ଖାତିର କରୁନାହିଁ ।’’
ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି’
ବାଚସ୍ପତି ବିଜେପି ବିଧାୟକମାନଙ୍କ ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବା ଓ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନ ଦେବା ଅଭିଯୋଗ ଆଣି ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଥିଲେ କେତେକ ବିଜେପି ବିଧାୟକ । ସେମାନେ ଅଭିଯୋଗ କରିଥିଲେ ଯେ ବିନା ଆଲୋଚନାରେ ବିଲ୍ ପାସ ହେଉଛି ।
ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…
ହୋ ହାଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା କହିଛନ୍ତି ବିରୋଧୀ ସଦସ୍ୟ ମୋହନ ମାଝୀ । ଶାସକ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଥିଲେ ଯେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । ଏହି ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ।
ଏହା ବି ପଢ଼ନ୍ତୁ | Drugs Case: ଡ୍ରଗ୍ସ କାରବାର ମାମଲାରେ ବଲିଉଡ୍ ଅଭିନେତା ଏଜାଜ୍ ଖାନ୍ ଗିରଫ ହେଲେ
‘‘ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡି଼ଶାର ସାରା ଦେଶରେ ସମ୍ମାନ ରହିଛି। ଆପଣଙ୍କ (ବାଚସ୍ପତିଙ୍କ) ସମ୍ମାନ ଏ ଗୃହର ସମ୍ମାନ ଓ ଓଡ଼ିଶାର ସମ୍ମାନ । ବିଧାନ ସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ଆପଣ ରୁଲିଙ୍ଗ ଦିଅନ୍ତୁ,’’ କହିଥିଲେ ଶାସକ ଦଳ ବିଜେଡି ସଦସ୍ୟ ଭୁପିନ୍ଦର ସିଂ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ଓ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେ
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଘଟଣା ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଯାହା ଘଟଣା ଘଟିଲା ତାହା ଅସମ୍ବିଧାନିକ ବୋଲି କହିଥିଲେ । ବିଜେପି ସଦସ୍ୟମାନେ ନିଜ କାର୍ଯ୍ୟକଳାପ ଦ୍ୱାରା ବିଧାୟକ ପଦର ମର୍ଯ୍ୟାଦାକୁ ଯେମିତି କ୍ଷୁର୍ଣ୍ଣ କରିଛନ୍ତି ତାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ବିଜେପି ବିଧାୟକ ପ୍ରତାପ ଦେବ । ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିବାକୁ ସେ ଦାବି କରିଥିଲେ ।
ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍
‘‘ଗୃହ ଭିତରେ ଏଭଳି ଅଶୋଭନୀୟ ଘଟଣା ଗୃହର ମର୍ଯ୍ୟାଦା ଓ ଆସନର ମର୍ଯ୍ୟାଦାକୁ ନଷ୍ଟ କରିଛି । ତେଣୁ ବିଧାନ ସଭାର ନିୟମ ଓ କାର୍ଯ୍ୟବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ,’’ କହିଥିଲେ ବିଜେଡି ସଦସ୍ୟ ଶଶୀଭୂଷଣ ବେହେରା । ବିଜେଡି ବିଧାୟକ କିଶୋର ମହାନ୍ତି କହିଥିଲେ ଯେ ଏହି ଘଟଣା ବିଧାନ ସଭା ଇତିହାସର ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ । ସେ କହିଥିଲେ ଯେ ପୂର୍ବରୁ ମାଇକ୍ରୋଫୋନ୍ ଭାଙ୍ଗିଥିବାରୁ ୨୫ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା, ହେଲେ ଏଭଳି ବ୍ୟବହାର କେବେ ହୋଇ ନ ଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯେବେ ରେସ୍ତୋରାଁର ବାଥରୁମ୍ରୁ ବାହାରିବା ବେଳେ ପ୍ୟାଣ୍ଟ୍ ଉଠାଇବାକୁ ଭୁଲିଗଲେ ମଲାଇକା ଅରୋଡ଼ା
ଆଲୋଚନାରେ ଅଂଶ ଗ୍ରହଣ କରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ‘‘ବାଚସ୍ପତି ନିର୍ଦଳୀୟ। ସେ ଉଭୟ ଶାସକ ଓ ବିରୋଧୀ ଦଳକୁ ସୁରକ୍ଷା ଦେଇଥାନ୍ତି । ତେଣୁ ଛୋଟ ଛୋଟ କଥାକୁ ନ ଧରି ବାଚସ୍ପତି ବିଶାଳ ହୃଦୟର ପରିଚୟ ଦେବା ଉଚିତ ।’’
ଜୋତା ଫୋପଡ଼ା ଘଟଣା ଦ୍ୱାରା ବିଧାନ ସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି ବୋଲି ଦର୍ଶାଇ ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ, ‘‘ଓଡ଼ିଶାରେ ବହୁତ ଭଲ ଗୃହ ପରିଚାଳନା ହୁଏ । ଅନ୍ୟ ରାଜ୍ୟରେ ଓଡିଶା ବିଧାନ ସଭାର ଡିବେଟ୍ ଓ ପରିଚଳନାକୁ ନେଇ ଚର୍ଚ୍ଚା ହୁଏ । ହେଲେ ଏବେ ଏହି ଘଟଣା ଦ୍ୱାରା ଗୃହର ଗାରିମା କ୍ଷୁର୍ଣ୍ଣ ହୋଇଛି । ଏଥି ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଖରାପ ପରମ୍ପରା ସୃଷ୍ଟି ହେବ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।