ପୁରୀ: ଉଧାର ଟଙ୍କାରେ କାର୍‌ କିଣି ଚୋରି ହୋଇଗଲା ବୋଲି ଚିତ୍କାର କାମ କଲାନି; ୩ ଗିରଫ ହେଲେ

ତାଙ୍କ ହାତରୁ ଉଭୟ କାର୍ ଓ ଟଙ୍କା ଚାଲିଯିବା ପରେ ସେ କାନ୍ଦି କାନ୍ଦି ଆତ୍ମହତ୍ୟା କରିବେ ବୋଲି କହିବାରୁ ତାଙ୍କୁ କାର୍ କିଣିବାକୁ ଟଙ୍କା ଉଧାର ଦେଇ ସେହି ଟଙ୍କା ଫେରସ୍ତ ମାଗିଥିବା ବନ୍ଧୁ ଜଣକ ତାଙ୍କୁ ଏକ କାରସାଦି ବତେଇଥିଲେ ।

ପୁରୀ: ଉଧାର ଟଙ୍କାରେ କାର୍‌ କିଣି ଚୋରି ହୋଇଗଲା ବୋଲି ଚିତ୍କାର କାମ କଲାନି; ୩ ଗିରଫ ହେଲେ
ମାଷ୍ଟରମାଇଣ୍ଡ ଶିବ; କାର୍ ଓ (ଡାହାଣ) କାର୍ ମାଲିକ ଲକ୍ଷ୍ମୀକାନ୍ତ @ଦୀପୁ
  • News18 Odia
  • Last Updated: October 22, 2020, 1:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କାର୍‌ ମାଲିକ ହେବାର ଶଉକ୍‌ ପୂରା କରିବାକୁ ବନ୍ଧୁଙ୍କ ଠାରୁ ଟଙ୍କା ଉଧାର ନେଇ ଦାମୀ କାର୍‌ ଖଣ୍ଡେ କିଣିପକାଇଲେ, ହେଲେ ନଅ ମାସ ପରେ ସେହି ଉଧାର ଟଙ୍କା ଶୁଝିବା ପାଇଁ ବାଧ୍ୟ ହୋଇ କାରଟିକୁ ବିକ୍ରି କଲେ । ନିଜ ହାତରୁ ଉଭୟ ଟଙ୍କା ଓ କାର୍‌ ଚାଲିଯିବା ପରେ ଶଠତା କରି ଇନସୁରାନ୍ସ ଟଙ୍କା ହାତେଇବାର ଉଦ୍ୟମ କରି ଅସଫଳ ହେଲେ କାକଟପୁରର ଜଣେ ବ୍ୟକ୍ତି । ପୋଲିସ୍‌ ଅନୁସନ୍ଧାନରେ ତାଙ୍କ ଡାହା ମିଛ ଧରାପଡ଼ିଗଲା ।

ଏମିତି ଏକ ସିନେମା କାହାଣୀ ପରି ଘଟଣା ସାମନାକୁ ଆସିଛି ଓ ଦେଖାଇଦେଇଛି ଯେ କିଛି ଲୋକ ଶଠତା କରି ଲାଭବାନ ହେବା ପାଇଁ କେଡ଼େ ତତ୍ପର । କାକଟପୁରର ବରଜୀସାହିର ୨୬ ବର୍ଷୀୟ ଲକ୍ଷ୍ନୀକାନ୍ତ ସିଂ ଓରଫ ଦୀପୁଙ୍କ କାରସାଦି ରାମଚଣ୍ଡୀ ଥାନା ପୋଲିସର ତଦନ୍ତରେ ଧରାପଡ଼ିଯିବା ପରେ ଏବେ ସେ ଓ ଆଉ ଦୁଇ ଜଣ – ଫକୀର ସାହିର ୨୯ ବର୍ଷିୟ ସୂର୍ଯ୍ୟନାରାୟଣ ସାହୁ ଓରଫ ଶିବ ଓ ବାଲିଅନ୍ତା ମହାନ୍ତି ପାଟଣାର ୪୫ ବର୍ଷୀୟ ଦିଲ୍ଲୀପ କୁମାର ବାରିକ – ଗିରଫ ହୋଇ ଜେଲକୁ ପଠାଯାଇଛନ୍ତି ।

ଜାନୁଆରୀ ମାସରେ ଲକ୍ଷ୍ମୀକାନ୍ତ ଏକ କାର୍‌ କିଣିବା ପାଇଁ ଦୀପୁର ସହଯୋଗ ନେଇ ଗୋପର ରଙ୍ଗତୋଟାର ସେକ୍ ମୁନତାଜଙ୍କ ଠାରୁ ଏକ ହୋଣ୍ଡା ସିଟି କାର୍‌ କିଣିଥିଲେ । ସେଥି ପାଇଁ ଶିବଙ୍କ ଠାରୁ ସେ ୬୭ ହଜାର ଟଙ୍କା ଧାର ନେଇଥିଲେ । କାରର ସବୁ କାଗଜପତ୍ର ନିଜ ନାଁରେ କରିଥିଲେ ଲକ୍ଷ୍ମୀକାନ୍ତ । ଫାଇନାନ୍ସରେ କିଣାଯାଇଥିବାରୁ କିଛି ଋଣ କିସ୍ତି ବାକିଥିଲା, ଯାହା ତାଙ୍କୁ ଶୁଝିବାକୁ ପଡ଼ିଥିଲା । ଋଣ ଶୁଝା ସରିବା ପରେ ଶିବ ଧାର ଦେଇଥିବା ଟଙ୍କା ତାଙ୍କୁ ମାଗିଥିଲେ । ଲକ୍ଷ୍ମୀକାନ୍ତଙ୍କ ପାଖରେ ଟଙ୍କା ନ ଥିବାରୁ ତାଙ୍କୁ କାରକୁ ବିକ୍ରି କରିଦେବାକୁ ପଡ଼ିଥିଲା । ନିଜ ଟଙ୍କା ଫେକିପାଇବା ପରେ ଶିବ ତାଙ୍କୁ ଏକ ଶଠତାପୂର୍ଣ୍ଣ କାରସାଦିର ଆଇଡିଆ ଦେଇଥିଲା ବୋଲି ସେ କହିଛନ୍ତି ।

କବାଡ଼ିଆ ଦିଲ୍ଲୀପ କୁମାର ବାରିକ


ଅକ୍ଚୋବର ୧୫ରେ ଲକ୍ଷ୍ମୀକାନ୍ତ କାରକୁ ନେଇ କଟକ ସଦର ଥାନା ଅଞ୍ଚଳରେ କବାଡ଼ିଆ କାମ କରୁଥିବା ବାଲିଅନ୍ତା ମହାନ୍ତି ପାଟଣାର ଦିଲ୍ଲୀପ କୁମାର ବାରିକଙ୍କୁ କାର ବିକ୍ରି କରିଥିଲେ । ତେବେ ଟଙ୍କା ମିଳିବା କ୍ଷଣି ଶିବ ନିଜ ବକେୟା ଟଙ୍କା ନେଇଯାଇଥିଲେ ।

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

‘‘ମୋ’ ହାତରୁ କାର୍‌ ଚାଲିଗଲା ଗଲା, ଆଉ ଟଙ୍କା ବି ଚାଲିଗଲା । ମୁଁ କାନ୍ଦି କାନ୍ଦି ଆତ୍ମହତ୍ୟା କରିବି ବୋଲି କହିବାରୁ ଶିବ ମୋତେ ଏହି ପ୍ଲାନ୍‌ ଦେଇଥିଲା,’’ ଗିରଫ ହେବା ପରେ ନିଜ ବିଫଳ କାରସାଦି ବିଷୟରେ ପୋଲିସକୁ କହିଛନ୍ତି ଲକ୍ଷ୍ମୀକାନ୍ତ । ‘‘କାରଟିକୁ କବାଡ଼ିଆ କାଟି ନଷ୍ଟ କରିଦେଇଥିବ । ତା’ର ଆଉ ପତ୍ତା ମିଳିବନି । ଏପଟେ ଆମେ କାର୍‌ ଚୋରିହୋଇଯାଇଛି ବୋଲି ଥାନାରେ ଏତାଲା ଦେବା । ମାମଲା ରୁଜୁ ହୋଇଗଲେ ଇନସ୍ୟୁରାନ୍ସ ଟଙ୍କାକୁ ହାତେଇନେବା । ଶିବର ଏହି ପ୍ଲାନ୍‌ ବେଆଇନ ବୋଲି ମୁଁ ଜାଣିଥିଲି, ହେଲେ ମୋ’ର ଟଙ୍କା ଦରକାର ବୋଲି ଭାବି ଏହି ଯୋଜନା ପାଇଁ ହଁ ଭରିଲି,’’ କହିଛନ୍ତି ଲକ୍ଷ୍ନୀକାନ୍ତ ସିଂ ।

ଶିବର ଆଇଡିଆ ଅନୁସାରେ କାମ କରିଥିଲେ ଲକ୍ଷ୍ମୀକାନ୍ତ ଓ ସେ । ଅକ୍ଟୋବର ୧୫ ସନ୍ଧ୍ୟାରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ର ଲିଆଖିଆ ବ୍ରିଜ ପାଖରେ ପହଞ୍ଚି ଦୁହେଁ ଯୋଜନା ଅନୁଯାୟୀ ‘‘ଗାଡ଼ି ଚୋରି ହୋଇଗଲା’’ ବୋଲି ଚିତ୍କାର କରିଥିଲେ । ଗାଁ ଲୋକେ ଜମା ହୋଇଥିଲେ ଓ ଖବର ପାଇ ରାମଚଣ୍ଡୀ ଥାନା ପୋଲିସ ପହଞ୍ଚିଥିଲା ।

ପୋଲିସକୁ ଶିବ କହିଥିଲେ ଯେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କିଛି ଦୁର୍ବୃତ୍ତ କାର୍ ଛଡ଼ଇ ନେଲେ । ପୋଲିସ ଏତାଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ପରେ ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସବୁ ଥାନା ପୋଲିସ ନିଜ ଅଞ୍ଚଳରେ ଏ ନେଇ କଡ଼ା ନଜର ରଖିଥିଲେ  ବୋଲି କହିଛନ୍ତି ରାମଚଣ୍ଡୀ ଥାନା ଆଇଆଇସି ଶରତ କୁମାର ନାୟକ ।

ଏହା ବି ପଢ଼ନ୍ତୁ ମା’ବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

‘‘ଦୁଇ ସାଙ୍ଗ ଶିବ ଓ ଲକ୍ଷ୍ମୀକାନ୍ତଙ୍କୁ ଥାନାକୁ ଡକାଇ ଜେରା କରାଯାଇଥିଲା । ଦୀପୁ ଓରଫ ଲକ୍ଷ୍ନୀକାନ୍ତ ସିଂ ଆମ ଜେରାରେ ସତ କଥା ମାନିଯାଇ ଶିବ କଥାରେ ଏଭଳି କରିଥିବା କହିଥିଲା । ତା’ ପରେ ଉଭୟଙ୍କୁ କଟକ ନିଆଯାଇ ଜଣେ କବାଡ଼ିଆଙ୍କ ଠାରୁ କାରକୁ ଜବତ କରାଯାଇଥିଲା । ୧୬ ଅକ୍ଟୋବରରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି,’’ କହିଛନ୍ତି ଶରତ କୁମାର ନାୟକ ।



କବାଡ଼ିଆ ଦିଲ୍ଲୀପ କୁମାର ବାରିକ ବିନା କାଗଜପତ୍ରରେ କମ୍‌ ଟଙ୍କା ଦେଇ କାର କିଣିବା ଅଭିଯୋଗରେ ଗିରଫ ହୋଇଥିଲେ । ଦୁଇ ସାଙ୍ଗ ଶିବ ଓ ଲକ୍ଷ୍ମୀକାନ୍ତ ଜାଲିଆତି କରି ପୋଲିସକୁ ନାକେଦମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
Published by: Anand Shankar Thankur Das
First published: October 22, 2020, 1:35 AM IST
corona virus btn
corona virus btn
Loading