News18 Odia Digital
କଟକ: ଲାଗୁଛି ଏବେ ବେଆଇନ ଭାବେ ଅର୍ଥ ରୋଜଗାର କରିବା ପାଇଁ ଆଉ ବନ୍ଧୁକ କିମ୍ବା ମାରଣାସ୍ତ୍ର ଦେଖାଇ କାହାକୁ ଲୁଟ୍ କରିବାର ଆବଶ୍ୟକତା ନାହିଁ । ଟଙ୍କା ଲୁଟିବାର ଅନ୍ୟ ଏକ ତରିକା ଭାବେ ସାମନାକୁ ଆସିଛି ‘ହନି ଟ୍ରାପ୍’ । ଜଣେ ଯୁବତୀଙ୍କ ସହ କିଛି ମହୁର୍ତ୍ତ ବିତାଇବାର ଲାଳସା ଦେଖାଇ କଟକର ଜଣେ ଯୁବ ଇଞ୍ଜିନିୟରଙ୍କୁ ବ୍ଲାକମେଲ୍ ଓ ଲୁଟ୍ କରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି ।
ସାଧରଣତଃ କୌଣସି ପ୍ରତିଷ୍ଠିତ ବ୍ୟକ୍ତି କିମ୍ବା ନିର୍ଦ୍ଦିଷ୍ଟ ପଦପଦବୀରେ ଥିବା ଲୋକଙ୍କ ଠାରୁ ଗୁପ୍ତ ସୂଚନା ପାଇବା ପାଇଁ କିମ୍ବା ଟଙ୍କା ହାସଲ କରିବାକୁ କରାଯାଉଥିବା ଏମିତି କାର୍ଯ୍ୟକୁ ଏବେ ସାଧାରଣ ଲୋକଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବା ଆରମ୍ଭ ହୋଇଛି । ଟଙ୍କା ପାଇଁ କଟକରେ ହୋଇଥିବା ଏକ ହନି ଟ୍ରାପ୍ ଘଟଣା ଏହାର ଏକ ଜ୍ବଳନ୍ତ ଉଦାହରଣ ହୋଇ ସାମନାକୁ ଆସିଛି । କଟକର ଯୁବ ଇଞ୍ଜିନିୟର୍ ମୁରଲୀ କ୍ରିଷ୍ଣାଙ୍କୁ ହନି ଟ୍ରାପ୍ ଚାଲରେ ଫସାଇ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ମାମଲାର ପର୍ଦ୍ଦାଫାସ କରିଛି ଲାଲବାଗ୍ ପୋଲିସ । ଏହି ହନି ଟ୍ରାପ୍ କରିଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୁରଲୀ କ୍ରିଷ୍ଣାଙ୍କ ଠାରୁ ଲୁଟ୍ ହୋଇଥିବା ୨୩ ହଜାର ଟଙ୍କା ପୋଲିସ ଜବତ କରିଛି । କିନ୍ତୁ ମୁରଲୀ କ୍ରିଷ୍ଣାଙ୍କୁ କାମନା ଜାଲରେ ଫସାଇଥିବା ଯୁବତୀ ଫେରାର୍ ଅଛନ୍ତି ।
ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍; ଜାଣନ୍ତୁ ସବୁ କିଛି
‘‘ଏମିତି ହନି ଟ୍ରାପ୍ କରି ଟଙ୍କା ଆଦାୟ କରିବା ଭଳି ଘଟଣା ପୂର୍ବରୁ ଆମ ନଜରକୁ ଆସିନାହିଁ । ଏହି ଗ୍ୟାଙ୍ଗ ପ୍ରଥମ ଥର ଲଗି କାହାକୁ ହନି ଟ୍ରାପ୍ କରି ଫସାଇଛି କିମ୍ବା ଏହା ପୂର୍ବରୁ ମଧ୍ୟ କିଛି ଲୋକ ଏହି ଗ୍ୟାଙ୍ଗର ଶିକାର ହୋଇଛନ୍ତି ତା’ର ଅନୁସନ୍ଧାନ ଚାଲିଛି । ଏହା ବ୍ୟତୀତ ଫେରାର୍ ଥିବା ସେହି ଯୁବତୀ କିଏ ତାହା ଜାଣିବା ଓ ତାଙ୍କୁ ଧରିବା ପାଇଁ ଆମେ ଉଦ୍ୟମ ଚଳାଇଛୁ,’’ କହିଛନ୍ତି ଲାଲବାଗ ଥାନାଧିକାରୀ ରବିନାରାୟଣ ଭଞ୍ଜ ।

ତିନି ଅଭିଯୁକ୍ତ ଯୁବକଙ୍କଠାରୁ ଜବତ ହୋଇଥିବା ଟଙ୍କା ଓ ଅନ୍ୟ ସାମଗ୍ରୀ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନୟ ବ୍ୟତୀତ ଏହି ସାତ ଜଣ ଭାରତୀୟ ଅଭିନେତ୍ରୀଙ୍କର ପେଶା ହେଉଛି ଦେହ ବ୍ୟବସାୟ
ପୋଲିସଠାରୁ ପ୍ରାପ୍ସ ସୂଚନା ଅନୁସାରେ କଟକ ମାନସିଂପାଟଣାରେ ରହୁଥିବା ଯୁବ ଇଞ୍ଜିନିୟର ମୁରଲୀ କ୍ରିଷ୍ଣା ଓ ମୁଖ୍ୟ ଅଭିଯୁକ୍ତ ତଥା ସ୍ଥାନୀୟ ଏକ କଲେଜରେ ଲାବ୍ରୋଟେରି ଆସିଷ୍ଟାଣ୍ଟ ଥିବା ସୁବାଷ ନାୟକଙ୍କ ପରିଚୟ ଏକ ଚା’ ଖଟିରେ ହୋଇଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହେବା ପରେ ସୁବାଷ ମୁରଲୀ କ୍ରିଷ୍ଣାଙ୍କୁ କିଛି ଟଙ୍କା ମାଗିଥିଲା । କିନ୍ତୁ ଅଭିଯୋଗକାରୀ ମୁରଲୀ କ୍ରିଷ୍ଣା ଟଙ୍କା ନ ଦେବାରୁ ତାଙ୍କୁ ହନି ଟ୍ରାପରେ ଫସାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ସୁବାଷ । ଏଥିରେ ସେ ନିଜର ଦୁଇ ବନ୍ଧୁ ତୁଳସୀପୁର ବାସିନ୍ଦା ରୋହନ ନାୟକ ଓ ସଇଦାନୀ ବଗିଚା ବାସିନ୍ଦା ଆକ୍ରମ୍ ସହ ଜଣେ ଯୁବତୀଙ୍କୁ ସାମିଲ କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ହେ ଭଗବାନ! କାହିଁକି ମୋ’ ବାହାଘର କରେଇଲ… ମୋ’ ସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ କହିଲେ ମହିଳା
ଯୋଜନା ମୁତବାକ ଜାନୁଆରୀ ୬ ତାରିଖ ସନ୍ଧ୍ୟା ୫ଟା ବେଳେ ସୁବାଷ ଅଭିଯୋଗକାରୀ ମୁରଲୀ କ୍ରିଷ୍ଣାଙ୍କୁ ଫୋନ୍ କରିବା ସହ ଯୁବତୀ ପ୍ରଲୋଭନ ଦେଖାଇ କନିକା ଛକରେ ଥିବା ନିଜ ରୁମକୁ ଆଣିଥିଲା । ମୁରଲୀ କ୍ରିଷ୍ଣା କିଛି ବୁଝିବା ଆଗରୁ ଯୁବତୀଙ୍କ ସହ କିଛି ଆପତ୍ତିଜନକ ଫଟୋ ଉଠାଇ ସାରିଥିଲେ ତିନି ଅଭିଯୁକ୍ତ । ତା’ ପରେ ଯୁବ ଇଞ୍ଜିନିୟରଙ୍କୁ ଧମକ ଚମକ ଦେଇ ସୁବାଷ ଓ ତାଙ୍କ ସାଥୀମାନେ ତାଙ୍କ ଏ.ଟି.ଏମ୍. କାର୍ଡ଼ ନେଇ ତାଙ୍କ ଆକାଉଣ୍ଟରେ ଥିବା ୨୪ ହଜାର ଟଙ୍କା ଲୁଟି ନେଇଥିଲେ । ପରବର୍ତ୍ତୀ ସମୟରେ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ମଧ୍ୟ ଦାବି କରିଥିଲେ ସେମାନେ ।
ଏହା ବି ପଢ଼ନ୍ତୁ | IND vs SA: ଟିମ୍ ଇଣ୍ଡିଆ ଭେଙ୍କଟେଶ୍ ଆୟର୍ଙ୍କୁ ଉପଯୋଗ କରିପାରିଲାନି; ହାରିବାର ୫ଟି ବଡ଼ କାରଣ
‘‘ମୁଁ ସୁବାଷକୁ ମାତ୍ର ମାସେ ହେଲା ଜାଣିଥିଲି । ସେଦିନ ମୋତେ ଫୋନ କରି ସେ ତା’ ରୁମକୁ ଡ଼ାକିଥିଲା । ମୁଁ ସେହି ରୁମ୍ ଭିତରକୁ ପଶିବା ବେଳକୁ ସେଠାରେ ଜଣେ ଯୁବତୀ ଥିଲେ । ତା’ ପରେ ହଠାତ ଦୁଇ ଜଣ ଅଚିହ୍ନା ଯୁବକ ସେହି ରୁମ ଭିତରକୁ ପଶି ସେହି ଯୁବତୀ ସହିତ ମୋ’ ଫଟୋ ଉଠାଇଥିଲେ । ତା’ ପରେ ଫଟୋ ଭାଇରାଲ କରିବା ଧମକ ଦେବା ସହ ମୋତେ ମାଡ଼ ମାରି ମୋ’ ଏ.ଟି.ଏମ୍. କାର୍ଡ଼ ନେଇଯାଇଥିଲେ । ମୁଁ ଏ କଥା କାହାକୁ ବି କହି ନ ଥିଲି, କିନ୍ତୁ ପୁଣି ୧୭ ତାରିଖ ଦିନ ମୋତେ ସେମାନେ ଟଙ୍କା ମାଗିବାରୁ ମୁଁ ଥାନାରେ ଅଭିଯୋଗ କରିଥିଲି,’’ କହିଛନ୍ତି ଅଭିଯୋଗକାରୀ ଯୁବ ଇଞ୍ଜିନିୟର ମୁରଲୀ କ୍ରିଷ୍ଣା ।
Published by:Anand S.T. Das
First published: