News18 Odia Digital
କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅଧୀନ ମାଲିକାପୋଡ଼ି ପଞ୍ଚାୟତ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର। ସମସ୍ତଙ୍କ ସାମ୍ନାରେ ରଶି ବାନ୍ଧି ଗଛରେ ଆତ୍ମହତ୍ୟା କଲା ଜଣେ ଯୁବକ।
ମୃତକ ଯୁବକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ ଅଧୀନ ମାଲିକାପୋଡ଼ି ପଞ୍ଚାୟତ କୁମ୍ଭାରକୁପା ଦେରିନାଯୁ ଗ୍ରାମର ୨୭ ବର୍ଷୀୟ ବିଶ୍ୱରବା ପ୍ରଧାନ।
ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ ଘୁ.ଉଦୟଗିରି ବଜାରରେ ବିଶ୍ବରବା ଓ ତାଙ୍କ ଭାଇ ଗନ୍ଧର୍ବ ପ୍ରଧାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଭୀଷଣ ପାଟିତୁଣ୍ଡ ହୋଇଥିଲା। ପରେ ବିଶ୍ବରବା ଘରକୁ ଚାଲି ଆସିଥିଲେ। ଘରୁ ତାଙ୍କର ଅଶୋକ ଲେଲ୍ୟାଣ୍ଡ୍ ଡାଲା ଗାଡ଼ି ଯାହାର ନଂ ହେଲା ଓଡ଼ି ୧୨-୧୩୦୦କୁ ଧରି ଦେରିନାଯୁସାହି ମୁଣ୍ଡିଆ ନିକଟକୁ ଚାଲି ଯାଇଥିଲେ। ସେଠାରେ ସେ ପ୍ରଥମେ ଗାଡ଼ିରେ ନିଆଁ ଲଗାଇ ଦେଇ ଭାଇ ଗନ୍ଧର୍ବଙ୍କୁ ଫୋନ୍ କରି କହିଥିଲେ।
ଏହି ଖବର ବି ପଢ଼ନ୍ତୁhttps://odia.news18.com/news/odisha/unique-story-of-two-handicap-friend-in-ganjam-tv-090123-lpd-adg-146939.htmlଏହା ପରେ ଗନ୍ଧର୍ବ ଘଟଣା ସମ୍ପର୍କରେ ଜାଣିପାରି ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଇକଟି ଜଳୁଥିବା ଦେଖି ଗନ୍ଧର୍ବ ଓ ପରିବାର ଲୋକ ନିଆ ଲିଭାଇବାକୁ ଚେଷ୍ଟା କରିଥିଲେ। ସେପଟେ ଏହି ସମୟ ମଧ୍ୟରେ ବିଶ୍ବରବା ନିକଟସ୍ଥ ଏକ ବରଗଛ ଉପରକୁ ଚଢ଼ିଯାଇଥିଲେ। ସାଙ୍ଗରେ ନେଇଥିବା ଗାଡ଼ି ରଶି ବେକରେ ବାନ୍ଧି ଝୁଲି ପଡ଼ିଥିଲେ।
ପ୍ରକାଶ ଥାଉକି ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଏକ ଦଳ ବିଶ୍ୱରବାଙ୍କ ଶବ ତଳକୁ ଆଣିଥିଲେ। ଘଟଣାର ତଦନ୍ତ କରାଯାଉଥିବା ସ୍ଥାନୀୟ ଥାନାଧିକାରୀ ଅଜୟ କୁମାର ସ୍ବାଇଁ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।