ଗତ ୫ ବର୍ଷରେ ସଡ଼କ ଦୁର୍ଘଟଣାରେ ୨୫ ହଜାର ୨୫୭ ଜଣଙ୍କ ଯାଇଛି ଜୀବନ

ଗତ ୫ ବର୍ଷରେ ଦୁର୍ଘଟଣାରେ ଯାଇଛି ୨୫ ହଜାର ୨୫୭ ଜୀବନ। ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଚନ୍ତି ୪ହଜାର ୯୪୭ ବ୍ୟକ୍ତି ।

 ଗତ  ୫ ବର୍ଷରେ ସଡ଼କ ଦୁର୍ଘଟଣାରେ ୨୫ ହଜାର ୨୫୭ ଜଣଙ୍କ ମୃତ୍ୟୁ(ପ୍ରତୀକାତ୍ମକ ଛବି) 

 ଗତ  ୫ ବର୍ଷରେ ସଡ଼କ ଦୁର୍ଘଟଣାରେ ୨୫ ହଜାର ୨୫୭ ଜଣଙ୍କ ମୃତ୍ୟୁ(ପ୍ରତୀକାତ୍ମକ ଛବି) 

  • Share this:
News 18 Odia Digital

ଭୁବନେଶ୍ଵର: ବିଧାନସଭାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତରରେ ଉଦବେଗ ଜନକ ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଗତ ୫ ବର୍ଷରେ ଦୁର୍ଘଟଣାରେ ଯାଇଛି ୨୫ ହଜାର ୨୫୭ଙ୍କ ଜୀବନ । ଦୁର୍ଘଟଣାରେ ଆହତ ହୋଇଛନ୍ତି ୫୨ ହଜାର ୭୬୯ ବ୍ୟକ୍ତି । ଏହି ୫ ବର୍ଷରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଛନ୍ତି ୪ହଜାର ୯୪୭ ଜଣ। ୨୦୧୭ ରେ ୧୧ ହଜାର ୧୯୮ ଆହତ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୪ ହଜାର ୭୯୦ ଜଣ ବ୍ୟକ୍ତି ।୨୦୧୮ ରେ ୧୧ ହଜାର ୭୯୪ ଆହତ। ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୫୩୧୫। ସେହିପରି ୨୦୧୯ ରେ ୧୧ ହଜାର ୧୭୭ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୫ ହଜାର ୩୩୩। ୨୦୨୦ ରେ ୮ହଜାର ୮୧୮ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୪ ହଜାର ୭୩୮ ବ୍ୟକ୍ତି। ୨୦୨୧ ରେ ୯ ହଜାର ୭୮୨ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୫ ହଜାର ୮୧ ଜଣ ।

୨୦୨୧ ରେ ସୁନ୍ଦରଗଡ଼ ,ଗଞ୍ଜାମ,ଯାଜପୁର ,କେଉଁଝର ଓ ମୟୂରଭଞ୍ଜ ପରି ଜିଲ୍ଲା ରେ ମୃତ୍ୟୁ ସଂଖ୍ୟା ଉଦବେଗ ଜନକ। ଏହି ବର୍ଷ ସୁନ୍ଦରଗଡ଼ରେ ୩୮୮,ଗଞ୍ଜାମ ରେ ୩୭୭,କେଉଁଝର ରେ ୩୪୫,ମୟୂରଭଞ୍ଜ ରେ ୩୧୨ ଜଣଙ୍କର ମୃତ୍ୟୁ ହୋଇଛି। ବିଧାନସଭାରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ଅଜଣା ଗାଡ଼ି ଧକ୍କାରେ ୪ ହଜାର ୯୪୭ ଜଣ ମୃତ୍ୟୁବରଣ କରିବା ଚିନ୍ତାଜନକ ତଥ୍ୟ । ତେବେ ୨୦୨୦ ରୁ ୨୧ ମଧ୍ୟରେ ଲକ୍ ଡାଉନ୍ କାରଣରୁ ବିଭିନ୍ନ ସମୟରେ ଲକଡ଼ାଉନ, ସଟଡ଼ାଉନ,ସାପ୍ତାହିକ କଟକଣା, ନାଇଟ କର୍ଫ୍ୟୁ ଭଳି ବିଭିନ୍ନ କଟକଣା ଥିବା ବେଳେ ଏତେ ସଂଖ୍ୟାରେ ବ୍ୟକ୍ତି ମୃତ୍ୟୁବରଣ କରିବା ଚିନ୍ତା ବଢ଼ାଇଛି । ଦୁର୍ଘଟଣା ରୋକିବାକୁ ସରକାର ଏତେ ବ୍ୟବସ୍ଥା କରୁଥିଲେ ବି ଏଭଳି ଉଦବେଗ ଜନକ ତଥ୍ୟ ଚିନ୍ତା ବଢ଼ାଇଛି । ଦୁର୍ଘଟଣା ରୋକିବାକୁ ବିଭାଗ ନିୟମ ପାଳନ କଡାକଡି କରାଯାଇଛି । ବ୍ଲାକ ସ୍ପଟ୍ ଚିହ୍ନଟ ସହ ଦୁର୍ଘଟଣା ରୋକିବାକୁ ବିଭିନ୍ନ ପଦକ୍ଷେପ ନେଇଛି ବିଭାଗ । ଏହା ସତ୍ତ୍ୱେ ବି ଦୁର୍ଘଟଣା ଏତେ ସଂଖ୍ୟାରେ କିଭଳି ବଢୁଛି ତାହା ଏବେ ଚିନ୍ତାର କାରଣ ସାଜିଛି। ।
Published by:Sujit Swain
First published: