News18 Odia Digital
ସମ୍ବଲପୁର: ହୀରକୁଦ ଡ୍ୟାମର ୨୪-ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ବନ୍ୟା ଜଳ ପରିଚାଳନା ପାଇଁ ପ୍ରସ୍ତୁତି ସ୍ବରୁପ ବୁର୍ଲା ସହରରେ ଥିବା ମୁଖ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷରେ ପ୍ରତି ତିନି ଘଣ୍ଟାରେ ଜଳ ଭଣ୍ଡାରର ସ୍ଥିତି, ଉପର ମୁଣ୍ଡରେ ବର୍ଷାର ପରିମାଣ ଓ ଉପନଦୀଗୁଡ଼ିକରେ ପ୍ରବାହିତ ହେଉଥିବା ଜଳର ପରିମାଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆବଶ୍ୟକ ହେଲେ ପ୍ରତି ଘଣ୍ଟାରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ।
ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ଗତ କାଲି ଅହରାହ୍ଣ ସୁଦ୍ଧା ୬୧୦.୧୦ ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ମଧ୍ୟକୁ ୪୦୫ ଘନ ଫୁଟ ଜଳ ପ୍ରବେଶ କରୁଛି । କେବଳ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର କେନାଲରେ ୧୨,୯୮୩ ଘନ ଫୁଟ ଜଳ ନିଷ୍କାସିତ ହେଉଛି ।
‘‘ସେମିତି ତ ବର୍ଷ ସାରା ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିଥାଏ । ତେବେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୪-ଘଣ୍ଟିଆ କଣ୍ଟ୍ରୋଲ ରୁମକୁ କାର୍ଯ୍ୟକ୍ଷମ କରାଯାଇଛି । ଓଡିଶା ଓ ହୀରାକୁଦ ଜଳ ଭଣ୍ଡାରର ଉପର ମୁଣ୍ଡ ଛତିଶଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ଗେଜ ଷ୍ଟେସନଗୁଡିକରୁ ତଥ୍ୟ ସଂଗ୍ରହ କରି ଜଳ ଭଣ୍ଡାରର ସ୍ଥିତି ନୀରିକ୍ଷଣ କରା ଯାଉଛି । ଉଭୟ ରାଜ୍ୟର ଜଳସମ୍ପଦ ବିଭାଗ ମଧ୍ୟରେ ସମନ୍ଵୟ ରଖି କାର୍ଯ୍ୟ କରାଯାଉଛି । ବର୍ଷା ଦିନ ଆସିଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗତୁରା ପ୍ରସ୍ତୁତି ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦିନ ରାତି ୨୪ ଘଣ୍ଟା ଜଳ ଭଣ୍ଡାରର ଜଳସ୍ତର ଉପରେ ନଜର ରଖାଯାଇଛି,’’ ହୀରାକୁଦ ଡ୍ୟାମର ଅଧୀକ୍ଷଣ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ।

ହୀରାକୁଦ ଡ୍ୟାମରେ ୬୪ଟି ସ୍ଲୁଇସ ଗେଟ ଓ ୩୪ଟି କ୍ରେଷ୍ଟ ଗେଟ ମିଶାଇ ମୋଟ ୯୮ଟି ଗେଟ ଅଛି ।
ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ୬୪ଟି ସ୍ଲୁଇସ ଗେଟ ଓ ୩୪ଟି କ୍ରେଷ୍ଟ ଗେଟ ମିଶାଇ ସମୁଦାୟ ୯୮ଟି ଗେଟ ରହିଛି । ଗତ ବର୍ଷ ଏହି ସମୟରେ ହୀରାକୁଦ ଜଳ ଭଣ୍ଡାରର ଜଳ ପତ୍ତନ ୬୦୩ ଫୁଟ ରହିଥିଲା । ଏ ବର୍ଷ ମଝିରେ ମଝିରେ ବର୍ଷା ହୋଇଥିବାରୁ ଜଳ ଭଣ୍ଡାରର ଜଳ ପତ୍ତନ ଗତ ବର୍ଷ ତୁଳନାରେ ୭ ଫୁଟ ଅଧିକ ରହିଛି ।
‘‘ଜଳ ସେଚନ ପାଇଁ ରହିଥିବା କେନାଲଗୁଡ଼ିକ ଯଥା ଶାସନ କେନାଲ ଓ ବରଗଡ଼ ମେନ କେନାଲରେ ଏବେ ଜଳ ଯୋଗାଣ ବନ୍ଦ ରହିଛି । ଜୁନ ୧୫ ପରେ ପୁଣି କେନାଲ ଗୁଡିକରେ ଚାଷୀମାନଙ୍କ ପାଇଁ ଜଳ ଛଡାଯିବ । ହୀରକୁଦ ଜଳ ଭଣ୍ଡାରର ଜଳ ପରିଚାଳନା ରୁଲ୍ କର୍ଭ ଅନୁଯାୟୀ କରାଯାଇଥାଏ । ତେବେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କେବେ କରାଯିବ ତାହା ଏବେ କୁହାଯାଇ ପାରିବ ନାହିଁ,’’ କହିଛନ୍ତି ହୀରାକୁଦ ଡ୍ୟାମର ନିର୍ବାହୀ ଯନ୍ତ୍ରୀ ନିରାକର ବିଶି ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।ଏହା ବି ପଢ଼ନ୍ତୁ: ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।