ବନ୍ଧୁକ ଦେଖାଇ ଲୁଟି ନେଲେ ୨୩ ଲକ୍ଷ ଟଙ୍କା; ଖୋର୍ଦ୍ଧାରେ ଦିନ ଦି’ପହରେ ଅପରାଧୀଙ୍କ ଔଦ୍ଧତ୍ୟ

ଏତେ ଟଙ୍କା ଧରି ବ୍ୟାଙ୍କକୁ ଏକା ଆସୁଥିବାରୁ ବାପୁଜୀ ମହାରଣା ନିଜେ ମଧ୍ୟ ପୋଲିସର ସନ୍ଦେହ ଘେରରେ ଅଛନ୍ତି । ପୋଲିସ ତାଙ୍କୁ ଓ ତାଙ୍କ ସହଯୋଗୀମାନଙ୍କୁ ପଚ଼ରାଉଚ଼ରା କରିବା ଆରମ୍ଭ କରିଛି ।

ବନ୍ଧୁକ ଦେଖାଇ ଲୁଟି ନେଲେ ୨୩ ଲକ୍ଷ ଟଙ୍କା; ଖୋର୍ଦ୍ଧାରେ ଦିନ ଦି’ପହରେ ଅପରାଧୀଙ୍କ ଔଦ୍ଧତ୍ୟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 24, 2020, 4:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଖୋର୍ଦ୍ଧା: ଅପରାଧୀ ବା ଅପରାଧ ମନୋବୃତିର ଲୋକଙ୍କର ଯେ ଆଇନ୍‌ ବା ପୋଲିସ୍‌ ପ୍ରତି ଭୟ ଖୁବ୍‌ କମିଯାଇଛି, ତା’ର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧାରେ । ଟିଏଲସି ରୋଡ୍‌ରେ ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟି ନେଲେ ୨୩ ଲକ୍ଷ ୬୮ ହଜାର ଟଙ୍କା ।

ପୋଲିସ ଠାରୁ ପ୍ରାପ୍ତ ସୂଚ଼ନା ଅନୁସାରେ ଜଟଣୀ କୁଡ଼ିଆରୀର ବାପୁଜୀ ମହାରଣାଙ୍କ ଠାରୁ ବନ୍ଧୁକ ଦେଖାଇ ୨୩ ଲକ୍ଷ ୬୮ ହଜାର ଟଙ୍କା ଲୁଟ କରି ଦୁର୍ବୃତ୍ତମାନେ ଖୋର୍ଦ୍ଧା ସହର ଭିତରକୁ ପଳେଇ ଯାଇଥିଲେ । ମହାରଣା ଏକ ଘରୋଇ ଆର୍ଥିକ କମ୍ପାନୀର କଲେକ୍ସନ ଆଜେଣ୍ଟ । ସେ ଆଜି କଲେକ୍ସନ କରିଥିବା ଟଙ୍କା ଧରି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଏ ଘଟଣା ଘଟିଥିଲା ।

ଖବର ପାଇ ଖୋର୍ଦ୍ଧା ଟାଉନ ଥାନାର ପୋଲିସ ତନାଘନାରେ ଲାଗିଛନ୍ତି । ଘଟଣା ଘଟିଥିବା ସ୍ଥାନ ଖୋର୍ଦ୍ଧା ଟାଉନର ଟିକେ ବାହାରେ ଓ ସେଠି କୌଣସି ସିସିଚିଭି କ୍ୟାମେରା ନ ଥିବାରୁ ଅପରାଧୀମାନଙ୍କୁ ଧରିବା ପୋଲିସ ପାଇଁ କଠିନ କାର୍ଯ୍ୟ ଲାଗୁଛି ।

ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି ।


ତେବେ ଏତେ ଟଙ୍କା ଧରି ବ୍ୟାଙ୍କକୁ ଏକା ଆସୁଥିବାରୁ ବାପୁଜୀ ମହାରଣା ନିଜେ ମଧ୍ୟ ପୋଲିସର ସନ୍ଦେହ ଘେରରେ ଅଛନ୍ତି ବୋଲି ଜଣା ପଡ଼ିଛି । ପୋଲିସ ତାଙ୍କୁ ଓ ତାଙ୍କ ସହଯୋଗୀମାନଙ୍କୁ ପଚ଼ରାଉଚ଼ରା କରିବା ଆରମ୍ଭ କରିଛି । ଦ୍ୱିତୀୟତଃ, ବ୍ୟାଙ୍କ ପାଞ୍ଚଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ମହାରଣା କାହିଁକି ନିଛାଟିଆ ଦ୍ୱିପହରେ ଏକା ଆସୁଥିଲେ ତାହା ବୁଝେଇ କହିବାରେ ବି ସେ ଅସମର୍ଥ ହୋଇଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ମହାରଣା ଏହି ଲୁଟ ଘଟଣା ବିଷୟରେ ନିଜେ ପୋଲିସକୁ ଖବର ଦେଇଥିଲେ । ତା’ପରେ ଏକ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଠାରୁ ସବୁ ବିବରଣୀ ନେଇ ତଦନ୍ତ ଆରମ୍ଭ କରିଥିଲା ।
First published: January 24, 2020, 4:47 PM IST
corona virus btn
corona virus btn
Loading