ଏମକେସିଜି ମେଡ଼ିକାଲର ଭେଷଜ ବିଭାଗରେ ରୋଗୀଙ୍କୁ ରିଏକ୍ସନ କଲା ଇଞ୍ଜେକସନ; ୨୧ ଗୁରୁତର

ମେଡିକାଲର ଭେଷଜ ବିଭାଗର ଏକ ନମ୍ୱର ୟୁନିଟରେ ସକାଳୁ ରୋଗୀ ମାନଙ୍କୁ ତିନୋଟି ଇଞ୍ଜେକ୍ସନ ଦିଆଯାଇଥିଲା । ଇଞ୍ଜେକସନ ଦେବା ପରେ ସମସ୍ତେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ

  • Share this:
News18 Odia Digital

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମେଡିକାଲର ଭେଷଜ ବିଭାଗର ଏକ ନମ୍ୱର ୟୁନିଟରେ ସକାଳୁ ରୋଗୀ ମାନଙ୍କୁ ତିନୋଟି ଇଞ୍ଜେକ୍ସନ ଦିଆଯାଇଥିଲା । ଇଞ୍ଜେକସନ ଦେବା ପରେ ସମସ୍ତେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଏପରିକି ସମସ୍ତଙ୍କୁ ପ୍ରବଳ ଜ୍ୱର ଅନୁଭବ ହୋଇଥିଲା । ତେବେ ଭେଷଜ ବିଭାଗରେ କୌଣସି ବରିଷ୍ଠ ଡାକ୍ତର ଉପସ୍ଥିତି ନଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇପଡ଼ିଥିଲେ । ପରେ ଆଉ ଦୁଇଟି ଇଞ୍ଜେକ୍ସନ ବିରିଷ୍ଠ ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବା ପରେ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହୋଇଥିଲା । ସେପଟେ ଏହି ଇଞ୍ଜେକ୍ସରେ କୌଣସି ତୃଟି ଥିବା ନେଇ ସନ୍ଦେହ କରିବା ପରେ ଏହାକୁ ଯାଞ୍ଚ ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ।

ଆଜି ଏକ ବଡ଼ ଅଘଟଣରୁ ଏକାଧିକ ରୋଗୀ ଅଳ୍ପକେ ବଞ୍ଚିଯାଇଛନ୍ତି । ସବୁ ଦିନ ପରି ଆଜି ମଧ୍ୟ ସମସ୍ତ ରୋଗୀଙ୍କୁ ବାନ୍ତି, ଗ୍ୟାଷ୍ଟ୍ରିକ୍ ଓ ଆଣ୍ଟିବାଉଟିକ୍ ଇଞ୍ଜେକସନ ଦିଆଯାଇଥିଲା । ରିଆକ୍ସନ ହେବା ଦେଖି ସମ୍ପର୍କୀୟ ମାନେ ହୋ ହଲ୍ଲା କରିଥିଲେ । ପରେ ୟୁନିଟର ସମସ୍ତ 21 ଜଣ ରୋଗୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଏପରିକି ମମସ୍ତଙ୍କୁ ପ୍ରବଳ ଜ୍ୱର ଅନୁଭବ ହୋଇଥିଲା । ଏଭଳି ପରିସ୍ଥିତି ଉପୁଜିଥିଲା ଯେ ଏକାଧିକ ଲୋକଙ୍କୁ ଅକ୍ସିଜେନ ମଧ୍ୟ ଲଗାଯାଇଥିଲା ।

ଏଭଳି ଘଟଣା ପରେ ଭେଷଜ ବିଭାଗରେ କୌଣସି ବରିଷ୍ଠ ଡାକ୍ତର ଉପସ୍ଥିତ ନଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇପଡ଼ିଥିଲେ । ପରେ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ ଦୁଇଟି ଇଞ୍ଜେକ୍ସନ ଦିଆଯାଇଥିଲା । ଯାହା ପରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା ।

ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ଼ାକ୍ତର ସନ୍ତୋଷ ମିଶ୍ର କହିଛନ୍ତି ଯେ ‘‘ଏଭଳି ଅଘଟଣ ଘଟିବା ପରେ ମେଡିକାଲକୁ ଯୋଗାଇ ଦିଆଯାଇଥିବା ସମ୍ପୃକ୍ତ କମ୍ପାନୀ ଇଞ୍ଜେକ୍ସନ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏହା ସହ ଦିଆଯାଇଥିବା ଇଞ୍ଜେକସନ ଗୁଡିକୁ ଟେଷ୍ଟ ପାଇଁ ପଠାଯିବ । ପ୍ରାୟ ୩୦୦୦ ଇଞ୍ଜେକସନ ମେଡ଼ିକାଲର ଷ୍ଟୋରରୁ ଅଣାଯାଇଥିବା ବେଳେ ବର୍ତ୍ତମାନ ଆଉ କୌଣସି ରୋଗୀଙ୍କୁ ତାହା ଦିଆଯିବ ନାହିଁ "।

ମେଡକାଲର ଭେଷଜ ୱାର୍ଡରେ ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକସନ ରିଆକ୍ସନ ହେବା ପରେ ଏଗୁଡିକର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି ରୋଗୀର ସମ୍ପର୍କୀୟ ମାନେ । ତେବେ ଯାଞ୍ଚ କରି ତୁରନ୍ତ ସମ୍ପୃକ୍ତ ଇଞ୍ଜେକସନକୁ ବନ୍ଦ କରାଯିବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।
Published by:Soumyashree Mishra
First published: