୨୦୨୪ରେ ସାଧାରଣ ନିର୍ବାଚନ: କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଲିପିକା

ଭୁଜବଳ କଂଗ୍ରେସ ଟିକେଟରୁ ନବରଙ୍ଗପୁର ଲୋକସଭା ଆସନରୁ ଲଢ଼ିବା ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଝିଅ ଲିପିକା ଡାବୁଗାଁ ବିଧାନସଭା ଆସନରୁ କଂଗ୍ରେସ ଟିକେଟରୁ ଫାଇଟ୍ ପାଇଁ ପ୍ରସ୍ତୁତ ହୋଇଗଲେଣି ।

୨୦୨୪ରେ ସାଧାରଣ ନିର୍ବାଚନ: କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଲିପିକା

୨୦୨୪ରେ ସାଧାରଣ ନିର୍ବାଚନ: କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଲିପିକା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ୨୦୨୪ରେ ସାଧାରଣ ନିର୍ବାଚନ (General election) । କିଏ , କେଉଁଠୁ ଲଢିବ ସେଥିପାଇଁ ଏବେଠାରୁ ମୈଦାନ ପ୍ରସ୍ତୁତ କରୁଛନ୍ତି ନେତା । କେଉଁଠି ବାପାମାନେ ନ ଲଢ଼ି ପୁଅ-ଝିଅଙ୍କୁ ଲିଫ୍ଟ ଦେବେ ତ ଆଉ କେଉଁଠି ଉଭୟ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଏମିତି ଏକ ସଂସଦୀୟ କ୍ଷେତ୍ର ହେଉଛି ନବରଙ୍ଗପୁର (nabrangpur)। ଏହି ଜିଲ୍ଲାରୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବାପା, ମାଆ । ଦେଖନ୍ତୁ ଏହି ରିପୋର୍ଟ ।

ଏଥର ନବରଙ୍ଗପୁର ଜିଲ୍ଲାରେ ରୋଚକ ମୋଡ଼ ନେବ କଂଗ୍ରେସ ରାଜନୀତି । ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବାପା-ଝିଅ । କଂଗ୍ରେସର ଭେଟେରାନ ଭୂଜବଳ ମାଝୀ ଓ ତାଙ୍କ ଡାକ୍ତରୀ ଝିଅ ଲିପିକା ମାଝୀ । ଭୁଜବଳ କଂଗ୍ରେସ ଟିକେଟରୁ ନବରଙ୍ଗପୁର ଲୋକସଭା ଆସନରୁ ଲଢ଼ିବା ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଝିଅ ଲିପିକା ଡାବୁଗାଁ ବିଧାନସଭା ଆସନରୁ କଂଗ୍ରେସ ଟିକେଟରୁ ଫାଇଟ୍ ପାଇଁ ପ୍ରସ୍ତୁତ ହୋଇଗଲେଣି । ଏଥିପାଇଁ ଲିପିକା କ୍ଷେତ୍ର ପ୍ରସ୍ତୁତିରେ ମଧ୍ୟ ଲାଗି ପଡ଼ିଛନ୍ତି । ଡାବୁଗାଁ ବ୍ଲକର ଗାଁ ଗାଁ ବୁଲୁଛନ୍ତି । ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ସମାଧାନ ପାଇଁ ଯଥାସମ୍ଭବ ଚେଷ୍ଟା ବି କରୁଛନ୍ତି ।

୨୦୧୯ରେ ଲିପିକା ଭୁବନେଶ୍ବରର ଏକ ଘରୋଇ ଡାକ୍ତରୀ କଲେଜରୁ ଡାକ୍ତରୀ ପାଠ୍ୟକ୍ରମ ସାରିବା ପରେ ରାଜଧାନୀରେ ଏକ ଡେଣ୍ଟାଲ କ୍ଲିନିକ୍ (dental clinic) ଖୋଲି ରୋଗୀ ସେବା ଚଳାଇଥିଲେ । କୋଭିଡ୍ ପରେ ଗାଁକୁ ଫେରିଯାଇ ଜନସେବାରେ ଲାଗି ପଡ଼ିଥିଲେ । ଜିଲ୍ଲାର ଏକମାତ୍ରା କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ଲିପିକା । ଡେଣ୍ଟାଲ ସର୍ଜନ ଲିପିକା କୁହନ୍ତି, ଡାକ୍ତର ଭାବେ ଅଳ୍ପ ଲୋକଙ୍କ ସେବା କରିପାରୁଥିଲେ କିନ୍ତୁ ରାଜନୀତିରେ ଆସି ଅଧିକ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁଛି ।

ବାପା ଭୂଜବଳ ମାଝୀ ଡାବୁଗାଁରୁ ତିନି ତିନି ଥର ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ୨୦୦୦, ୨୦୦୯ ଓ ୨୦୧୪ରେ କଂଗ୍ରେସ ଟିକେଟରୁ ଜିତିଥିବା ଭୂଜବଳ ୨୦୧୯ରେ ହାରି ଯାଇଥିଲେ । ତେଣୁ ୨୦୨୪ରେ ଭୂଜବଳ ଆଉ ବିଧାୟକ ନୁହେଁ, ନବରଙ୍ଗପୁର ଲୋକସଭା ଆସନରୁ ସାଂସଦ ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଭୂଜବଳ କହିଛନ୍ତି, ନବରଙ୍ଗପୁରରେ କଂଗ୍ରେସର ସଂଗଠନ ବହୁତ ସୁଦୃଢ଼ । ୨୦୨୪ରେ ଦଳ ଭଲ କରିବ ।

ରାଜନୀତି ବିଶାରଦ କହିଛନ୍ତି, ଲିପିକା ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ମାତ୍ର ବର୍ଷେ ହୋଇଛି । କିନ୍ତୁ ଏହା ଭିତରେ ସେ ଜିଲ୍ଲାରେ କଂଗ୍ରେସର ଜଣେ ଯୁବନେତ୍ରୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଯଦି ସେ ଡାବୁଗାଁରୁ ଲଢ଼ନ୍ତି, ତେବେ ତାଙ୍କର ସିଧାସଳଖ ବିଜେଡି ସହ ଟକ୍କର ହେବ । ବାପା-ଝିଅ କଂଗ୍ରେସରୁ ଲଢ଼ିବା ଦଳ ଉପରେ ସକରାତ୍ମକ ପ୍ରଭାବ ପକାଇବ ।

୧୯୯୯ ଓ ୨୦୦୪ରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଥିଲା ବିଜେପି କବଜାରେ । ୨୦୦୯ରେ କଂଗ୍ରେସରୁ ପ୍ରଦୀପ ମାଝୀ, ୨୦୧୪ରେ ବିଜେଡିରୁ ବଳଭଦ୍ର ମାଝୀ ଏବଂ ୨୦୧୯ରେ ବିଜେଡିରୁ ରମେଶ ମାଝୀ ସାଂସଦ ଭାବେ ବିଜୟୀ ହୋଇଛନ୍ତି ।

ଏହି ଖବର ପଢ଼ନ୍ତୁ -  ଶାଢ଼ୀ କିଣାକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ପ୍ରବଳ ପିଟାପିଟି, ଭିଡିଓ ଭାଇରାଲ
Published by:Soubhagya Mishra
First published: