News18 Odia Digital
ଭୁବନେଶ୍ୱର: ନୂଆ ବର୍ଷ ନୂଆ ଚ୍ୟାଲେଞ୍ଜ। ବର୍ଷ ୨୦୨୩। ରାଜନୀତି ଦୃଷ୍ଟିକୋଣରୁ ରହିଛି ଅନେକ ଗୁରୁତ୍ବ। ୨୦୨୩ ନିର୍ବାଚନୀ ବର୍ଷ ଭାବେ ବି ଗଣାଯାଉଛି। କାରଣ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି।
ଫାଇନାଲ ଲଢେଇ ପାଇଁ ତିନି ଦଳ ସଜବାଜ ଆରମ୍ଭ କରିଥିବା ବେଳେ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ। ଷଷ୍ଠ ଥର ଶାସନ ଗାଦିରେ ବସିବାକୁ ଯୋଜନା କରିଛି ବିଜେଡି। ଲଗାତାର ୨୨ ବର୍ଷ ଧରି ଶାସନରେ ରହିବା ପରେ ଲୋକଙ୍କ ଆସ୍ଥା ବି ବଢ଼ିଛି। ଦଳପ୍ରତି ଜନମତ ଅତୁଟ ରଖିବା ଶାସକ ଦଳ ପାଇଁ ହେବ ବଡ ଚ୍ୟାଲେଞ୍ଜ।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ଓଡିଶାର ବିକାଶ ସରକାରଙ୍କ ଲକ୍ଷ। ରାଜ୍ୟର ଅଭିବୃଦ୍ଧି ଧାରାକୁ ଆଗକୁ ନେବାକୁ ପ୍ରାୟାସ ଜାରି ରଖିଛନ୍ତି ସରକାର। ଦଳ ଲୋକଙ୍କ ସହ ରହିଥିବାରୁ ଲୋକେ ବି ଦଳକୁ ବାରମ୍ବାର ଶାସନ ଗାଦିରେ ବସାଇଛନ୍ତି। ଲୋକଙ୍କ ବିକାଶ ଧାରାରେ ଯୋଡ଼ି ହେବା ବଡ ଆହ୍ଵାନ। ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବାଜିମାତ କରିଛି। ଆଗକୁ ବି ନିର୍ବାଚନରେରେ ଲୋକ ଭରସା କରିବେ ବୋଲି ସେ କହିଛନ୍ତି। ବିଜେପି କହିଛି ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ହିଁ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ମିଶନ ୧୨୦ ସଫଳ କରି ଓଡିଶା ଦଖଲ ପାଇଁ ରଣନୀତି କରିଛି ଦଳ। ୨୦୨୩ ରେ ବିଜେପି ନୂଆ ରଣନୀତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ସହ ବୁଥ ସ୍ତରରୁ ସଂଗଠନ ମଜବୁତ ଉପରେ ଫୋକସ କରିଛି ବିଜେପି।
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,"ନୂଆ ବର୍ଷରେ ନୂଆ ଚ୍ୟାଲେଞ୍ଜ ରହିବ। ବିଜେପି ଏହାକୁ ନେଇ କରିଛି ନୂଆ ରଣନୀତି। ରାଜନୈତିକ ଦୃଷ୍ଟିକୋଣରୁ ୨୦୨୩ ବିଜେପି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବର୍ଷ। ରାଜ୍ୟରେ କ୍ଷମତାସିନ ଥିବା ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ହିଁ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଆଗାମୀ ନିର୍ବାଚନରେ ଦଳ କିଭକି ବାଜିମାତ କରିବ। ବିଜେପିର ମିଶନ ୧୨୦ କିଭଳି ପୁରା ହେବ। ଦଳ କିଭଳି ଓଡିଶା ଦଖଲ କରିବ। ତାକୁ ନେଇ ବିଜେପି ଯେଉଁ ରଣନୀତି କରିଛି। ୨୦୨୩ ରେ ବିଜେପି ତାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବ। ବୁଥ ସ୍ତରରୁ ବିଜେପିର ସଂଗଠନ କିଭଳି ମଜବୁତ ତାକୁ ଦଳ ପ୍ରାଥମିକତା ଦେବ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ୯ ରୁ ୯୦ ମିଶନ ନେଇ କଂଗ୍ରେସ୍ ଆଗକୁ ବଢୁଛି । ଆଗକୁ ସରକାର ଗଢ଼ିବ।
ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି,"ନିର୍ବାଚନ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ୨୦୨୩ ଆହ୍ୱାନ ଭରା ରହିବ। ସବୁ ନେତାଙ୍କୁ ଗୋଟିଏ ଖିଅରେ ବାନ୍ଧି ରଖିବା ବି ଦଳ ପାଇଁ ହେବ ବଡ ଆହ୍ଵାନ । ରାଜ୍ୟରେ କଂଗ୍ରେସ୍ ଦୁର୍ବଳ ହେଉଥିବାରୁ ନିଜର ସ୍ଥିତି ବଜାୟ ରଖିବା ବି କଷ୍ଟକର। ଏଭଳି ସ୍ଥିତିରେ ଅନ୍ତର କନ୍ଦଳ କୁ ଦୁର କରି କଂଗ୍ରେସ୍ ଏକାଠି ଲଢ଼ିବା ଆବଶ୍ୟକ। ତେବେ ମୁଖ୍ୟ ବିରୋଧୀ ଭାବେ ବିଜେପି ଶକ୍ତି ଗୋଟାଇବାକୁ ପ୍ରୟାସ ଜାରି ରଖିଥିଲେ ବି ତୃଣମୂଳ ସ୍ତରର ଅଧିକ ସଙ୍ଗଠିତ ହେବା ଜରୁରୀ। କେନ୍ଦ୍ର ନେତୃତ୍ବ ଓଡିଶାକୁ ଫୋକସ କରୁଥିଲେ ବି ବିଜେଡି ବିରୁଦ୍ଧରେ ଲଢ଼ିବାକୁ ହେଲେ ଅଧିକ ସକ୍ରିୟ ହେବା ଆବଶ୍ୟକ। ୨୦୨୨ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ତରଫା ବାଜିମାତ କରିଥିବା ବେଳେ ତିନିଟି ଉପନିର୍ବାଚନରେ ନିଜ ନିଜ ସିଟ ରଖିବାରେ ଦଳ ସକ୍ଷମ ହୋଇଛନ୍ତି। କଂଗ୍ରେସ୍ ନିଜ ଭୋଟ ରଖିବାରେ ଅକ୍ଷମ ହୋଇଛି।
୨୦୨୩ରେ ବି ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଫାଇନାଲ ଲଢେଇ ସଜବାଜ ଆରମ୍ଭ କରିଛନ୍ତି ତିନି ରାଜନୈତିକ ଦଳ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।