ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୨୦୧୯-୨୦ ପାଇଁ ସମ୍ମାନ ଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ; ଏଥର ପୁରସ୍କୃତ ହେବେ ୨ କଳାକାର

୨୦୧୯-୨୦ ପାଇଁ ସମ୍ମାନ ଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ; ଏଥର ପୁରସ୍କୃତ ହେବେ ୨ କଳାକାର

୨୦୨୦ ପାଇଁ କଟକର ବନ୍ଦିତା ରାୟ ମନୋନୀତ ହୋଇଥିବା ବେଳେ ସୁଗମ ସଙ୍ଗୀତ ପାଇଁ ବିଭୁଧେନ୍ଦ୍ର ଦାସ ମନୋନୀତ ହୋଇଛନ୍ତି । ମୋଟ ଉପରେ ଏଥର ଚୟନ ପ୍ରକ୍ରିୟାରେ ସବୁ ଦିଗକୁ ଗୁରୁତ୍ୱ ଦିଆଯାଇଛି।

୨୦୧୯-୨୦ ପାଇଁ ସମ୍ମାନ ଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ; ଏଥର ପୁରସ୍କୃତ ହେବେ ୨ କଳାକାର
ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ
  • News18 Odia
  • Last Updated: August 28, 2021, 2:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୨୦୧୯ ବର୍ଷ ପାଇଁ ସମ୍ମାନଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପାଇବେ ଅଭିନେତା ଓ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ୨୦୨୦ ବର୍ଷ ପାଇଁ ଏହି ପୁରସ୍କାରରେ ସମ୍ମାନିତ ହେବେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରଦତ୍ତ ଏହି ପୁରସ୍କାର ବାବଦରେ ଉଭୟଙ୍କୁ ନଗଦ ପାଞ୍ଚ ଲକ୍ଷ ଲେଖାଏଁ ଅର୍ଥ ରାଶି ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ।

ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଶୁକ୍ରବାର ସନ୍ଧ୍ୟାରେ ଏହି ପୁରସ୍କାର ବିଷୟ ଘୋଷଣା କରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଡ଼ଃ ଅରୁଣା ମହାନ୍ତି କହିଥିଲେ, "ଜୀବନବ୍ୟାପୀ ସାଧନା ପାଇଁ ଉଭୟଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। କୋଭିଡ ମହାମାରୀ କାରଣରୁ ଗତବର୍ଷ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା । ଚଳିତ ବର୍ଷ ଏହି ଉତ୍ସଵ ଆୟୋଜନ ହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଏହା ଅନୁଷ୍ଠିତ ହେବ।"

ରାଜ୍ୟ ସରକାରଙ୍କ ଦ୍ବାରା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ସମ୍ମାନ ଜନକ ପୁରସ୍କାର ସହିତ ଉଭୟ ବର୍ଷ ପାଇଁ ମୋଟ ଚାରୋଟି ବିଭାଗର ୩୨ଟି ଉପ ବିଭାଗ ପାଇଁ ଏହି ମର୍ଯ୍ୟାଦା ଜନକ ପୁରସ୍କାର ପ୍ରଦାନ କରାଯିବ।

୨୦୧୯-୨୦ ପାଇଁ ସମ୍ମାନ ଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ


ସେ ଭିତରେ ରହିଛି ଜୀଵନ ବ୍ୟାପି ସାଧନା ସହିତ ଅଭିନୟ ବିଭାଗରେ ଦୁଇଟି, ନାଟ୍ୟ ରଚନା, ନାଟ୍ୟ ନିର୍ଦେଶନା, ମଞ୍ଚକଳା, ଲୋକ ସଙ୍ଗୀତ, ଲୋକବାଦ୍ୟ, ଲୋକନୃତ୍ୟ, ଲୋକନାଟ୍ୟ, ଯନ୍ତ୍ର ସଙ୍ଗୀତ (୨ ପ୍ରକାର), ଓଡ଼ିଶୀ ନୃତ୍ୟ, ଓଡ଼ିଶା କଣ୍ଠ ସଙ୍ଗୀତ ଆଦି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ବାବଦରେ ମନୋନୀତ କଳାକାରଙ୍କୁ ନଗଦ ଦୁଇ ଲକ୍ଷ ଟଙ୍କା ଅର୍ଥ ରାଶି ଓ ଉପଢୌକନ ପ୍ରଦାନ କରାଯିବ ।

ଏକାଡେମୀ ପକ୍ଷରୁ କୁହାଯାଇଛି ଯେ ୨୦୧୯ରୁ ଆରମ୍ଭ ହୋଇଥିବା ସୁନନ୍ଦ ସମ୍ମାନ ଏଥର ଉତ୍ସବରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ବାବଦରେ ମନୋନୀତ କଳାକାରଙ୍କୁ ନଗଦ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁନନ୍ଦା ସମ୍ମାନ କେଵଳ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଏଥର ପୁରସ୍କୃତ ହେବେ ୨ କଳାକାର


ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥଙ୍କ ସୂଚନା ଅନୁସାରେ, "ସୁନନ୍ଦା ସମ୍ମାନ ବ୍ୟତୀତ ଗୀତି କବିତା ପାଇଁ ମଧ୍ୟ ଏହି ପୁରସ୍କାର ସମାରୋହରେ ଅଧିକ ଗୁରୁତ୍ୱ ଦିଆଯାଇଛି । ୨୦୧୯ ପାଇଁ ସମ୍ମାନ ଜନକ ସୁନନ୍ଦା ସମ୍ମାନ ଡ଼ଃ ରଘୁନାଥ ସାହୁ ମନୋନୀତ ହୋଇଥିବା ବେଳେ ସୁଗମ ସଙ୍ଗୀତ ପାଇଁ ତାନସେନ ସିଂ ମନୋନୀତ ହୋଇଛନ୍ତି।

ଏହା ବ୍ୟତୀତ ୨୦୨୦ ପାଇଁ କଟକର ବନ୍ଦିତା ରାୟ ମନୋନୀତ ହୋଇଥିବା ବେଳେ ସୁଗମ ସଙ୍ଗୀତ ପାଇଁ ବିଭୁଧେନ୍ଦ୍ର ଦାସ ମନୋନୀତ ହୋଇଛନ୍ତି । ମୋଟ ଉପରେ ଏଥର ଚୟନ ପ୍ରକ୍ରିୟାରେ ସବୁ ଦିଗକୁ ଗୁରୁତ୍ୱ ଦିଆଯାଇଛି।
Published by: Lipina Das
First published: August 28, 2021, 2:04 PM IST