ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ: ବାଲେଶ୍ବର ଜିଲ୍ଲା କୋର୍ଟ

ଅତିରିକ୍ତ ଜିଲ୍ଲା ଜଜ ରଞ୍ଜନ କୁମାର ସୂତାର ସେହି ଗ୍ରାମର ଅଭିଯୁକ୍ତ ଦିନେଶ ମସ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦିନେଶ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।

ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

  • Share this:
News 18 Odia Digital

ବାଲେଶ୍ବର: ନାବାଳିକାକୁ ଦୁଷ୍କର୍ମ ମାମଲାରେ ବିଚାର କରି ଶନିବାର ବାଲେଶ୍ଵର ଅତିରିକ୍ତ ଜିଲ୍ଲା ବିଚାରପତି ରଞ୍ଜନ କୁମାର ସୂତାର  ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରଛନ୍ତି। ଏହାସହ ତାଙ୍କୁ ୧୦ ହଜାର ଟଙ୍କା ଜୋରିମନା ଆଦେଶ କରିଛନ୍ତି। ଏହା ବ୍ୟତୀତ କୋର୍ଟ ପୀଡ଼ିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ଆଇନ ସେବା ପ୍ରାଧିକରଣ କେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୧ ଜାନୁଆରୀ ମାସ ୧୫ ତାରିଖରେ ପଣପଣା ଗ୍ରାମର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ଘର ସମ୍ମୁଖରେ ଦିନେଶଙ୍କ ଘ । ଦିନେଶ ବହୁତ ଥର ତାଙ୍କ ନାବାଳିକା ଝିଅଙ୍କ ସହ କଥା ହୁଅନ୍ତି। ହେଲେ ତାଙ୍କ ନାବାଳିକା ଝିଅ ଟିକେ ଦିବ୍ୟାଙ୍ଗ ହୋଇଥିବାରୁ ସୁଯୋଗ ନେଇ ଦିନେଶ ଉକ୍ତ ନାବାଳିକା ଝିଅକୁ ସେହି ଦିନ ୧୧ଟା ଠାରୁ କେଉଁ ଆଡକୁ ନେଇଯାଇଥିଲେ। ହେଲେ ପରିବାର ଲୋକେ ଝିଅକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇନଥିଲେ।

ହେଲେ ସନ୍ଧ୍ୟା ୬ଟାରେ ଦିନେଶ ତାଙ୍କ ଝିଅଙ୍କୁ ଆଣି ତାଙ୍କୁ ଘରେ ଛାଡ଼ି ଦେଇଥିଲେ। ଏନେଇ ପରିବାର ଲୋକେ ଉକ୍ତ ନାବଳିକା ଝିଅକୁ ପଚାରିବାରୁ ସେ ଘଟଣା ସମ୍ପର୍କରେ କହିଥିଲା। ତେବେ ପରିବାର ଲୋକେ ତାଙ୍କ ନାବାଳିକା ଝିଅଙ୍କୁ ଧରି ଦିନେଶଙ୍କ ଘରକୁ ଘଟଣା ସମ୍ପର୍କରେ ପଚାରିବା ପାଇଁ ଯାଇଥିବା ବେଳେ। ପରିବାର ଲୋକେ ଉକ୍ତ ଘଟଣା ସମ୍ପର୍କରେ ପଚାରିବାରୁ ଦିନେଶ ସେମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲା। ଏନେଇ ସେମାନେ ପ୍ରତିବାଦ କରିବାରୁ ଦିନେଶ ଏକ ଲୁହା ରଡରେ ଆକ୍ରମଣ ମଧ୍ୟ କରିଥିଲା ବୋଲି ଅଭିଯୋଗ କରିଥିଲେ।

ଏନେଇ ଖନ୍ତାପଡା ପୁଲିସ ୨୬/୨୧ନମ୍ବରରେ ଏକ ମାମଲା ରୁଜୁ କରିବା ସହ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜଜ ସୂତାର ଏହି ମାମଲାକୁ ବିଚାର କରି ଅଭିଯୁକ୍ତ ଦିନେଶକୁ ଉପରୋକ୍ତ ଦଣ୍ଡରେ ଦଣ୍ତ ବିଧାନ କରିଛନ୍ତି।
Published by:Sujit Swain
First published: