ପୁରୀରେ ମିନି ସ୍କର୍ଟ୍ ପିନ୍ଧା ଦୁଇ ଯୁବତୀଙ୍କୁ କମେଣ୍ଟ୍ ମାରି ଛେଚା ଖାଇଲେ ଦୁଇ ଭାଇ, ଜେଲ୍ ଗଲେ

ଭୁବନେଶ୍ୱର ପଟିଆର ଦୁଇ ଯୁବତୀ ପୁରୀ ବେଳାଭୂମିକୁ ଯାଉଥିବା ବେଳେ ସେମାନଙ୍କୁ କଟକରୁ ଆସିଥିବା ଦୁଇ ଯୁବକ (ଦୁଇ ଭାଇ) ‘‘ବିୟୁଟିଫୁଲ୍ ଝିଅ, ତମେ ଭାରି ସେକ୍ସି ଲାଗୁଛ’’ ବୋଲି କହିଥିଲେ । ଯୁବତୀ ଦ୍ୱୟଙ୍କ ସାହସ ଯୋଗୁଁ ଦୁଇ ସଡ଼କଛାପ ରୋମିଓ ଧରା ପଡ଼ିଲେ ।

ପୁରୀରେ ମିନି ସ୍କର୍ଟ୍ ପିନ୍ଧା ଦୁଇ ଯୁବତୀଙ୍କୁ କମେଣ୍ଟ୍ ମାରି ଛେଚା ଖାଇଲେ ଦୁଇ ଭାଇ, ଜେଲ୍ ଗଲେ
ଗିରଫ ଦୁଇ ଭାଇ ଅନୀଲ କୁମାର ଦାସ ଓ ଅଜିତ କୁମାର ଦାସ
  • News18 Odia
  • Last Updated: April 30, 2021, 11:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବେଳାଭୂମି ରାସ୍ତାରେ ମିନି ସ୍କର୍ଟ୍‌ ପିନ୍ଧି ଯାଉଥିବା ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ସେଲ୍ଫି ପୋଜ୍‌ ଦେଖି ଅଶ୍ଲୀଳ ଇଙ୍ଗିତ କରିଥିଲେ ଦୁଇ ଜଣ ଯୁବକ । ‘‘ବିୟୁଟିଫୁଲ୍‌ ଝିଅ, ତମେ ଭାରି ସେକ୍ସି ଲାଗୁଛ’’ ବୋଲି କହିଥିଲେ । ଯୁବତୀ ଦ୍ୱୟଙ୍କ ପ୍ରତି ସ୍ପଷ୍ଟ ଦିବାଲୋକରେ ଏହି ସଡ଼କଛାପ ରୋମିଓମାନେ ତାଙ୍କ ସହ ଅସଦାଚରଣ କରିବା ସହ ଏକ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା । ମାତ୍ର ଏହାର ପ୍ରତିଫଳ ସେମାନଙ୍କୁ ତତକ୍ଷଣାତ୍‌ ମିଳିଥିଲା ।

ପୁରୀ ବେଳାଭୂମିର ଭିକ୍ଟୋରିଆ ହୋଟେଲ ନିକଟରେ ବୁଧବାର ଅପରାହ୍ଣରେ ଘଟିଥିବା ଏହି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା । ଦୁଇ ଯୁବକଙ୍କ ଆଶାଳୀନ ମନ୍ତବ୍ୟକୁ ନିଜ ମୋବାଇଲ ଫୋନରେ ରେକର୍ଡି଼ଂ କରିଥିଲେ ଦୁଇ ଯୁବତୀ । ତା’ପରେ ସ୍ଥାନୀୟ ଲୋକେ ଯୁବକ ଦ୍ୱୟଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସର ଜିମା ଦେଇଥିଲେ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଏ ନେଇ ପୀଡ଼ିତା ଯୁବତୀ ଭୁବନେଶ୍ୱର ପଟିଆର ଲକ୍ଷ୍ମୀପ୍ରିୟା ପଣ୍ଡା ଥାନାରେ ଏକ ଏତାଲା ବି ଦେଇଥିଲେ । ସେ ନିଜ ସାଙ୍ଗ ବର୍ଷା ଓ ତା’ ଭାଇଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିବା ବେଳେ ଏହି ଘଟଣା ଘଟିଥିଲା । ମନ୍ଦିର ବନ୍ଦ ରହିଥିବାରୁ ପତିତପାବନଙ୍କୁ ଦର୍ଶନ କରିବା ପରେ ବିଚ୍‌ ରୋଡ଼ରେ ଥିବା କସ୍ତୁରୀ ରେଷ୍ଟରାଣ୍ଟରେ ମଧ୍ୟାନ୍ନ ଭୋଜନ କରିଥିଲେ ସେମାନେ । ତା’ ପରେ ସମୁଦ୍ର କୂଳ ବୁଲିବାକୁ ଯିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଲଗାତର ଅଶ୍ଳୀଳ ଇଙ୍ଗିତ କରିଥିଲେ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

କରୋନା ସଂକ୍ରମଣ କାରଣରୁ ଆଜିକାଲି ବେଳାଭୂମିରେ ପୂର୍ବ ପରି ଭିଡ଼ ହେଉନାହିଁ ।


ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

‘‘ଆମେ ସେ ଜାଗା ଛାଡି଼ ଆଗକୁ ଗଲା ପରେ ବି ସେମାନେ ଆମକୁ ପିଛା କରି ପୁଣି କମେଣ୍ଟ୍‌ ପାସ୍‌ କରିବା ସହ ନିଜ ମୋବାଇଲ ଫୋନରେ ଆମ ଭିଡିଓ ଉତ୍ତୋଳନ କରିଥିଲେ । ମୋ’ ସାଙ୍ଗ ବର୍ଷା ସାହସ ଦେଖାଇ ତାଙ୍କୁ ପାଟି କରିଥିଲା, ହେଲେ ସେମାନେ ତାକୁ ଧମକାଇଥିଲେ । ସେ ବି ସେମାନଙ୍କର ଭିଡିଓ ସୁଟ୍‌ କରିଥିଲା । ଆମେ ସେମାନଙ୍କୁ ଖସିଯିବାକୁ ଦେଇ ନ ଥିଲୁ । ଆଉ ଏ ଭିତରେ ଆମେ ତାଙ୍କୁ ପାଟିତୁଣ୍ଡ କରିବାରୁ ଲୋକେ ଜମା ହୋଇଯାଇଥିଲେ ଓ ସେମାନଙ୍କୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ । ପିସିଆର ଭ୍ୟାନକୁ ଡାକି ସମସ୍ତେ ମିଶି ସେମାନଙ୍କୁ ପୋଲିସ ଜିମା ଦେଇଥିଲୁ,’’ କହିଛନ୍ତି ଲକ୍ଷ୍ମୀପ୍ରିୟା ପଣ୍ଡା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

ସମୁଦ୍ର କୂଳ ଥାନା ଅଧିକାରୀ ଚିନ୍ମୟ ରାଉତ କହିଛନ୍ତି ଯେ ଲକ୍ଷ୍ମୀପ୍ରିୟା ଓ ତାଙ୍କ ବାନ୍ଧବୀଙ୍କ ଏତାଲା ଅନୁସାରେ ଦୁଇ ରୋଡ଼ ରୋମିଓଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଦୁଇ ଭାଇ – ୩୪ ବର୍ଷୀୟ ଅନୀଲ କୁମାର ଦାସ ଓ ୩୬ ବର୍ଷୀୟ ଅଜିତ କୁମାର ଦାସ । ଘର କଟକ ଜିଲ୍ଲା ଲାଲବାଗ ଥାନା ଅଧୀନ ଚାନ୍ଦିନୀ ଚୌକରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଭିନେତ୍ରୀ ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ସେ ନର୍ଭସ୍ହେଲେ!

‘‘ଲକ୍ଷ୍ମୀପ୍ରିୟା ଓ ତାଙ୍କ ବାନ୍ଧବୀ ବର୍ଷାଙ୍କ ସାହସିକତା ଯୋଗୁଁ ଦୁଇ ରୋଡ଼ ରୋମିଓ ଗିରଫ ହୋଇପାରିଲେ । ସେମାନେ କମେଣ୍ଟ ମାରୁଥିବା ଦୃଶ୍ୟକୁ ବର୍ଷା ନିଜ ମୋବାଇଲ ଫୋନରେ ରେକର୍ଡି଼ଂ କରିଥିଲେ ଓ କାରରୁ ଓହ୍ଲାଇ ଦୁଇ ରୋଡ଼ ରୋମିଓଙ୍କ ବାଇକକୁ ଅଟକାଇଥିଲେ । ପରେ ସ୍ଥାନୀୟ ଦୋକାନୀ ଓ କିଛି ଲୋକ ସେମାନଙ୍କୁ ସହଯୋଗ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ । ସେହି ଅଞ୍ଚଳର ସିସିଟିଭି ଫୁଟେଜ୍‌ ଓ ମୋବାଇଲ ଭିଡିଓ ଯାଞ୍ଚ କରିବା ପରେ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି,’’ କହିଛନ୍ତି ରାଉତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ଦୁଇ ଅଭିଯୁକ୍ତ ଯୁବକଙ୍କ ନାଁରେ ଆଇ.ପି.ସି.ର ଦଫା ୩୪୧, ୩୫୪ (କ), ୩୫୪ (ଖ), ୫୦୬ ଓ ୩୪ ଅନୁସାରେ କାଣ୍ଡ ସଂଖ୍ୟା ୧୦୬/୨୧ ରୁଜୁ କରାଯାଇଛି ବୋଲି ସେ କହିଛନ୍ତି ।



‘‘ଏହି କରୋନା ସମୟରେ ବେଳାଭୂମି ଫାଙ୍କା ରହୁଥିବାରୁ କିଛି ନିଶାଖୋର ଯୁବକ ଏମିତି ଏକୁଟିଆ ଯୁବତୀମାନଙ୍କୁ ହଇରାଣ କରୁଛନ୍ତି ଓ ପର୍ଯ୍ୟଟକମାନଙ୍କୁ ବି କମେଣ୍ଟ୍‌ ପାସ୍‌ କରୁଛନ୍ତି । ଆମ ନୋଳିଆ କମ୍ୟୁନିଟି ଲୋକେ ଏହି ଯୁବକ ଦୁଇ ଜଣଙ୍କୁ ଧରିଥିଲୁ । ପୋଲିସର କଡ଼ା ପାଟ୍ରୋଲିଂ ଯୋଗୁଁ ଆମେ ସେମାନଙ୍କୁ ପୋଲିସର ଜିମା ଦେଇପାରିଥିଲୁ । ଦୁଇ ଯୁବତୀଙ୍କ ସାହସ ବେଶ୍‌ ପ୍ରଶଂସନୀୟ,’’ କହିଛନ୍ତି ୩୫ ବର୍ଷୀୟ ଲାଇଫ୍‌-ଗାର୍ଡ଼ ହ୍ୟାରି ରାଓ ।
Published by: Anand ST Das
First published: April 30, 2021, 11:44 PM IST