ପୁରୀ ଜିଲ୍ଲାର ୨ ମହିଳାଙ୍କୁ ମିଳିବ ଜାତୀୟ ହସ୍ତଶିଳ୍ପ ପୁରସ୍କାର

ପୁରୀ ଜିଲ୍ଲାର ବିଜୟଲକ୍ଷ୍ମୀ ତାଳପତ୍ର ବାକ୍ସ, ସ୍ବପ୍ନମଞ୍ଜରୀଙ୍କୁ କୃଷ୍ଣବୃତ୍ତାନ୍ତ ପାଇଁ ଘୋଷଣା ହୋଇଛି ଜାତୀୟ ହସ୍ତଶିଳ୍ପ ପୁରସ୍କାର। ଓଡ଼ିଶାରୁ ୩ ଜଣ ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ବେଳେ ପୁରୀରୁ ୨ ମହିଳା ଶିଳ୍ପୀ ଏହି ଗୌରବ ଅର୍ଜନ କରିଛନ୍ତି।

ପୁରୀ ଜିଲ୍ଲାର ୨ ମହିଳାଙ୍କୁ ମିଳିବ ଜାତୀୟ ହସ୍ତଶିଳ୍ପ ପୁରସ୍କାର

ପୁରୀ ଜିଲ୍ଲାର ୨ ମହିଳାଙ୍କୁ ମିଳିବ ଜାତୀୟ ହସ୍ତଶିଳ୍ପ ପୁରସ୍କାର

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ : ପୁରୀ ଜିଲ୍ଲାର ବିଜୟଲକ୍ଷ୍ମୀ ତାଳପତ୍ର ବାକ୍ସ, ସ୍ବପ୍ନମଞ୍ଜରୀଙ୍କ ପାଇଁ ଘୋଷଣା ହୋଇଛି ଜାତୀୟ ହସ୍ତଶିଳ୍ପ ପୁରସ୍କାର। ଓଡ଼ିଶାରୁ ୩ ଜଣ ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ବେଳେ ପୁରୀରୁ ୨ ମହିଳା ଶିଳ୍ପୀ ଏହି ଗୌରବ ଅର୍ଜନ କରିଛନ୍ତି। ସ୍ବପ୍ନମଞ୍ଜାରୀ ନାୟକଙ୍କୁ ମହିଳା ବର୍ଗରେ ୨୦୧୯ ବର୍ଷ ପାଇଁ ପୁରସ୍କୃତ କରିବାକୁ ଚୟନ କରାଯାଇଛି। ଚନ୍ଦନପୁରସ୍ଥିତ ନାୟକପାଟଣାରେ ଜନ୍ମିତ ସ୍ବପ୍ନମଞ୍ଜରୀ ପିଲାବେଳୁ ନିଜ ବାପା ତଥା ପୋଥିଚିତ୍ରର ଆଦ୍ୟଗୁରୁ ମାଗା ନାୟକଙ୍କଠାରୁ ଏହି କଳା ଆହରଣ କରିଥ‌ିଲେ। ମାତ୍ର ୧୬ ବର୍ଷ ବୟସରେ ସେ ତାଳପତ୍ର ‌ପୋଥିଚିତ୍ର କାରିଗରୀଶିକ୍ଷା ଗ୍ରହଣ କରିଥିଲେ। ୧୯ ବର୍ଷ ଧରି ସେ ନିୟମିତ ଏହି କଳା ସହ ଜଡ଼ିତ ଅଛନ୍ତି । ଏଥିସହ ପିପିଲି ସ୍ଥିତ ବାନୀପୁର ଡିଆଇସିରେ ପିଲାମାନଙ୍କୁ ଏହି ପୋଥିଚିତ୍ର ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି ।

ସ୍ବପ୍ନମଞ୍ଜରୀ କହିଛନ୍ତି, ଜାତୀୟ ସ୍ତରର ଏ ପୁରସ୍କାର ୧୯ ବର୍ଷର ସାଧନାର ଫଳଶ୍ରୁତି । ତେବେ ପୋଥିଚିତ୍ରର ଆଦର ରହିଥିଲେ ବି ଏହାର ବିକ୍ରି ଓ ବଜାର ସୀମିତ । ତେବେ, ପୋଥିଚିତ୍ରର ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ ହେବା ପୋଥିଚିତ୍ର ପାଇଁ ଶୁଭ ସଙ୍କେତ । ଯେତେଶୀଘ୍ର ଏହି ମାନ୍ୟତା ମିଳିବ ତାହା ପୋଥିଚିତ୍ରର ବଜାରକୁ ପ୍ରସାରିତ କରିବ ବୋଲି ସେ କହିଛନ୍ତି।ତେବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ । ୨୦୧୯ ବର୍ଷ ପାଇଁ ଘୋଷଣା ହୋଇ ଥିବା ଜାତୀୟ ପୁରସ୍କାର ରେ ପୁରୀ ଜିଲ୍ଲାର ୨ ଜଣ ତାଳପତ୍ର ଶିଳ୍ପୀ ସ୍ଥାନ ପାଇଛନ୍ତି।

ଉଭୟ ଶିଳ୍ପୀଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆହୁରି ଅଧିକ ସଫଳତା କାମନା କରିଛନ୍ତି। ପୁରୀ ଜିଲ୍ଲାରେ ଏଭଳି ରଘୁରାଜପୁରର ଐତିହ୍ଯଗ୍ରମ ଓ ପିପିଲିରେ ଅନେକ ମହିଳାମାନେ ପଟ୍ଟଚିତ୍ର କରି ସ୍ୱାବଲମ୍ବୀ ହୋଇଛନ୍ତି। ସେ ନେଇ ଯଦି ଗ୍ରାମାଂଚଳରେ ଏଭଳି ମହିଳାମାନଙ୍କୁ ପ୍ରୋତ୍ସାହନ ମିଳନ୍ତା ତେବେ ମହିଳାମାନେ ଆଗକୁ ଅନେକ ଜାତୀୟ ପୁରଷ୍କାର ପ୍ରାପ୍ତ କରିବେ ବୋଲି ଆଶା କରାଯାଉଛି ।
Published by:Soumyashree Mishra
First published: