News18 Odia Digital
ଭବାନୀପାଟଣା: ତ୍ରିକୋଣୀୟ ପ୍ରେମର କରୁଣ ପରିଣତିରେ ଦୁଇଟି ନବଜାତ ଶିଶୁଙ୍କ ପ୍ରାଣ ଯାଇଛି । ଦୁଇ ଜଣ ଯୁବତୀ ନିଜ ପ୍ରେମିକ ସହ ମିଶି ଦୁଇ ନବଜାତ ଶିଶୁଙ୍କୁ ହତ୍ୟା କରିଛନ୍ତି । ସୁଦୂର ଗୋଆରେ ଘଟିଥିବା ଏହି ଅମାନବୀୟ ଘଟଣା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ଧର୍ମଗଡ଼ ପୋଲିସର ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ଲକଡାଉନ୍ ସମୟରେ ଗୋଟିଏ ଘରେ ଏକ ସଙ୍ଗେ ରହୁଥିବା ଦୁଇ ଜଣ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ତ୍ରିପାଳ ନାୟକ (୩୬ ବର୍ଷ) ନାମକ ଜଣେ ବ୍ୟକ୍ତି । ଉଭୟ ମହିଳା – ବିଧବା ଗୁରୁବାରି ମାଝି (୩୦ ବର୍ଷ) ଓ ଅବିବାହିତା ଗାୟତ୍ରୀ ନାଗ (୨୨ ବର୍ଷ) – ତ୍ରିପାଳଙ୍କ ପିଲାର ମା’ ହେଲେ, ମାତ୍ର ଘରକୁ ଫେରିଲେ କିପରି ମୁହଁ ଦେଖାଇବେ ଭାବି ତିନି ଜଣ ମିଶି ଦୁଇ ନବଜାତଙ୍କୁ ହତ୍ୟା କରି ପୋତି ଦେଇଥିଲେ ।
ଏହା ବି ପଢ଼ନ୍ତୁ | PM ମୋଦିଙ୍କୁ ବିରୋଧ କରି ୟୁଟ୍ୟୁବ୍ ଭିଡିଓ ବନାଉଥିବା ୬୨-ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଗଲାଜୟପାଟଣା ଅଞ୍ଚଳର ବାସିନ୍ଦା ତ୍ରିପାଳ ନାୟକ ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ପୋଲିସ୍ ଗିରଫ କରିଛି । ଗୋଆ ଯାଇ ତଦନ୍ତ ସାରି ଫେରିଥିବା ପୋଲିସ୍ ଟିମ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ମାର୍ଚ୍ଚରେ ଯେତେବେଳେ ସାରା ଦେଶରେ ଲକଡାଉନ୍ ଜାରି ଥିଲା, ତା’ର ଅଳ୍ପ ଦିନ ପୂର୍ବରୁ ଗୋଆକୁ ଦାଦନ ଖଟିବାକୁ ତ୍ରିପାଳଙ୍କ ସହ କଳାହାଣ୍ଡି ଗୋଲାମୁଣ୍ଡା ଅଞ୍ଚଳର ଦୁଇ ଯୁବତୀ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବିଧବା ଥିବା ବେଳେ ଅନ୍ୟ ଜଣେ ଅବିବାହିତା ଥିଲେ।

ଗୋଆରେ ପୋଲିସ ଉଦ୍ଧାର କରିଥିବା ଗୋଟିଏ ନବଜାତର କଙ୍କାଳ
ଏହା ବି ପଢ଼ନ୍ତୁ | ଭାରତରେ ପାଣିରୁ ଚାଲିବ ଟ୍ରେନ୍, କାର୍! PM ହାଇଡ୍ରୋଜେନ୍ ମିଶନ୍ ଘୋଷଣା କଲେ‘‘ଲକଡାଉନ୍ ସମୟରେ ସେମାନଙ୍କୁ ଗୋଆରେ ଏକ ଭଡ଼ା ଘରେ ରଖିଥିଲେ ତ୍ରିପାଳ । ସମୟ କ୍ରମେ ଉଭୟ ମହିଳାଙ୍କ ସହିତ ତ୍ରିପାଳଙ୍କର ପ୍ରେମ ଓ ଶାରୀରିକ ସମ୍ପର୍କ ହୋଇଥିଲା । ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଆଉ ଜଣଙ୍କର କନ୍ୟା ସନ୍ତାନ ହୋଇଥିଲା । ଜୁଲାଇରେ ସେମାନେ ଓଡ଼ିଶା ପଳାଇ ଆସିଥିଲେ । ଏଠାରେ ଘର ଲୋକଙ୍କୁ କେମିତି ମୁହଁ ଦେଖିଇବେ ଭାବି ଗୋଆରେ ସେହି ଦୁଇ ଛୁଆଙ୍କୁ ମାରି ଘର ପଛ ପଟେ ପୋତି ଦେଇ ପଳାଇ ଆସିଥିଲେ,’’ କହିଛନ୍ତି ଧର୍ମଗଡ଼ ଏସ୍.ଡି.ପି.ଓ. ଧୀରଜ କୁମାର ଚୋପଦାର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପତି, ପତ୍ନୀ ଓ ସେ: ଅଟୋରିକ୍ସା ଚାଳକକୁ ତା’ ପତ୍ନୀ ନିଜ ଗୁପ୍ତ ପ୍ରେମିକ ସହ ମିଶି ହତ୍ୟା କରାଇଲାଘଟଣାରେ ଟ୍ୱିଷ୍ଟ୍ ଆସିଲା ଯେତେବେଳେ ତ୍ରିପାଳ ଦୁଇ ପ୍ରେମିକାଙ୍କ ମଧ୍ୟରୁ ଜଣକୁ କିଡନାପ୍ କରିବାକୁ ଚେଷ୍ଟା କରିଥିଲେ । ଏପରିକି ତାଙ୍କୁ ନେଇ ଗୋଆ ଯିବା ପାଇଁ ସେ କେସିଙ୍ଗାରେ ପହଞ୍ଚି ଯାଇଥିଲେ। ମାତ୍ର ବିଧବା ମହିଳା ଜଣକ ଏ ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ପୋଲିସ୍ ସହାୟତାରେ ପରିବାର ଲୋକ ଉଭୟ ତ୍ରିପାଳ ଓ ଯୁବତୀଙ୍କୁ କେସିଙ୍ଗାରେ କାବୁ କରି ଥାନାକୁ ନେଇଥିଲେ । ସେମାନଙ୍କୁ ଜେରା କରିବା ପରେ ଯାହା ଜଣାପଡ଼ିଲା ସେଥିରେ ଚକିତ ହୋଇଯାଇଥିଲା ଗୋଲାମୁଣ୍ଡା ପୁଲିସ୍। ତ୍ରିପାଳ ଓ ସେହି ଦୁଇ ମହିଳା ମିଶି ଦୁଇ ନବଜାତଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା ।
ତା’ ପରେ ତ୍ରିପାଳକୁ ରିମାଣ୍ଡରେ ନେଇ ଗୋଆ ଯାଇଥିଲା କେସିଙ୍ଗା ପୋଲିସ୍ । ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁଇ ଛୁଆଙ୍କ କଙ୍କାଳ ଉଦ୍ଧାର କରିବା ପରେ ଡି.ଏନ୍.ଏ. ଟେଷ୍ଟ ପାଇଁ ପଠାଯାଇଛି । ସେଠାରୁ ଫେରି ତ୍ରିପାଳଙ୍କ ସହିତ ସେହି ଦୁଇ ମହିଳାଙ୍କୁ ବି ପୋଲିସ୍ ଗିରଫ କରିଛି । ଏବେ ତିନି ଜଣ ଯାକ ଜେଲ୍ ହାଜତରେ ଅଛନ୍ତି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।