News18 Odia Digital
ନବରଙ୍ଗପୁର: ରାଜ୍ୟରେ ସାମ୍ବାଦିକତା ନାମରେ ଅପରାଧ କରୁଥିବା ଅଭିଯୋଗରେ ଆଉ ଦୁଇ ଜଣ ୱେବ୍ ପୋର୍ଟାଲ୍ ସାମ୍ବାଦିକ ଗିରଫ ହୋଇଛନ୍ତି । ଭୁବନେଶ୍ବର ପରେ ଏବେ ନବରଙ୍ଗପୁରରେ ଏଭଳି ଘଟଣା ସାମନାକୁ ଆସିଛି । ଜଣେ ସ୍କୁଲ୍ ଶିକ୍ଷକଙ୍କୁ ଧମକ ଦେବା ଓ ତାଙ୍କଠାରୁ ବଟି ମାଗିବା ଅଭିଯୋଗରେ ୱେବ୍ ପୋର୍ଟାଲରେ କାର୍ଯ୍ୟରତ ଦୁଇ ଜଣ କଥିତ ସାମ୍ବାଦିକଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଅନ୍ୟ ଜଣେ ଫେରାର ସାମ୍ବାଦିକକୁ ଧରିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।
ଗିରଫ ହୋଇଥିବା ଦୁଇ ଜଣ ସାମ୍ବାଦିକ ହେଉଛନ୍ତି ‘ଫୋକସ୍ ଅନ୍ ନେସନ୍’ର ରାଜ୍ୟ ମୁଖ୍ୟ ଜିତେନ୍ଦ୍ର ଦାଶ ଓ ‘ନ୍ଯୁଜ୍ ୬’ର ଉମରକୋଟ ପ୍ରତିନିଧି ଶଙ୍କର ପ୍ରସାଦ ତୁରୁକ । ଫେରାର୍ ଥିବା ଅନ୍ୟ ଜଣେ ଅଭିଯୁକ୍ତ ହେଉଛନ୍ତି ‘ଶକ୍ତି ନ୍ୟୁଜ୍’ର ନିଗମ ସାହୁ। ଏହି ତିନି ଜଣ ଅଭିଯୁକ୍ତ ସାମ୍ବାଦିକଙ୍କ ନାମରେ ଧମକ ଦେବା, ଗାଳି ଗୁଲଜ କରିବା ଓ ଅତ୍ୟାଚାର କରିବା ଭଳି ସଙ୍ଗୀନ ଦଫା ଲାଗିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୋଏଡ଼଼ାରେ ଭଙ୍ଗାଯିବ ୪୦ ମହଲା ବିଶିଷ୍ଟ ଟ୍ବିନ୍ ଟାୱାର୍; ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ୍‘‘ଏବେ ଫେରାର ଥିବା ୱେବ୍ ସାମ୍ବାଦିକ ଜଣଙ୍କୁ ଧରିବା ପାଇଁ ଆମେ ଖୋଳତାଡ଼ ଆରମ୍ଭ କରିଦେଇଛୁ । ଏହା ସହ ଏମାନେ ପ୍ରକୃତ ସାମ୍ବାଦିକ କି ନୁହେଁ ସେ ଦିଗରେ ବି ଆମେ ଯାଞ୍ଚ ଆରମ୍ଭ କରୁଛୁ,’’ କହିଛନ୍ତି ନବରଙ୍ଗପୁର ଅତିରିକ୍ତ ଏସ୍.ପି. ଜୟକୃଷ୍ଣ ବେହେରା ।

ନବରଙ୍ଗପୁର ଅତିରିକ୍ତ ଏସ୍.ପି. ଜୟକୃଷ୍ଣ ବେହେରା
ଏହା ବି ପଢ଼ନ୍ତୁ |
କ୍ରିକେଟର୍ ଶୋଏବ୍ ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’ଅଭିଯୋଗ ଅନୁଯାୟୀ ନାୟକଗୁଡ଼ା ଗାଁର ଦମାଡୁ ବଞ୍ଜାରାଙ୍କ ପୁଅ କମଳ ବଞ୍ଜାରା ଅଗଷ୍ଟ ୩ ତାରିଖରେ ନାୟକଗୁଡ଼ା ବିଦ୍ୟାଳୟକୁ ଯାଇଥିଲେ । ମାତ୍ର କମଳ ଅନ୍ଯ ବିଦ୍ଯାଳୟରେ ପଢୁଥିବା ଓ ତାଙ୍କ ବିଦ୍ୟାଳୟରେ ତାଙ୍କ ନାଁ ନ ଥିବାରୁ ନାୟକଗୁଡ଼ା ବିଦ୍ଯାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ଘରକୁ ପଠେଇ ଦେଇଥିଲେ। କମଳଙ୍କ ପିତା ଦମାଡୁ ଉତ୍ତେଜିତ ହୋଇ ସହକାରୀ ଶିକ୍ଷକଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରାଉତ ପ୍ରଧାନ ଶିକ୍ଷକ ଭକ୍ତ ନାୟକଙ୍କୁ ଜଣାଇବା ପରେ ଏକ ବୈଠକ ଡକାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲାତା’ ପରେ ଦମାଡୁ ବଞ୍ଜାରା ଉମରକୋଟ ଅଞ୍ଚଳର ତିନିଟି ୱେବ୍ ଚ୍ଯାନେଲର ପ୍ରତିନିଧିଙ୍କୁ – ‘ଫୋକସ୍ ଅନ୍ ନେସନ୍’ର ରାଜ୍ୟ ମୁଖ୍ୟ ଜିତେନ୍ଦ୍ର ଦାଶ, ‘ଯୁବ ଶକ୍ତି ନ୍ଯୁଜ୍’ର ଉମରକୋଟ ପ୍ରତିନିଧି ନିଗମ ସାହୁ ଓ ‘ନ୍ଯୁଜ ୬’ର ଉମରକୋଟ ପ୍ରତିନିଧି ଶଙ୍କର ପ୍ରସାଦ ତୁରୁକ – ଡକାଇଥିଲେ । ଏମାନଙ୍କ ମାଧ୍ୟମରେ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରାଉତଙ୍କୁ ଧମକ ଚମକ ଦେବା ସହ ଗାଳି ଗୁଲଜ ବି କରିଥିଲେ ସେ । ତା’ ସହ ଏହି ତିନି ସାମ୍ବାଦିକଙ୍କ ମାଧ୍ୟମରେ ରାଉତଙ୍କଠାରୁ ୫୦ ହଜାର ଟଙ୍କା ବଟି ମଧ୍ୟ ମାଗିଥିଲେ ସେ ।
ଏହା ବି ପଢ଼ନ୍ତୁ | ଆମେରିକା କ’ଣ ଆଫଗାନିସ୍ତାନରେ ତାଲିବାନର ଶାସନକୁ ମାନ୍ୟତା ଦେବାକୁ ରାଜି ହୋଇଗଲା?ଭୟଭୀତ ହୋଇ ଶିକ୍ଷକ ଜଣକ ୩୦ ହଜାର ଟଙ୍କା ଜିତେନ୍ଦ୍ର ଦାଶଙ୍କୁ ୟୁ.ପି.ଆଇ. ମାଧ୍ୟମରେ ଟ୍ରାନ୍ସଫର୍ କରିଥିଲେ । ପରେ ନିଗମ ଦାସ ପୁଣି ଥରେ ୫,୦୦୦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ପ୍ରଧାନ ଶିକ୍ଷକ ଉମରକୋଟ ଥାନାରେ ପହଞ୍ଚି ତିନିଟି ୱେବ୍ ଚ୍ଯାନେଲର ପ୍ରତିନିଧି ଓ ଦମାଡୁଙ୍କ ନାଁରେ ଏକ ଏତଲା ଦେଇଥିଲେ ।
ପୂର୍ବରୁ ମଧ୍ୟ ‘ଓଡ଼ିଶା ଫୋକସ୍ ପ୍ଲସ୍’ ନାମକ ଏକ ୱେବ୍ ଚ୍ୟାନେଲର ଏଡିଟର୍ ଓ ସହଯୋଗୀଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ । ବାରମ୍ବାର ରାଜ୍ୟରେ ଏଭଳି ଘଟଣା ଘଟିଚାଲିଥିବା ବେଳେ ଏବେ ପ୍ରଶ୍ନ ଉଠିଛି ଏଥି ପାଇଁ ଦାୟୀ କିଏ ଓ କେମିତି ସା୍ବାଦିକତା ନାମରେ ବ୍ୟାପିଥିବା ଏହି ବ୍ୟାଧିର ନିରାକରଣ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।