ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକ ଛାତ୍ର ତୁଷାର ମୃତ୍ୟୁ: ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ମାଗିଲେ ପ୍ରେମିକା ଓ ତାଙ୍କ ଭଉଣୀ

କଟକ ଛାତ୍ର ତୁଷାର ମୃତ୍ୟୁ: ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ମାଗିଲେ ପ୍ରେମିକା ଓ ତାଙ୍କ ଭଉଣୀ

ଏତାଲାରେ ନାଁ ଥିବା ଦୁଇ ଅଭିଯୁକ୍ତା ଭଉଣୀଙ୍କର ତୁଷାରଙ୍କ ଆତ୍ମହତ୍ୟା ପଛରେ ପ୍ରତ୍ୟକ୍ଷ ଭୁମିକା ରହିଛି ବୋଲି କହି ପୋଲିସ ଏ ପର୍ଯ୍ୟନ୍ତ କାହିଁକି ସେମାନଙ୍କୁ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ତୁଷାରଙ୍କ ପରିବାର ଲୋକେ ।

କଟକ ଛାତ୍ର ତୁଷାର ମୃତ୍ୟୁ: ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ମାଗିଲେ ପ୍ରେମିକା ଓ ତାଙ୍କ ଭଉଣୀ
ମୃତ ଛାତ୍ର ତୁଷାରକାନ୍ତ ସାହୁ
  • News18 Odia
  • Last Updated: September 28, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ଆତ୍ମହତ୍ୟା ଘଟଣାରେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପରେ ଏହି ମାମଲାରେ ଫେରାର୍‌ ଥିବା ଅନ୍ୟ ଦୁଇ ଅଭିଯୁକ୍ତ – ତୁଷାରଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବଡ଼ ଭଉଣୀ – ନିଜ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏତାଲାରେ ନାଁ ଥିବା ଦୁଇ ଅଭିଯୁକ୍ତା ଭଉଣୀ ମଙ୍ଗଳବାର ଦିନ ହାଇ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତୁଷାରଙ୍କ ଆତ୍ମହତ୍ୟା ପଛରେ ଏହି ଦୁଇ ଭଉଣୀଙ୍କ ପ୍ରତ୍ୟକ୍ଷ ଭୁମିକା ରହିଥିବା କହି ପୋଲିସ ଏ ପର୍ଯ୍ୟନ୍ତ କାହିଁକି ସେମାନଙ୍କୁ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ତୁଷାରଙ୍କ ପରିବାର ଲୋକେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଏହି କମଳା ରଙ୍ଗର ଡ୍ରେସ୍‌ର ଦାମ୍ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

‘‘ସେହି ଦୁଇ ଭଉଣୀ ହିଁ ମୋ’ ଭାଇର ମୃତ୍ୟୁ ପଛର ମୁଖ୍ୟ ଖଳନାୟିକା । ସେମାନେ ହିଁ ତୁଷାରକୁ ପାଞ୍ଚ ମାସ ଧରି ନିର୍ଯ୍ୟାତନା ଦେଇଥିଲେ । ସେମାନଙ୍କର ଯେଉଁ ଦୁଇ ଜଣ ପୁରୁଷ ବନ୍ଧୁ ଗିରଫ ହୋଇଛନ୍ତି, ସେହିମାନଙ୍କ ଦ୍ବାରା ଫୋନ୍‌ କରାଇ ମୋ’ ଭାଇକୁ ଧମକ ଦେଉଥିଲେ ଏହି ଦୁଇ ଭଉଣୀ । ମୋ’ ଭାଇର ମୃତ୍ୟୁ ପଛରେ ଏହି ଚାରି ଜଣଙ୍କ ଭୂମିକା ଥିଲା । ପୋଲିସ କାହିଁକି ଦୁଇ ଯୁବକଙ୍କୁ ଗିରଫ କରି ଚୁପ ବସିଛି? ସେହି ଦୁଇ ଭଉଣୀଙ୍କୁ କାହିଁକି ଗିରଫ କରାଯାଉ ନାହିଁ? ପଚାରିଛନ୍ତି ମୃତ ତୁଷାରଙ୍କ ବଡ଼ ଭଉଣୀ ପୁନମ୍ ସାହୁ ।

ତୁଷାରଙ୍କ ବଡ଼ ଭଉଣୀ ପୁନମ୍ ସାହୁ


ଏହା ବି ପଢ଼ନ୍ତୁ | ପଞ୍ଜାବ କଂଗ୍ରେସରେ ଘମାସାନ ବଢ଼ିଲା: ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥନରେ ଜଣେ ମନ୍ତ୍ରୀ ଇସ୍ତଫା ଦେଲେ

ନିଜ କଲେଜର ସମ୍ପୃକ୍ତା ଛାତ୍ରୀଙ୍କ ସହ ତୁଷାରଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ କୌଣସି ଏକ ନିର୍ଦ୍ଧିଷ୍ଟ ଘଟଣାକୁ ନେଇ ଉଭୟଙ୍କ ସମ୍ପର୍କରେ ବିବାଦ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ବିବାଦ ଏତେ ତୀବ୍ର ହୋଇଥିଲା ଯେ ତୁଷାରଙ୍କ ବାନ୍ଧବୀ ନିଜ ବଡ଼ ଭଉଣୀ ଓ ସେହି ଭଉଣୀଙ୍କ ପ୍ରେମିକ ଏବଂ ଧରମ ଭାଇ ସହ ମିଶି ତୁଷାରଙ୍କୁ ବ୍ଲାକମେଲ୍ କରିବା ନେଇ ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ | Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

ଏହି ଚାରି ଜଣ ଅଭିଯୁକ୍ତ ଅଗଷ୍ଟ ୩ ତାରିଖ ଦିନ କଟକର ଇଣ୍ଡୋର ଷ୍ଟାଡିୟମ ନିକଟରେ ଏକାଠି ହୋଇ ତୁଷାରଙ୍କୁ ଅପମାନିତ କରିବା ସହ ମାଡ଼ ମାରିଥିଲେ । ସେଇଥି ପାଇଁ ତୁଷାର ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ଗିରଫ; VIDEO ଭାଇରାଲ ହୋଇଥିଲା

‘‘ଏହି ଘଟଣାରେ ଚାରି ଜଣଙ୍କ ନାଁରେ ଏତାଲା ରୁଜୁ ହୋଇଛି । ସେଥି ମଧ୍ୟରୁ ଆମେ ଦୁଇ ଜଣଙ୍କୁ ଗିରଫ କରିଛୁ । ଅଭିଯୁକ୍ତ ଦୁଇ ଭଉଣୀ ବି ତଦନ୍ତ ପରିସର ମଧ୍ୟରେ ଅଛନ୍ତି । ଯାହା ବିରୁଦ୍ଧରେ ପ୍ରମାଣ ମିଳିବ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ,’’ କହିଛନ୍ତି ଜୋନ୍ ୧ ଏ.ସି.ପି. ଅମରେନ୍ଦ୍ର ପଣ୍ଡା ।
Published by: Anand S.T. Das
First published: September 28, 2021, 11:52 PM IST