News18 Odia Digital
ସମ୍ବଲପୁର: ଏକ ବୃଦ୍ଧ ଦମ୍ପତି ନିଜ ଦୁଇ ଭେଣ୍ଡିଆ ପୁଅଙ୍କୁ ଅତି ଅଭାବନୀୟ ସ୍ଥିତିରେ ସବୁ ଦିନ ପାଇଁ ହରେଇଛନ୍ତି । ବୃଦ୍ଧା ମା’ଙ୍କ ସାମ୍ନାରେ ଘର ନିକଟରେ ଥିବା ଏକ କୂଅର ଚାନ୍ଦିନୀ ଉପରେ ବସି ଖୁସିରେ କଥା ହେଉଥିବା ବେଳେ ଦୁଇ ଭାଇ ଜାଣି ନ ଥିଲେ ମୃତ୍ୟୁ ତାଙ୍କ ପଛପଟେ ପହଞ୍ଚି ସାରିଛି । ବୃଦ୍ଧା ମହିଳାଙ୍କ ହାତ ପାହାନ୍ତାରୁ ହିଁ ତାଙ୍କ ଦୁଇ ଭେଣ୍ଡିଆ ପୁଅଙ୍କୁ ଛଡ଼େଇ ନେଇଛି ନିୟତି ।
ଏହି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ୍ ଛକ ନିକଟରେ । ଅସୁସ୍ଥ ଥିବା ଯୁଗଳ ତ୍ରିପାଠୀଙ୍କ ଦୁଇ ପୁଅ ସୁନୀଲ ତ୍ରିପାଠୀ (୩୦ ବର୍ଷୀୟ) ଓ ସୁଶୀଲ ତ୍ରିପାଠୀ (୨୫ ବର୍ଷୀୟ) ସୋମବାର (ନଭେମ୍ବର ୮) ରାତିରେ ଘର ସାମନାରେ ଥିବା କୂଅର ଚାନ୍ଦିନୀ ଉପରେ ବସି କଥା ହେଉଥିବା ବେଳେ ଭାରସାମ୍ୟ ହରାଇ କୂଅ ଭିତରକୁ ଗଳିପଡ଼ିଥିଲେ । ସେତିକି ବେଳେ ସେମାନଙ୍କ ନିକଟରେ ବୃଦ୍ଧା ମା’ ବି ଥିଲେ । ହଠାତ ଦୁଇ ପୁଅ କୂଅ ଭିତରକୁ ଖସି ପଡି଼ବା ଦେଖି ହଡ଼ବଡ଼େଇ ଯାଇଥିଲେ ମା’ । ସେମାନଙ୍କ କୂଅରେ ଗଳିପଡ଼ିବା ଦୃଶ୍ୟ ସେଠାରେ ଲାଗିଥିବା ସି.ସି.ଟି.ଭି. କ୍ୟାମେରାରେ କଏଦ୍ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହେବା ଖବର ଲକ୍ଷ୍ମୀ ଟକିଜ୍ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା (Sambalpur viral video)।
ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍ରାତିରେ ଘରେ ସମସ୍ତେ ଖାଇସାରିବା ପରେ ଦୁଇ ଭାଇ ସୁଶୀଲ ଓ ସୁନୀଲ କୂଅର ଚାନ୍ଦିନୀ ଉପରେ ବସି କଥା ହେଉଥିବା ବେଳେ ଭାରସାମ୍ୟ ହରାଇ ସେହି ଗଭୀର କୂଅ ଭିତରକୁ ଓଲଟି ପଡ଼ିଯାଇଥିଲେ । ସି.ସି.ଟି.ଭି. ଫୁଟେଜ୍ ଅନୁସାରେ ସେତେବେଳେ ମଧ୍ୟରାତ୍ରି ୧୨ଟା ୧୯ ବାଜିଥିଲା । ଦୁଇ ଭାଇ ବସି କଥା ହେଉଥିବା ବେଳେ ସେମାନଙ୍କ ପାଦ ଭୂଇଁ ଉପରେ ଥିଲା । ତା’ ସତ୍ତ୍ୱେ ସେମାନେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲେ ଓ ପଛ ପଟେ ଥିବା ଗଭୀର କୂଅ ଭିତରେ ପଡ଼ିଯାଇଥିଲେ । ଦୁଇ ଭାଇ ବିବାହିତ ଥିଲେ ଓ ନିଜ ନିଜ ପରିବାର ସହ ଅଲଗା ଅଲଗା ସ୍ଥାନରେ ରହୁଥିଲେ । ସେମାନଙ୍କ ବୃଦ୍ଧ ପିତାମାତା ଲକ୍ଷ୍ମୀ ଟକିଜ୍ ଅଞ୍ଚଳରେ ଏହି ଘରେ ରହୁଥିଲେ (Sambalpur 2 brother death video)।

ଭାରସାମ୍ୟ ହରାଇ ଏହି କୂଅ ଭିତରେ ପଡ଼ି ମୃତ୍ୟୁ ବରଣ କଲେ ଦୁଇ ଭାଇ ।
ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ୫ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡ‘‘ମୁଁ ଅସୁସ୍ଥ ଥିବାରୁ ଦୁଇ ପୁଅ ମୋତେ ଦେଖିବାକୁ ଆସିଥିଲେ । ମୋତେ ଡାକ୍ତରଖାନାରେ ନେଇ ଭର୍ତ୍ତି କରିବାକୁ ମୁଁ କହିବାରୁ ସେମାନେ ରାଜି ହେଲେ । ମୋତେ ରାତିରେ ଖାଇବାକୁ ଦେଲେ । ମୁଁ ଖାଇ ଶୋଇବା ପରେ ଏହି ଘଟଣା ଘଟିଲା,’’ ନିଜ ଗଭୀର ଦୁଃଖକୁ ଛାତିରେ ଚାପି ରଖି କହିଛନ୍ତି ସେମାନଙ୍କ ବାପା ଯୁଗଳ ତ୍ରିପାଠୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେସି.ସି.ଟି.ଭି. କ୍ୟାମେରାର ଫୁଟେଜ୍ ଅନୁସାରେ ଦୁଇ ଭାଇ ରାତି ୧୨ଟା ୫ରୁ କୂଅର ଚାନ୍ଦିନୀ ଉପରେ ବସି କଥା ହେଉଥିଲେ । କିଛି ସମୟ ପରେ ସେମାନଙ୍କ ବୃଦ୍ଧା ମା’ ସେଠାକୁ ଆସି ସେମାନଙ୍କ ପାଖରେ ଠିଆ ହୋଇ କଥା ହେଉଥିଲେ । ତା’ ପରେ ମା’ ଘର ଭିତରକୁ ଚାଲିଯାଇଥିଲେ ଓ ପୁଣି ୧୨ଟା ୧୯ ବେଳେ ସେଠାକୁ ଆସିଥିଲେ । ସେତେବେଳେ ବି ଦୁଇ ଭାଇ ସେଇଠି ବସି କଥା ହେଉଥିଲେ । ମା’ ସେମାନଙ୍କ ପାଖରେ ଠିଆହୋଇଥିବା ବେଳେ ଦୁଇ ଭାଇ ଭାରସାମ୍ୟ ହରାଇ ଓଲଟି ପଛ ପଟେ ଥିବା କୂଅ ଭିତରେ ପଡ଼ିଯାଇଥିଲେ ।
ଏଇଠି ଦେଖନ୍ତୁ ସେହି ସି.ସି.ଟି.ଭି. ଭିଡିଓ:
‘‘କିଛି କଥାବାର୍ତ୍ତା ନାହିଁ… ଢୁଲ୍ କି ପଡ଼ିଗଲେ…’’ କହିଛନ୍ତି ସେମାନଙ୍କ ମା’ । ସେ କହିଛନ୍ତି ଯେ ଦୁଇ ପୁଅଙ୍କୁ କୂଅ ଭିତରେ ପଡ଼ିଯିବା ଦେଖି ସେ ନିଜ ଶୋଇଥିବା ସ୍ୱାମୀଙ୍କୁ ଓ ଆଖପାଖର ଲୋକଙ୍କୁ ଡାକି ଉଠାଇଥିଲେ । ପ୍ରାୟ ଅଧ ଘଣ୍ଟାଏ ମଧ୍ୟରେ ଅଗ୍ନିଶମ ବାହିନୀ ଓ ପୋଲିସ ଆସି ସେଠାରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ କୂଅ ଭିତରେ ହୁକ୍ ପକାଇ ଦୁଇ ଭାଇଙ୍କୁ ବାହାରକୁ କାଢ଼ିଥିଲା । ସେମାନଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ୍ ନିଆଯାଇଥିଲା, ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Virat Kohli: ଖାଲି କ୍ରିକେଟ୍ ନୁହେଁ, ଲୁକ୍ ଓ ଫ୍ୟାଶନ ଦୃଷ୍ଟିରୁ ବି ଆଗରେ ରହନ୍ତି ବିରାଟ କୋହଲିଜଣେ ପୁଅ ଏକ ହୋଟେଲରେ ୱେଟର୍ ଭାବେ କାମ କରୁଥିବା ବେଳେ ଅନ୍ୟ ଜଣକ ଘର ତିଆରି ମିସ୍ତ୍ରୀ କାମ କରୁଥିଲେ । ବଡ଼ ପୁଅର ଗୋଟିଏ ୧୫ ବର୍ଷୀୟା ଝିଅ ଅଛି । ପୋଲିସ ଏହି ଦୁଇ ଭାଇଙ୍କ ମୃତ୍ୟୁ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତନ୍ତ ଆରମ୍ଭ କରିଛି । କୂଅର ଚାନ୍ଦିନୀ ଉପରେ ଆସି ବସିବା ପୂର୍ବରୁ ଦୁଇ ଭାଇ ରାତିରେ ବାହାରେ ବୁଲାବୁଲି କରୁଥିବା ଲୋକେ ଦେଖିଥିବା ପୋଲିସକୁ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟିସ୍ଥାନୀୟ ଲୋକଙ୍କ ସନ୍ଦେହ ଅନୁସାରେ ଦୁଇ ଭାଇ କୂଅ ଚାନ୍ଦିନୀରେ ବସିଥିୂବା ବେଳେ ନିଶାସକ୍ତ ଅବସ୍ଥାରେ ଥିଲେ । ପୋଷ୍ଟ-ମର୍ଟମ୍ ରିପୋର୍ଟ ଆସିବା ପରେ ଏହି ସନ୍ଦେହ ବିଷୟରେ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।