ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପ୍ରକାଶ ପାଇଲା ଷ୍ଟଡ଼ି ରିପୋର୍ଟ; ଅଧାରୁ ପାଠ ପଢ଼ା ଛାଡିଛନ୍ତି ୨%ପିଲା

ପ୍ରକାଶ ପାଇଲା ଷ୍ଟଡ଼ି ରିପୋର୍ଟ; ଅଧାରୁ ପାଠ ପଢ଼ା ଛାଡିଛନ୍ତି ୨%ପିଲା

ପିଲାଙ୍କ ପାଠ ପଢା ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ୩୦ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଷ୍ଟଡି ରିପୋର୍ଟ ପ୍ରକାଶ ହୋଇଛି। ରାଜ୍ୟରେ ୨.୫ ପ୍ରତିଶତ ପିଲା ଜମାରୁ ସ୍କୁଲ ଯାଇ ନାହାନ୍ତି। ୨ ପ୍ରତିଶତ ପିଲା ଅଧାରୁ ପାଠ ପଢା ଛାଡିଛନ୍ତି।

ପ୍ରକାଶ ପାଇଲା ଷ୍ଟଡ଼ି ରିପୋର୍ଟ; ଅଧାରୁ ପାଠ ପଢ଼ା ଛାଡିଛନ୍ତି ୨%ପିଲା
କରୋନା ଯୋଗୁଁ ୨% ପିଲା ସ୍କୁଲ ଯାଇ ନାହାଁନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 15, 2021, 7:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପିଲାଙ୍କ ପାଠ ପଢା ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ୩୦ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଷ୍ଟଡି ରିପୋର୍ଟ ପ୍ରକାଶ ହୋଇଛି। ଗ୍ରାସ ରୁଟରେ କାମ କରୁଥିବା ୟୁନିସେଫ, ସେଭ ଦି ଚିଲ୍ଡରେନ୍ ଓ ଆକ୍ସନ ଏଡ୍ ପକ୍ଷରୁ ଏହା ପ୍ରସ୍ତୁତ କରାଯାଇଛି।

ରିପୋର୍ଟରେ ଆସିଥିବା ତଥ୍ୟ ଅତି ସାଙ୍ଘାତିକ। ଏଥିରେ ଉଲ୍ଲେଖ ରହିଛି ରାଜ୍ୟରେ ୨.୫ ପ୍ରତିଶତ ପିଲା ଜମାରୁ ସ୍କୁଲ ଯାଇ ନାହାନ୍ତି। ୨ ପ୍ରତିଶତ ପିଲା ଅଧାରୁ ପାଠ ପଢା ଛାଡିଛନ୍ତି। ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ପଢୁଥିବା ପିଲାଙ୍କ ସଂଖ୍ୟା ୬୦ ଲକ୍ଷ। ଯଦି ସେହି ଆଧାରରେ ୨.୫ ପ୍ରତିଶତ ହିସାବକୁ ନିଆଯାଏ ତେବେ ଲକ୍ଷାଧିକ ପିଲାଙ୍କ ଭାଗ୍ୟ ଭବିଷ୍ୟତ ନଷ୍ଟ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। ତେଣୁ ତୁରନ୍ତ ସ୍କୁଲ ଖୋଲିବା ସପକ୍ଷରେ ମତ ବାଢିଛନ୍ତି ଆୟୋଗ ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ସେ ଆହୁରି କହିଛନ୍ତି," କୋଭିଡ ଯୋଗୁଁ ବହୁ ପରିବାର ଭିତରେ ଇନକମ ବାଟ ବନ୍ଦ ହୋଇଗଲା। ନିମ୍ନ ମଧ୍ୟବିତ୍ତ ଓ ସାଧାରଣ ଲୋକଙ୍କ ଉପରେ ଚଡକ ପଡ଼ିଲା। ଯାହାର ସିଧାସଳଖ ପ୍ରଭାବ ଛୁଆଙ୍କ ଉପରେ ପଡ଼ିଲା। ସର୍ଭେ ରିପୋର୍ଟ ଆହୁରି କହୁଛି ଯେ ରାଜ୍ୟରେ ୮୫ ପ୍ରତିଶତ ପିଲା ସ୍କୁଲ ଯିବା ପାଇଁ ୧୦୦ ପ୍ରତିଶତ ରାଜି ଅଛନ୍ତି। ତେଣୁ ବାକି ଥିବା ସମସ୍ତ କ୍ଲାସ ଖୋଲିବା ନେଇ ମଧ୍ୟ ଚାଇଲଡ଼ ଲାଇନ ଦାବି କରିଛି।

କେବଳ ସେତିକି ନୁହେଁ, ଏହି ସର୍ଭେ ଓ ମତ ସହ ଯଦିଓ ଏକ ମତ , କିନ୍ତୁ ଚାଇଲଡ଼ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କ କହିଛନ୍ତି," ସମସ୍ତ କ୍ଲାସ ଖୋଲିବା ପରେ ଯଦି ସର୍ଭେ କରାଯିବ ତେବେ ଏହି ହାର ବଢିଯିବ। ଏହା ସହ ରାଜ୍ୟରେ ୩୮ .୭ ପ୍ରତିଶତ ଛାତ୍ରଛାତ୍ରୀ ଇଲୋକ୍ଟ୍ରିନିକ ସାମଗ୍ରୀ ମାଧ୍ୟମରେ ଅନ ଲାଇନ୍ ଶିକ୍ଷା ଗ୍ରହଣ କରିଛନ୍ତି। ୩୬ ରୁ ୩୮ ପ୍ରତିଶତ ପିଲାଙ୍କ ଅଭିଭାବକଙ୍କର ଗୋଟିଏ ମାତ୍ର ମୋବାଇଲ ଥିବାରୁ ପିଲାମାନେ ସବୁ ଅନ ଲାଇନ କ୍ଲାସ କରିପାରି ନଥିଲେ। ୬ ରୁ ୭ ପ୍ରତିଶତ ପିଲା ଅନ ଲାଇନ କ୍ଲାସ କରିବା କୁ ଆଗ୍ରହ ପ୍ରକାଶ କରିନଥିଲେ। ତେବେ ଏ ନେଇ ଓଷ୍ଟା କହିଛି ତୁରନ୍ତ ସ୍କୁଲ ଖୋଲାଯିବାର ବ୍ୟବସ୍ଥା କରାଯାଉ। ଭିତ୍ତି ଭୂମି ଉପରେ ସରକାର ଗୁରୁତ୍ବ ଦେଇ କୋଭିଡ କଟକଣା ଭିତରେ ସ୍କୁଲ ଖୋଲିବା ଉଚିତ୍। କିନ୍ତୁ ଯେଉଁ ରିପୋର୍ଟ ଓଏସସିପିସିଆର ପକ୍ଷରୁ ପ୍ରକାଶିତ ହୋଇଛି ତାହା ନଗଣ୍ୟ। ସ୍କୁଲ ଖୋଲିବା ପରେ ଯଦି ସର୍ଭେ ହୁଏ ତେବେ ବିକଳ ଚିତ୍ର ସାମ୍ନାକୁ ଆସିବ।

ସେପଟେ ଅଭିଭାବକ ସ୍ମିତା ମହାପାତ୍ର କହିଛନ୍ତି,"କୋଭିଡରେ ବେକାରୀ ଓ ବେରୋଜଗ ର ବଢ଼ିଛି।  ପେଟ ପାଇଁ ବାର ଦୁଆର ହୋଇଛନ୍ତି ଅନେକ ବାପ ମାଆ। ଯେଉଁଥି ପେଟ ପୋଡ଼ୁଛି ସେଠି ଶିକ୍ଷା କଥା କିଏ ପଚାରେ। ଏବେ କିନ୍ତୁ ସମୟ ଆସିଛି ଯେଉଁମାନେ ନାମ ଲେଖାଇ ନାହାନ୍ତି, ଅଧରୁ ପାଠ ପଢା ଛାଡ଼ିଛନ୍ତି ତାଙ୍କୁ ସରକାର ମୁଖ୍ୟ ସ୍ରୋତକୁ ଆଣନ୍ତୁ"।

ଏବେ ଅଷ୍ଟମ,ନବମ ଓ ଦଶମ କ୍ଲାସ ଖୋଲୁଛି। ଆଗକୁ ପ୍ରଥମରୁ ସପ୍ତମ ଯାଏ ପର୍ଯ୍ୟାୟ କ୍ରମେ ଖୋଲିବେ ସରକାର। ସ୍କୁଲ ଖୋଲିବା ପରେ ଯଦି ଗ୍ରାସ ରୁଟରେ ସର୍ଭେ କରାଯାଏ ତେବେ ନିହାତି ଏହି ଡ୍ରପ ଆଉଟ୍ ସହ ନାମ ଲେଖାଇନଥିବା ପିଲାଙ୍କ ସଂଖ୍ୟା ବଢିଯିବ, ଏଥିରେ ଦ୍ଵୀମତ ନାହିଁ ।
Published by: Soumya Das
First published: November 15, 2021, 7:34 PM IST