ରାଜଧାନୀରେ ଦାଦାବଟି ମାଗିବା ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

ପୋଲିସ ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ କାଗିଲ ବସ୍ତି ରୋଡ଼ରେ ଥିବା ଅର୍ବାନ ମାଇକ୍ରୋ ବିଜନେସ ସେଣ୍ଟେର ପାଖ ଦୋକାନ ଗୁଡିକରୁ ଦାଦା ବଟି ଆଦାୟ କରୁଥିଲେ।

ରାଜଧାନୀରେ ଦାଦାବଟି ମାଗିବା ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

ରାଜଧାନୀରେ ଦାଦାବଟି ମାଗିବା ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଦାଦାବଟି ମାଗି ଗିରଫ ହେଲେ ଦୁଇ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଲେ ଷ୍ଟାର ପିଣ୍ଟୁ ଓ ସିତୁ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏୟାରପୋର୍ଟ ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମମଲା ରହିଥିବା ଜଣାପଡ଼ିଛି।

ପୋଲିସ ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ କାଗିଲ ବସ୍ତି ରୋଡ଼ରେ ଥିବା ଅର୍ବାନ ମାଇକ୍ରୋ ବିଜନେସ ସେଣ୍ଟେର ପାଖ ଦୋକାନ ଗୁଡିକରୁ ଦାଦା ବଟି ଆଦାୟ କରୁଥିଲେ। ବଟି ନଦେଲେ ଦୋକାନ ଚଳେଇ ନଦେବାକୁ ଧମକ ଚମକ ଦେଉଥିଲେ। ଏନେଇ ଏୟାରପୋର୍ଟ ଥାନା ପୋଲିସକୁ ସୂଚନା ମିଳିବା ପରେ ଅତର୍କିତ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ତଦନ୍ତ ସମୟରେ ଏୟାରପୋର୍ଟ ପୋଲିସ ଜାଣିବାକୁ ପାଇଥିଲା, ଦୁଇ ଅଭିଯୁକ୍ତ ନିଶାଖୋର ଓ ଅପରାଧିକ ପ୍ରବୃତିର। ଅଭିଯୁକ୍ତମାନେ କାଗିଲ ବସ୍ତି ଆଖପାଖରେ ଥିବା ବିଭିନ୍ନ ଦୋକାନୀମାନଙ୍କୁ ଡରାଇ ଧମକାଇ ଦାଦା ବଟି ସ୍ବରୂପ ଟଙ୍କା ଆଦାୟ କରନ୍ତି। ନିଶା ସେବନ ନିମନ୍ତେ ଟଙ୍କା ଆବଶ୍ୟକ ପଡୁଥିବାରୁ ସେମାନେ କାଗିଲ ବସ୍ତି ରୋଡ଼ରେ ଥିବା ବିଭିନ୍ନ ଦୋକାନୀମାନଙ୍କ ଠାରୁ ଦାଦା ବଟି ଆଦାୟ କରୁଥିବା କଥା ପୋଲିସ ଆଗରେ ମାନିଛନ୍ତି।

ଦୁଇ ଅଭିଯୁକ୍ତ ଅପରାଧିକ ଇତିହାସ ଯାଞ୍ଚ ସମୟରେ ଅଭିଯୁକ୍ତ ଷ୍ଟାର ପିଣ୍ଟୁ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୧୭ଟି ଅପରାଧିକ ମାମଲା ରୁଜୁ ହୋଇସାରିଥିବା ବେଳେ ଅଭିଯୁକ୍ତ ସିତୁର ଯାଞ୍ଚ ଜାରି ରହିଛି । ଅଭିଯୁକ୍ତ ଜଣକ ଅଭ୍ୟାସଗତ ଭାବରେ ଅପରାଧରେ ସମ୍ପୃକ୍ତ ଥିବାରୁ ତାଙ୍କ ବିରୁଦ୍ଧରେ CrPC- ୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଅଯାଉଛି।

ପ୍ରକାଶ ଥାଉକି ଚଳିତ ବର୍ଷରେ ଏଯାବତ ସମୁଦାୟ ୧୮୦ଟି ମାମଲାରେ ମୋଟ ୧୬୯ଜଣ ଦାଦାବଟି ମାଗି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଭୁବନେଶ୍ବର ପୋଲିସ ତରଫରୁ ଗଣମାଧ୍ୟମ ଜରିଆରେ ସମସ୍ତ ଭୁବନେଶ୍ବର ବାସୀଙ୍କୁ ଅନୁରୋଧ କରାଯାଉଛି ଯେ ଯଦି କୌଣସି ଅସମାଜିକ ତତ୍ତ୍ବ ଦାଦାବଟି ମାଗିବାର ସୂଚନା ଅଛି ତେବେ ହେଲ୍ପଲାଇନ ନମ୍ବର- ୭୦୭୭୭୯୮୧୧୧ରେ ତୁରନ୍ତ ସୂଚନା ଦେବାକୁ ରାଜଧାନୀ ବାସୀଙ୍କୁ କମିଶନରେଟ ପୋଲିସ ପକ୍ଷରୁ ଅବଗତ କରାଯାଇଛି।
Published by:Lipina Das
First published: