• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଓଡ଼ିଶାରୁ ୨ ମନ୍ତ୍ରୀଙ୍କୁ କେନ୍ଦ୍ରରେ ବଡ଼ ଦାୟିତ୍ୱ: ଧର୍ମେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଅଶ୍ୱିନୀ ରେଳ ମନ୍ତ୍ରୀ

ଓଡ଼ିଶାରୁ ୨ ମନ୍ତ୍ରୀଙ୍କୁ କେନ୍ଦ୍ରରେ ବଡ଼ ଦାୟିତ୍ୱ: ଧର୍ମେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଅଶ୍ୱିନୀ ରେଳ ମନ୍ତ୍ରୀ

Odisha leaders Dharmendra Pradhan and Ashwini Vaishnaw become education and railway minister | ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଛନ୍ତି ପ୍ରତାପ ଷଡ଼ଙ୍ଗୀ । ପୂର୍ବେ IAS ଅଫିସର୍‌ ଥିବା ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ କାର୍ଯ୍ୟ କରିବା ପରେ PM ଅଟଳ ବିହାରୀ ବାଜପେୟୀଙ୍କ ଅଫିସରେ ଉପସଚିବ ଥିଲେ । ବିଶ୍ବେଶ୍ବର ଟୁଡୁ ରାଜନୀତିକୁ ଆସିବା ଆଗରୁ ଇଂଜିନିୟର ଥିଲେ ।

(ବାମରୁ ଡାହାଣ) ବିଶେଶ୍ବର ଟୁଡୁ, ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ

(ବାମରୁ ଡାହାଣ) ବିଶେଶ୍ବର ଟୁଡୁ, ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ

  • Share this:
News18 Odia Digital

ନୂଆ ଦିଲ୍ଲୀ / ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ଦୁଇ ଜଣ ନୂଆ ମୁହଁଙ୍କ ପ୍ରବେଶ ହୋଇଥିବା ବେଳେ ଜଣେ ପୁରୁଣା ମୁହଁକୁ ବାହାରକୁ ଆସିବାକୁ ପଡ଼ିଛି ।  ରାଜ୍ୟ ସଭା ସଦସ୍ୟ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ବିସ୍ତାରିତ ମନ୍ତ୍ରିମଣ୍ଡଳର ଅଂଶ ହୋଇଛନ୍ତି । ବାଦ୍ ପଡ଼ିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଏହି ନୂଆ ମନ୍ତ୍ରୀମଣ୍ଡଳରେ ହୋଇଥିବା ବିଭାଗ ବଣ୍ଟନରେ ଓଡ଼ିଶାରୁ ଦୁଇ ଜଣ ମନ୍ତ୍ରୀଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ । କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ରେଳ ବିଭାଗ । ସେ ରେଳ ବିଭାଗ ସହ ଆଇ.ଟି. ଓ କମ୍ୟୁନିକେସନ୍‌ ବିଭାଗର ଦାୟିତ୍ବ ବି ସମ୍ଭାଳିବେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରି ତାଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଶିକ୍ଷା ବିଭାଗ ସହ ଧର୍ମେନ୍ଦ୍ରଙ୍କ ହାତରେ ଦକ୍ଷତା ବିକାଶ ବିଭାଗ ମଧ୍ୟ ରହିବ । ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ମିଳିଛି ରାଷ୍ଟ୍ର ମନ୍ତ୍ରୀ ପଦ । ସେ ଆଦିବାସୀ କଲ୍ୟାଣ ବିକାଶ ମନ୍ତ୍ରୀ ହୋଇଛନ୍ତି । ଜଳଶକ୍ତି ବିଭାଗ ବି ସେ ସମ୍ବାଳିବେ ।

ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ

୧୯୯୪ ବ୍ୟାଚର ଆଇ.ଏ.ଏସ୍. ଅଫିସର୍‌ (ସେବା ନିବୃତ) ଅଶ୍ବିନୀ ବୈଷ୍ଣବ ୨୦୦୩ ଯାଏଁ ଓଡ଼ିଶାରେ କାର୍ଯ୍ୟ କରିବା ପରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଫିସରେ ଉପସଚିବ ଭାବେ ନିଯୁକ୍ତି ପାଇଥିଲେ । ୨୦୦୪ରେ ବିଜେପି ନେତୃତ୍ବାଧୀନ ଏନ୍‌.ଡି୍‌.ଏ. ସରକାର କ୍ଷମତାଚ୍ୟୁତ ହେବା ପରେ ବୈଷ୍ଣବ ହୋଇଥିଲେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ । ୨୦୧୯ ଜୁନ୍ ୨୮ରେ ତାଙ୍କୁ ରାଜ୍ୟ ସଭା ଟିକେଟ୍ ଦେଇଥିଲା ବିଜେପି, ଯାହାକୁ ନିଃସର୍ତ୍ତ ସମର୍ଥନ କରିଥିଲା ବିଜେଡି ।

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ।


ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ପେସାରେ ଥିଲେ ଇଞ୍ଜିନିୟର । ରାଉରକେଲା ୟୁ.ଜି.ଆଇ.ଇ.ରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଇଞ୍ଜିନିୟର ଭାବେ ସେ କାମ କରିଥିଲେ । ୨୦୧୯ ନିର୍ବାଚନରେ ହଠାତ୍ ବିଶ୍ବେଶ୍ବରଙ୍କର ରାଜନୈତିକ ଆବିର୍ଭାବ ହୋଇଥିଲା । ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ସେ ବିଜେଡି ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା

ଉଭୟ ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟରେ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରୁ ଦୁଇ ଜଣ ନୂଆ ମନ୍ତ୍ରୀ ମୋଦିଙ୍କ ଟିମରେ ସାମିଲ ହେବା ଓଡ଼ିଶା ଏବଂ ଓଡ଼ିଆଙ୍କ ପାଇଁ ଏକ ଗୌରବର କଥା । ଏଥି ପାଇଁ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଦୁଇ କେନ୍ଦ୍ର ମନ୍ତ୍ରୀ ଜାତୀୟ ସ୍ତରରେ ଓଡ଼ିଶାର ସ୍ୱରକୁ ଶାଣିତ କରିବେ ବୋଲି ଆଶା ରଖିଛନ୍ତି ଧର୍ମେନ୍ଦ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା; ନିରାଶ ହେଲେ ତାଙ୍କ ସ୍ୱାମୀ MP ଅନୁଭବ

ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ହରଦୀପ ସିଂ ପୁରୀ ହୋଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ପୁରୀଙ୍କ ପାଖରେ ସହରାଞ୍ଚଳ ବିକାଶ ବିଭାଗ ବି ରହିବ । ମନସୁଖଲାଲ ମାଣ୍ଡଭିୟାଙ୍କୁ ସ୍ବାସ୍ଥ୍ୟ ବିଭାଗ ସହ ସାର ଓ ରସାୟନ ବିଭାଗ ଦିଆଯାଇଛି । ସ୍ମୃତି ଇରାନୀ ହୋଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ । ବୟନ ଶିଳ୍ପ ଓ ବାଣିଜ୍ୟ ବିଭାଗର ମନ୍ତ୍ରୀ ହୋଇଛନ୍ତି ପୀୟୁଷ ଗୋଏଲ । ଡକ୍ଚର ଏମ୍‌. ମହେନ୍ଦ୍ରଭାଇଙ୍କୁ ସ୍ବଚ୍ଛ ଭାରତ ବିଭାଗ ଦିଆଯାଇଛି । ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।



ମୀନାକ୍ଷୀ ଲେଖି ହୋଇଛନ୍ତି ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ । ଅନୁରାଗ ଠାକୁର ସମ୍ଭାଳିବେ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ବିଭାଗ । ଏଲ୍‌.ଜେ.ପି.ର ପଶୁପତି କୁମାର ପାରସ ଖାଦ୍ୟ ଓ ପକ୍ରିୟାକରଣ ମନ୍ତ୍ରୀ ହୋଇଥିବା ବେଳେ ଗିରିରାଜ ସିଂହଙ୍କୁ ଦିଆଯାଇଛି ଗ୍ରାମାଞ୍ଚଳ ବିକାଶ ବିଭାଗ । ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯାଇଛି କୋଅପରେସନ ବିଭାଗର ଅତିରିକ୍ତ ଦାୟିତ୍ବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ । ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ।
Published by:Anand S.T. Das
First published: