ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶିଳ୍ପୀର କାଳିଆ: ଜଣେ ସବୁଠୁ ଛୋଟ ରଥ ବନେଇଲେ; ଆଉ ଜଣେ ନଡ଼ିଆ ଓ ଗୁଆରେ ଆଙ୍କିଲେ କାଳିଆର ଛବି

ଶିଳ୍ପୀର କାଳିଆ: ଜଣେ ସବୁଠୁ ଛୋଟ ରଥ ବନେଇଲେ; ଆଉ ଜଣେ ନଡ଼ିଆ ଓ ଗୁଆରେ ଆଙ୍କିଲେ କାଳିଆର ଛବି

ଦିଆସିଲି କାଠିରେ ସବୁଠୁ ଛୋଟ ତିନିଟି ରଥ ବନେଇ ସେଥିରେ ନିମ୍ବ କାଠରେ ତିଆରି ତିନୋଟି କୁନି ମୂର୍ତ୍ତି ବି ବସେଇଛନ୍ତି ଏହି ଶିଳ୍ପୀ । ଆଉ ଜଣେ ଛୋଟରୁ ଛୋଟ ଜିନିଷ ଉପରେ ସୁନ୍ଦର ଭାବେ ଜଗନ୍ନାଥଙ୍କ ଆକର୍ଷଣୀୟ ରୂପ ବନେଇଛନ୍ତି ।

ଶିଳ୍ପୀର କାଳିଆ: ଜଣେ ସବୁଠୁ ଛୋଟ ରଥ ବନେଇଲେ; ଆଉ ଜଣେ ନଡ଼ିଆ ଓ ଗୁଆରେ ଆଙ୍କିଲେ କାଳିଆର ଛବି
ଶିଳ୍ପୀ ପ୍ରିୟଙ୍କା ଓ (ଡାହାଣ) ନିଜ କୁନି ରଥଗୁଡ଼ିକ ସହ ଏଲ୍. ଈଶ୍ୱର ରାଓ
  • News18 Odia
  • Last Updated: July 11, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାବ ବିନୋଦିଆ ଠାକୁରଙ୍କୁ କିଏ ଚିତ୍ରରେ ଆଙ୍କି ସନ୍ତୁଷ୍ଟ ତ ଆଉ କିଏ ଘରେ ବସି ଗଢୁଛି ମହାପ୍ରଭୁଙ୍କ ତିନି ରଥ । ଯିଏ ଯେମିତି ପାରୁଛି ନିଜ ଭାବରେ ବାନ୍ଧୁଛି କଳା ଠାକୁରଙ୍କୁ । ଏମିତି ଜଣେ ଭକ୍ତ ରଥ ଯାତ୍ରା ଅବସରରେ ସବୁଠାରୁ କୁନି ରଥ ନିର୍ମାଣ କରି ମହାପ୍ରଭୁଙ୍କ ପ୍ରତି ନିଜ ଅସୀମ ଭକ୍ତିର ନିଦର୍ଶନ ଦେଇଛନ୍ତି । ଆଉ ଜଣେ ଭକ୍ତ ଛୋଟ ଛୋଟ ନିତ୍ୟ-ବ୍ୟବହାର୍ଯ୍ୟ ସାମଗ୍ରୀରେ କାଳିଆର ଛବି ବନେଇ ସମସ୍ତଙ୍କ ମନ ଛୁଇଁଛନ୍ତି ।

କେବଳ ଦିଆସିଲ କାଠି ବ୍ୟବହାର କରି ବଡ଼ ଠାକୁରଙ୍କ ତିନୋଟି କୁନି ରଥ ବନେଇଛନ୍ତି ଜଟଣୀର ଏଲ୍‌. ଈଶ୍ୱର ରାଓ । ଏହାର ଉଚ୍ଚତା ମାତ୍ର ୪.୫ ଇଞ୍ଚ । ସେଥିରେ ବିଜେ ହୋଇଛନ୍ତି ତିନି ଠାକୁର । ରଥ ଯାତ୍ରା ଅବସରରେ ପୁରୀ ବଡ଼ ଦାଣ୍ଡ ଭକ୍ତଙ୍କ ପାଇଁ ମନା ହୋଇଥିବା ବେଳେ ଘରେ ଈଶ୍ୱର ରାଓ ତିଆରି କରିଛନ୍ତି ତିନି ରଥ । ୪୩୫ଟି ଦିଆସିଲ କାଠିରେ ଜଗନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ନିର୍ମାଣ କରିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

ତିନି ଠାକୁରଙ୍କ ୧ ଇଞ୍ଚ ଉଚ୍ଚତାର ତିନୋଟି ମୂର୍ତ୍ତି ନିମ୍ବ କାଠରେ ତିଆରି କରିଛନ୍ତି ସେ । ଆଗରୁ ବୋତଲ ଭିତରେ ଅନେକ କୁନି କୁନି କାରୁକାର୍ଯ୍ୟ ତିଆରି କରି ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ଏଲ୍‌. ଈଶ୍ୱର ରାଓ ଏବେ ଏହି କୁନି ରଥ ତିଆରି କରି ପୁଣି ଚର୍ଚ୍ଚାରେ ଅଛନ୍ତି ।

ତିନି କୁନି ରଥ ସହ ଶିଳ୍ପୀ ଏଲ୍. ଈଶ୍ୱର ରାଓ


‘‘ମୁଁ ସବୁବେଳେ ନିଜ କାରୁକାର୍ଯ୍ୟ ଜରିଆରେ ଓଡିଶାବାସୀଙ୍କୁ କିଛି ନୂଆ ଭେଟି ଦିଏ । ଏଥର କାଳିଆ ଦର୍ଶନ କରିବାକୁ ଇଚ୍ଛା ହେଲା । ପୁରୀ ତ ଯାଇ ହେଉନି । ତେଣୁ ନିଜେ ରଥରେ ଜଗନ୍ନାଥଙ୍କୁ ବସାଇଲି । ଦିଆସିଲ କାଠିରେ ସବୁଠାରୁ ଛୋଟ ରଥ ତିଆରି କରିଛି,’’ କହିଛନ୍ତି କାରିଗର ଏଲ୍‌. ଈଶ୍ୱର ରାଓ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବିରାଟ ପଚାରିଲେ ସ୍ମୃତିଙ୍କୁ, ‘Love Marriage କରିବ ନା ଆରେଞ୍ଜଡ୍ ମ୍ୟାରେଜ୍?’ ଗଜବ ଉତ୍ତର ଆସିଲା

ଭୁବନେଶ୍ୱରର ଯୁବ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ନଡ଼ିଆ, ଗୁଆ, ଗ୍ଲାସ୍‌, କପ୍‌ ଓ ବିଭିନ୍ନ ପୁରୁଣା ଭଙ୍ଗା ଜିନିଷରେ କାଳିଆର ଚିତ୍ର ବନେଇଛନ୍ତି । ଗତ ବର୍ଷ କୋଭିଡରେ ବାପାଙ୍କୁ ହରାଇଥିବା ପ୍ରିୟଙ୍କା ଛୋଟରୁ ଛୋଟ ଜିନିଷ ଉପରେ ବେଶ ସୁନ୍ଦର ଭାବେ ଜଗନ୍ନାଥଙ୍କ ଚିତ୍ର କରି ଆକର୍ଷଣୀୟ ରୂପ ଦେଇଛନ୍ତି । ସେ ତିଆରି କରିଥିବା ଜଗନ୍ନାଥଙ୍କ ଅଳଙ୍କାର ଏବେ ଯୁବପୀଢ଼ିଙ୍କ ଭିତରେ ବେଶ୍‌ ଗ୍ରହଣୀୟ ବି ହେଉଛି ।

ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!

‘‘ବାପାଙ୍କୁ ହରାଇବା ପରେ ପରେ ମୁଁ ନିଜେ ବି କୋଭିଡରେ ସଂକ୍ରମିତ ହୋଇଥିଲି । ଆଇସୋଲେସନରେ ରହି ଜଗନ୍ନାଥଙ୍କୁ ସ୍ମରଣ କରିଥିଲି, ଆଉ ଭଲ ହୋଇଯାଇଥିଲି । ମୁଁ ପିଲାଟି ବେଳୁ ଚିତ୍ର ଆଁକୁଥିଲି । ଜଗନ୍ନାଥଙ୍କ ଚିତ୍ର ବନେଇ ମୁଁ ମାନସିକ ଶାନ୍ତି ପାଏ । ମୋ’ର ସବୁ ଚିତରେ କେବଳ ଜଗନ୍ନାଥ ଥାଆନ୍ତି,’’ କହିଛନ୍ତି ସଫ୍ଟଓେୟାର ଇଞ୍ଜିନିୟର୍‌ ଭାବେ କାମ କରୁଥିବା ପ୍ରିୟଙ୍କା । ଏବେ ଆଖି ବୁଜି କାଳିଆର ଚିତ୍ର ଆଙ୍କିପାରିବେ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Ladakh LAC Tension: ଲଦ୍ଦାଖ ସୀମାରେ ଚୀନ୍ ୫୦,୦୦୦ ସୈନିକ ଆଣି ରଖିଲା; ଭାରତ ବି ପ୍ରସ୍ତୁତ

ପ୍ରିୟଙ୍କାଙ୍କ ବାପାଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ମର ଶରୀର ସ୍ୱର୍ଗଦ୍ୱାରରେ ଦାହ ହେଉ ବୋଲି । ‘‘କୋଭିଡ ସ୍ଥିତିରେ ସ୍ୱର୍ଗଦ୍ୱାରରୁ ଶେଷ କୃତ୍ୟ ସାରି ଫେରିବା ପରେ ସେଇ କାଳିଆକୁ ହିଁ ସବୁ କିଛି ଭାବି ନିଜକୁ ମୁଁ ଶାନ୍ତ କରିଛି। ତାଙ୍କ ଦୟାରୁ ମୁଁ ଡିପ୍ରେସନରୁ ବାହାରକୁ ଆସିଛି। ଆଖି ବୁଜିଲେ ଖାଲି କାଳିଆ ଦିଶୁଛି । ତୁଳୀ ଧରିଲେ କାଳିଆର ମୁହଁ ଦିଶୁଛି, ଆଉ ମୁଁ ଆଙ୍କି ଯାଉଛି,’’ କହିଛନ୍ତି ପ୍ରିୟଙ୍କା ସାହାଣୀ ।



ବର୍ଷକୁ ଥରେ ରଥ ଯାତ୍ରାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ହେଲେ ଦୁଇ ବର୍ଷ ହେବ କୋଭିଡ ମହାମାରୀ ଭକ୍ତଙ୍କ ମନକୁ ଦୁଃଖରେ ଭରିଦେଇଛି । ଏହାରି ଭିତରେ କିଛି ଭକ୍ତ ନିଜ କଳାରେ ସବୁଠି କାଳିଆକୁ ପ୍ରଦର୍ଶିତ କରୁଛନ୍ତି ।
Published by: Anand ST Das
First published: July 11, 2021, 11:59 PM IST