ଗଜପତିରେ ମା’ ସହିତ ଜେଲରେ ଥିବା ଦୁଇ ନାବାଳିକା ଝିଅ ବିହାରରେ ନିଜ ଘରକୁ ଫେରିଲେ

2 minor girls living in Gajapati jail with mother head for their home in Bihar | ମୋହନା ଥାନା ପୋଲିସ ପର୍ଦ୍ଦାଫାସ କରିଥିବା ଏକ ଗଞ୍ଜେଇ ଚୋରା ଚାଲଣ ରାକେଟରେ ଏହି ବିହାରୀ ମହିଳାଙ୍କ ସମ୍ପୃକ୍ତି ସାମନାକୁ ଆସିଥିଲା । ତାଙ୍କ ସହ ଥିବା ଦୁଇ ନାବାଳିକା ଝିଅ ମଧ୍ୟ ପାରଳାଖେମୁଣ୍ଡି ସବଜେଲରେ ରହିଥିଲେ ।

ମାର୍ଚ୍ଚ ୬, ୨୦୨୧ରେ ମୋହନା ପୋଲିସ ଦୁଇ ଝିଅଙ୍କ ସହ ଥିବା ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଥିଲା ।

ମାର୍ଚ୍ଚ ୬, ୨୦୨୧ରେ ମୋହନା ପୋଲିସ ଦୁଇ ଝିଅଙ୍କ ସହ ଥିବା ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଥିଲା ।

  • Share this:
ବାସୁଦେବ ଦାଶ | News18 Odia Digital

ପାରଳାଖେମୁଣ୍ଡି: ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡି଼ଥିବା ଜଣେ ବିହାରୀ ମହିଳାଙ୍କ ୫ ଓ ୭ ବର୍ଷ ବୟସର ଦୁଇ ଝିଅ ଦଶ ମାସ ଜେଲରେ ରହିବା ପରେ ବିହାର ରାଜଧାନୀ ପଟନାରେ ଥିବା ନିଜ ଘରକୁ ଫେରିଛନ୍ତି ।

ମାର୍ଚ୍ଚ ୬, ୨୦୨୧ରେ ମୋହନା ପୋଲିସ ଦ୍ବାରା ଧରାପଡ଼ି ପାରଳାଖେମୁଣ୍ଡି ସବଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହି ଆସୁଥିଲେ ଏହି ମହିଳା । ତାଙ୍କ ସହ ତାଙ୍କର ଦୁଇ ନାବାଳିକା ଝିଅ ମଧ୍ୟ ଜେଲ୍‌ ଭିତରେ ରହିଥିଲେ । ଦୁଇ କୋମଳମତି ଝିଅଙ୍କ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତିନି ଜଣଙ୍କୁ ଜେଲରୁ ବାହାର କରିବା ପାଇଁ ଜେଲ୍‌ ଅଧୀକ୍ଷକ ହନୁ ସେଠୀ ପ୍ରୟାସ କରିଥିଲେ । ସେ ଏ ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଦୃଷ୍ଟି ଆକର୍ଷଣ କରିଥିଲେ । ଜେଲ୍‌ ମାନୁଆଲ୍‌ ଅନୁସାରେ ପଦକ୍ଷେପ ନେବାକୁ ପ୍ରାଧୀକରଣ ପରାମର୍ଶ ଦେବା ପରେ ଜିଲ୍ଲା ପ୍ରଶାସନର ସହୟତାରେ ସଂପୃକ୍ତା ଦୁଇ ନାବାଳିକାଙ୍କୁ ତାଙ୍କ ଘର ବିହାର ପାଟଣାକୁ ପଠାଇ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

ମୋହନା ଥାନା ପୋଲିସ ପର୍ଦ୍ଦାଫାସ କରିଥିବା ଏକ ଗଞ୍ଜେଇ ଚୋରା ଚାଲଣ ରାକେଟରେ ଏହି ବିହାରୀ ମହିଳାଙ୍କ ସମ୍ପୃକ୍ତି ଅଭିଯୋଗ ସାମନାକୁ ଆସିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କ ସହ ଥିବା ଦୁଇ ନାବାଳିକା ଝିଅ ମଧ୍ୟ ପାରଳାଖେମୁଣ୍ଡି ସବଜେଲରେ ରହିଥିଲେ । ଦୁଇ ଝିଅଙ୍କ ପାଇଁ ଜେଲ୍‌ କର୍ତ୍ତୃପକ୍ଷ ଖାଦ୍ୟ ପେୟର ବ୍ୟବସ୍ଥା କରିଥିଲେ । ହେଲେ ବିନା ଦୋଷରେ ଦୁଇ ଜଣ କୋମଳମତି ଶିଶୁ ଜେଲର ଚାରି କାନ୍ଥ ମଧ୍ୟରେ ରହିବା ଜେଲ୍‌ ଅଧୀକ୍ଷକ ହନୁ ସେଠୀଙ୍କୁ ଭଲ ଲାଗି ନ ଥିଲା ।

ମହିଳାଙ୍କ ସହ ତାଙ୍କ ଦୁଇ ନାବାଳିକା ଝିଅ 


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

‘‘ମୁଁ ୨୦୨୧ ଜୁନ୍‌ ୫ ତାରିଖରେ ଆଇନ ସେବା ପ୍ରାଧୀକରଣକୁ ଏ ସମ୍ପର୍କରେ ଜଣାଇଥିଲି । ଏହାର ଦିନକ ପରେ ପ୍ରାଧୀକରଣ ପକ୍ଷରୁ ଜେଲ୍‌ ମାନୁଆଲ୍‌ ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ମୋତେ ପରାମର୍ଶ ଦିଆଯାଇଥିଲା । ସେହି ଆଧାରରେ ମୁଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲି । ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପଟନା ଶିଶୁ ସୁରକ୍ଷା ବିଭାଗକୁ ତଥ୍ୟ ସଂଗ୍ରହ ପାଇଁ ଲେଖାଯାଇଥିଲା,’’ କହିଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ପଟନାରୁ ଏହି ଦୁଇ ନାବାଳିକା ଝିଅଙ୍କ ଆଇ ସେଠାରେ ରହୁଥିବା ଓ ସେ ଏମାନଙ୍କ ଲାଳନପାଳନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ସମ୍ପର୍କରେ ଚିଠି ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ନାବାଳିକା ଝିଅଙ୍କୁ ପଟନା ପଠାଇ ଦିଆଯାଇଛି । ଜେଲ୍‌ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଏହି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

“ଜଣେ ଦୋଷୀ କିମ୍ବା ଅଭିଯୁକ୍ତଙ୍କୁ ଜେଲରେ ରଖାଯାଇଥାଏ । କିନ୍ତୁ ଜଣଙ୍କ ଦୋଷ ପାଇଁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ରଖିବା ବିପକ୍ଷରେ ଆଇନ ରହିଛି । ହେଲେ ଏହି ଘଟଣାରେ ଦୁଇ ଜଣ କୋମଳମତି ଶିଶୁ ବିନା ଦୋଷରେ ଜେଲରେ ରହିବା ଆମ ସମସ୍ତଙ୍କୁ ଖୁବ୍‌ ବାଧିଥିଲା । ତେଣୁ ମୁଁ ସେମାନଙ୍କୁ ନିଜ ଘରକୁ ଫେରାଇଦେବା ପାଇଁ ପଦକ୍ଷେପ ନେଉଥିଲି,’’ କହିଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭାଗ୍ୟବାନ ଗାଇ! ବାଇକ୍ରେ ବସି ବୁଲୁଛି ଜାଗାରୁ ସେ ଜାଗା

ପାଖାପାଖି ବର୍ଷେ ଧରି ଏହି ଦୁଇ ଝିଅ ନିଜ ମା’ଙ୍କ ସହ ଜେଲରେ ରହିବା ସମୟରେ ସେମାନଙ୍କ ଖାଇବା, ପିନ୍ଧିବା ଓ ପାଠପଢ଼ା ଆଦି ଉପରେ ଜେଲ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେଇଥିଲେ ବୋଲି କହିଛନ୍ତି ହନୁ ସେଠୀ ।
Published by:Anand S.T. Das
First published:
)}