News18 Odia Digital
କଟକ: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶା ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ଉପଲକ୍ଷେ କଟକ ଓଡ଼ିଆ ବଜାରରେ ଥିବା ତାଙ୍କ ଜନ୍ମ ସ୍ଥାନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସବୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଦୁଇ ଜଣ ପର୍ଯ୍ୟଟକ । ସେ ଦୁହେଁ କୋଲକାତାରୁ ପାଦରେ ଚାଲି ଚାଲି ଆସି ନେତାଜୀଙ୍କ ଜନ୍ମ ସ୍ଥାନରେ ପହଞ୍ଚିଥିଲେ ।
ପଶ୍ଚିମ ବଙ୍ଗ ହୁଗୁଳିର ବାସିନ୍ଦା ଦୁଇ ବନ୍ଧୁ ମୃଣାଳ ଦାସ ଓ ବୁଦ୍ଧଦେବ ଦାସ ଜାନୁଆରୀ ୧୨ ତାରିଖ ଅର୍ଥାତ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ କୋଲକାତାରେ ଥିବା ସ୍ୱାମୀଜୀଙ୍କ ଜନ୍ମ ସ୍ଥାନ ତଥା ପୈତୃକ ବାସଭବନରରୁ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ଅଭିମୁଖେ ନିଜ ଯାତ୍ରା ଆରମ୍ଭ କରିଥିଲେ । କୋଲକାତାରୁ କଟକ ପର୍ଯ୍ୟନ୍ତ ଦୀର୍ଘ ୪୫୦ କିଲୋମିଟର୍ ଦୂରତା ଅତିକ୍ରମ କରି ସେ ଦୁହେଁ ଜାନୁଆରୀ ୨୩ ତାରିଖ ସକାଳେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମ ସ୍ଥାନରେ ପହଞ୍ଚିଥିଲେ ।
ଏହା ବି ପଢ଼ନ୍ତୁ | ୪ ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ୪ ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା
କଟକ ଓଡ଼ିଆ ବଜାରରେ ନେତାଜୀ ସଂଗ୍ରାହଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବୟସ ଓ ବର୍ଗର ଲୋକେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରି ସେହି ମହାନ ବ୍ୟକ୍ତିଙ୍କ ସ୍ମୃତିଚାରଣ କରିଥିଲେ । ହେଲେ ସମସ୍ତଙ୍କ ସମ୍ମାନପୂର୍ଣ୍ଣ ନଜର ରହିଥିଲା ମୃଣାଳ ଦାସ ଓ ବୁଦ୍ଧଦେବ ଦାସଙ୍କ ଉପରେ ।

କଟକ ପହଞ୍ଚି ଖୁବ୍ ଖୁସି ହୋଇଥିଲେ ମୃଣାଳ ଦାସ ଓ (ଡାହାଣ) ବୁଦ୍ଧଦେବ ଦାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ୨ ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା
ମୃଣାଳ ପେସାରେ ଜଣେ ଟିଉସନ ଶିକ୍ଷକ ହୋଇଥିବା ବେଳେ ବୁଦ୍ଧଦେବ ହେଉଛନ୍ତି ଜଣେ ଫଟୋଗ୍ରାଫର୍ । ବୁଦ୍ଧଦେବ କୋଲକାତାର ଏକ ସାଇକେଲିଂ ଟିମର ବି ସଦସ୍ୟ । ଏହା ପୂର୍ବରୁ ସେ ସାଇକେଲ୍ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି । ବଡ଼ କଥା ହେଲା ଯେ ୨୫ ବର୍ଷ ତଳେ ନେତାଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ବି ସେ କଟକ ଆସିଥିଲେ ଏବଂ ଓଡ଼ିଆ ବଜାରରୁ କୋଲକାତା ସାଇକେଲ୍ ଯୋଗେ ଯାତ୍ରା ମଧ୍ୟ କରିଥିଲେ ।
ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ୫ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡ
ସ୍ୱାମୀ ବିବେକାନନ୍ଦ ଓ ନେତାଜୀଙ୍କ ଆଦର୍ଶର ପ୍ରଚାର ପ୍ରସାର ପାଇଁ ଉଭୟ ବନ୍ଧୁ ପାଦରେ ଚାଲିଚାଲି କୋଲକାତାରୁ କଟକ ପର୍ଯ୍ୟନ୍ତ ଏହି ଯାତ୍ରା କରିଛନ୍ତି ବୋଲି କହିଛନ୍ତି । କଟକ ପହଞ୍ଚି ନେତାଜୀ ସଂଗ୍ରାହଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ ସେମାନେ ଖୁବ୍ ଉତ୍ଫୁଲ୍ଲିତ ହୋଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟି
‘‘ସାଢ଼େ ଚାରି ଶହ କିଲୋମିଟର୍ ବାଟ ପାଦରେ ଚାଲି ଚାଲି ଯାତ୍ରା କରିବା ଆମ ପାଇଁ ସେତେ ସହଜ ନ ଥିଲା । କିନ୍ତୁ ସ୍ବାମୀ ବିବେକାନନ୍ଦ ଓ ନେତାଜୀଙ୍କ ଆଦର୍ଶ ଏଥି ପାଇଁ ଆମକୁ ଅନୁପ୍ରାଣିତ କରିଥିଲା । ଏହି ଦୁଇ ମହାନ ବ୍ୟକ୍ତିଙ୍କର ଆମ ସମାଜ ପାଇଁ ଥିବା ଅବଦାନ ଓ ସେମାନଙ୍କ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିବା ଥିଲା ଆମ ଯାତ୍ରାର ମୂଳ ଲକ୍ଷ୍ୟ,’’ କହିଛନ୍ତି ମୃଣାଳ ଦାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯେବେ ଅଭିନେତ୍ରୀ ଉର୍ଫି ଜାଭେଦ୍ କ୍ୟାମେରା ସାମନାରେ ଖସେଇଲେ ଡ୍ରେସ୍, ଆଉ ତା’ ପରେ...
ବୁଦ୍ଧଦେବ ଦାସ କହିଛନ୍ତି ଯେ ୨୫ ବର୍ଷ ପରେ ପୁଣି ଥରେ କଟକରେ ଥିବା ନେତାଜୀଙ୍କ ଜନ୍ମ ସ୍ଥାନରେ ପହଞ୍ଚିବା ତାଙ୍କ ପାଇଁ ଖୁବ୍ ଖୁସିର ଅବସର । ‘‘ନେତାଜୀଙ୍କ ପରି ମହାନ ଦେଶପ୍ରେମୀ ନେତାଙ୍କ ତ୍ୟାଗମୟ ଜୀବନର ବାର୍ତ୍ତା ପ୍ରଚାର କରିବା ପାଇଁ ଆମେ ଏହି ଯେଉଁ ପଦଯାତ୍ରା କରିଛୁ ତାହା ତ ବାସ୍ତବରେ କିଛି ନୁହେଁ । ଏହା ଆମ ପକ୍ଷରୁ ଏକ ଛୋଟ ପ୍ରୟାସ ମାତ୍ର,’’ ସେ କହିଛନ୍ତି ।
Published by:Anand S.T. Das
First published: