ଝାରସୁଗୁଡ଼ାରେ ଯୁବତୀକୁ ୨ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା

ପିତାମାତାଙ୍କ ମୃତ୍ୟୁ ପରେ ଭାଇ ଓ ଭାଉଜଙ୍କ ନିର୍ଯ୍ୟାତନା ସହି ନ ପାରି ଘର ଛାଡ଼ି ପଳାଇ ଆସିଥିବା ୨୦-ବର୍ଷୀୟା ଯୁବତୀକୁ ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଏକ ପରିତ୍ୟକ୍ତ ଘରେ ବଳାତ୍କାର କରିଥିଲେ ଦୁଇ ଜଣ ଯୁବକ ।

ଗିରଫ ଅଭିଯୁକ୍ତର (ଫଟୋରେ ବାମ) ବୟସ ୨୯ ବର୍ଷ ଓ ସେ ଜଣେ ବସ୍ ହେଲ୍ପର୍ । (ପ୍ରତୀକାତ୍ମକ ଛବି)

ଗିରଫ ଅଭିଯୁକ୍ତର (ଫଟୋରେ ବାମ) ବୟସ ୨୯ ବର୍ଷ ଓ ସେ ଜଣେ ବସ୍ ହେଲ୍ପର୍ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଝାରସୁଗୁଡ଼ା: ଜଣେ ୨୦-ବର୍ଷୀୟା ଯୁବତୀଙ୍କ ସହ ଦୁଇ ଜଣ ଯୁବକଙ୍କ ବଳାତ୍କାର ଘଟଣାର ଭିଡିଓ କ୍ଲିପ୍‌ ଭାଇରାଲ୍‌ ହେବାର ଦିନକ ପରେ ଝାରସୁଗୁଡ଼ା ପୋଲିସ ଓ ସରକାରୀ ରେଳ ପୋଲିସ ମିଳିତ ତଦନ୍ତ କରି ଜଣେ ଯୁବକକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ଭିଡିଓରେ ଝାରସୁଗୁଡ଼ା ରେଳ ଷ୍ଟେସନ୍‌ ନିକଟରେ ଏକ ପରିତ୍ୟକ୍ତ ଘରେ ଦୁଇ ଯୁବକ ଏହି ଯୁବତୀଙ୍କ ସହ ବଳାତ୍କାର କରୁଥିବାର ଦୃଶ୍ୟ ରହିଥିଲା । ବଳାତ୍କାର ଚାଲିଥିବା ବେଳେ ଯୁବତୀଙ୍କ ଚିତ୍କାର ଶୁଣି କେହି ସେହି ଘଟଣାର ଭିଡିଓ କ୍ଲିପ୍‌ ବନାଇଥିବା ଜଣାପଡ଼ୁଛି । ଏହି କୁକୃତ୍ୟର ଭିଡିଓ ତିଆରି ହେଉଛି ବୋଲି ଜାଣିବା ମାତ୍ରେ ଦୁଇ ଅଭିଯୁକ୍ତ ଯୁବକ ଝିଅଟିକୁ ଛାଡ଼ି ଚାଲିଯାଇଥିଲେ ବୋଲି କୁହାଯାଉଛି । ଏହି ଘଟଣା କେବେକାର ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏହା ଲକଡାଉନ୍‌ ଆରମ୍ଭ ହେବା ପରର ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

ଇଣ୍ଟରନେଟରେ ଏହି ଭିଡିଓ କ୍ଲିପ୍‌ ଭାଇରାଲ୍‌ ହେଉଥିବା ଜାଣିବା ପରେ ଝାରସୁଗୁଡ଼ା ପୋଲିସ ଏହାର ପ୍ରସାରଣ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲା ଓ ତଦନ୍ତ ଆରମ୍ଭ କରିଥିଲା । କେହି ଭିଡିଓକୁ ପୁଣି କାହାକୁ ପଠାଇଲେ ତାହା ଏକ ଧର୍ତ୍ତବ୍ୟ ଅପରାଧ ହେବ ବୋଲି ପୋଲିସ ଚେତାବନୀ ଦେଇଥିଲା । ଭିଡିଓ କ୍ଲିପରେ ଦେଖାଯାଉଥିବା ଦୁଇ ଜଣ ଯୁବକ ଓ ଯୁବତୀଙ୍କୁ ଚିହ୍ନଟ କରିବା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଶୁକ୍ରବାର ଦିନ କହିଛି ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

‘‘ଭିଡିଓ କ୍ଲିପରୁ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା । ଝାରସୁଗୁଡ଼ା ଆଇ.ଆଇ.ସି. ସାବିତ୍ରୀ ବଳ ଓ ଜି.ଆର୍.ପି. ଆଇ.ଆଇ.ସି. ସୌଦାମିନୀ ନାଗ୍‌ ତଦନ୍ତ କରି ପୀଡ଼ିତା ଯୁବତୀକୁ ଠାବ କରିଥିଲେ ଓ ମୁଖ୍ୟ ଅଭିଯୁ୍କ୍ତ ଯୁବକକୁ ଗିରଫ କରିଥିଲେ । ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା ଉଦ୍ୟମ ଜାରି ଅଛି,’’ କହିଛନ୍ତି ଝାରସୁଗୁଡ଼ା ଏସ୍‌.ପି. ବିକାଶ ଚନ୍ଦ୍ର ଦାଶ ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ଗିରଫ ହୋଇଥିବା ଅଭିଯୁକ୍ତ ୨୯ ବର୍ଷୀୟ ହେମରାଜ ବେସନ ଏକ ବସରେ ହେଲ୍ପର୍‌ କାମ କରେ । ସେ ଲଇକେରା ଥାନା ଅନ୍ତର୍ଗତ ନକ୍ସାପଲ୍ଲୀ ଗ୍ରାମର ବାସିନ୍ଦା । ତାକୁ ଜି.ଆର୍‌.ପି. ହାଜତକୁ ନେଇଛି ଓ ପଚରାଉଚରା କରୁଛି । ତା’ର କୋଭିଡ୍‌ ଟେଷ୍ଟ କରାଇବା ପରେ ତାକୁ କୋର୍ଟ ଚାଲାଣ କରାଯିବ । ସରକାରୀ ରେଳ ପୋଲିସ ଥାନାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର (ଆଇ.ପି.ସି.) ଦଫା ୩୭୬ (ବଳାତ୍କାର) ଅଧୀନରେ ଏକ କେସ୍‌ (୨୪/୨୧) ରୁଜୁ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ବଳାତ୍କାରର ଶିକାର ହୋଇଥିବା ଯୁବତୀ ନିଜ ଭାଇ ଓ ଭାଉଜଙ୍କ ନିର୍ଯ୍ୟାତନା ସହି ନ ପାରି କିଛି ଦିନ ତଳେ ଘର ଛାଡ଼ି ଝାରସୁଗୁଡ଼ା ଚାଲିଆସିଥିଲେ । ତାଙ୍କ ଘର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବମଲେଇ ଗ୍ରାମରେ । ପିତାମାତାଙ୍କ ମୃତ୍ୟୁ ହେବା ପରଠାରୁ ସେ ଭାଇ ଓ ଭାଉଜଙ୍କ ସହ ରହୁଥିଲେ । ତାଙ୍କ ଭାଇ ଜଣେ ଟ୍ରାକ୍ଟର୍‌ ଚାଳକ । ଝାରସୁଗୁଡ଼ା ଆସି ଯୁବତୀ ଜଣକ ଘର ତୋଳା ହେଉଥିବା ସ୍ଥାନମାନଙ୍କରେ କାମ କରି ପେଟ ପୋଷୁଥିଲେ ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି ।

ଯୁବତୀଙ୍କୁ ଠାବ କରିବା ପରେ ପୋଲିସ ତାଙ୍କର ଡାକ୍ତରୀ ଯାଞ୍ଚ କରାଇଥିଲା । ତାଙ୍କ ଅବସ୍ଥା ଭଲ ଅଛି । ତାଙ୍କ କୋଭିଡ୍‌ ପରୀକ୍ଷା କରାଯିବାର ଅଛି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ଏହି ବଳାତ୍କାର ଘଟଣା ଝାରସୁଗୁଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲକଡାଉନରେ ଦୋକାନ ବଜାର ବନ୍ଦ ରହୁଥିବାରୁ ରାସ୍ତା ଘାଟ ଜନଶୂନ୍ୟ ଥିଲା । ଏହାର ଫାଇଦା ଉଠାଇ ଅଭିଯୁକ୍ତ ଯୁବକ ଦ୍ୱୟ ନାବାଳିକାକୁ ନିଜ ଲୋଲୁପ ଦୃଷ୍ଟିର ଶିକାର ବନାଇଥିଲେ । ପୀଡ଼ିତା ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।



ଏବେ ଫେରାର୍‌ ଥିବା ଦ୍ୱିତୀୟ ଅଭିଯୁକ୍ତ ବି ବସରେ ହେଲ୍ପର ରୂପେ କାମ କରେ । ତା’ ବୟସ ୨୨-୨୩ ବର୍ଷ ହେବ ଓ ସେ ବି ସ୍ଥାନୀୟ ବାସିନ୍ଦା । ତା’ ପରିଚୟ ଠିକ୍‌ ଭାବେ ପୋଲିସ ଜାଣିପାରି ନାହିଁ । ତାକୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
Published by:Anand S.T. Das
First published: