News18 Odia Digital
ଭୁବନେଶ୍ୱର: ବାରିପଦାରେ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦୁଇ ଜଣ ସରକାରୀ ଅଧିକାରୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରି ଆହତ କରିଛନ୍ତି । ଏହି ଦୁଇ ଜଣ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ମାଗୁଥିବା ଫାଇଲଗୁଡ଼ିକ ଧରି ତାଙ୍କୁ ସାକ୍ଷାତ କରିବାକୁ ସେମାନେ ଆସି ନ ଥିବାରୁ ସେ ସେମାନଙ୍କୁ ମାଡ ମାରିଥିଲେ । ତେବେ ଟୁଡୁ ଏହି ଅଭିଯୋଗକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି । ତାଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ଼ର ଡେପୁଟି ଡାଇରେକ୍ଟର୍ ଅଶ୍ୱିନୀ ମଲ୍ଲିକ ଓ ବୋର୍ଡ଼ର ଆସିଷ୍ଟାଣ୍ଟ୍ ଡାଇରେକ୍ଟର୍ ଦେବଶିଷ ମହାପାତ୍ର ସାମ୍ବାଦିକମାନଙ୍କୁ ନିଜ ଦେହର ଆଘାତ ଦେଖାଇ କହିଛନ୍ତି ଯେ ବାରିପଦାସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଲ ଶକ୍ତି ରାଜ୍ୟ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗୁରୁବାର ଦିନ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ୫୬-ବର୍ଷୀୟ ଟୁଡୁ ମୟୂରଭଞ୍ଜରୁ ବିଜେପି ସାଂସଦ ଅଛନ୍ତି ।
ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍; ଜାଣନ୍ତୁ ସବୁ କିଛି‘‘କେନ୍ଦ୍ର ମନ୍ତ୍ରୀ ଇଞ୍ଜିନିୟର୍ ବିଶ୍ୱେଶ୍ୱର ଟୁଡୁ ଆମକୁ ଗୁରୁବାର ଦିନ ତାଙ୍କୁ ତାଙ୍କ ପାର୍ଟି ଅଫିସରେ ସାକ୍ଷାତ କରିବାକୁ କହିଥିଲେ। ସେଠାରେ ସେ ଏକ ଚେୟାର ଉଠାଇ ସେଥିରେ ମୋତେ ପିଟିଥିଲେ । ସେ ଆମ ଡେପୁଟି ଡାଇରେକ୍ଟରଙ୍କୁ ବି ଆକ୍ରମଣ କରିଥିଲେ,’’ ନିଜ ଭାଙ୍ଗିଯାଇଥିବା ବାମ ହାତ ଦେଖାଇ କହିଛନ୍ତି ଦେବଶିଷ ମହାପାତ୍ର ।

ହସପିଟାଲରେ ଆହତ ଜିଲ୍ଲା ଯୋଜନା ବୋର୍ଡ଼ର ଡେପୁଟି ଡାଇରେକ୍ଟର୍ ଅଶ୍ୱିନୀ ମଲ୍ଲିକ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ହେ ଭଗବାନ! କାହିଁକି ମୋ’ ବାହାଘର କରେଇଲ… ମୋ’ ସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ କହିଲେ ମହିଳାମହାପାତ୍ର କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ବ୍ୟକ୍ତିଗତ ସହାୟକ ତାଙ୍କୁ ଓ ଅଶ୍ୱିନୀ ମଲ୍ଲିକଙ୍କୁ MPLAD ଯୋଜନାର ଫାଇଲଗୁଡ଼ିକ ଧରି ଆସି ମନ୍ତ୍ରୀଙ୍କୁ ଭେଟିବାକୁ ଫୋନ୍ ମାଧ୍ୟମରେ କହିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନ କାରଣରୁ ଓଡି଼ଶାରେ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି ଦୁଇ ଅଧିକାରୀ ପ୍ରଥମେ ଫାଇଲ୍ ଧରି ଆସିବାକୁ ମନା କରିଦେଇଥିବାରୁ ମନ୍ତ୍ରୀ ରାଗି ଯାଇଥିଲେ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡି଼ବା ପରେ ଧୋନି ଓ ଶାସ୍ତ୍ରୀଙ୍କ ନାଁ ନେଲେ; କ’ଣ କହିଲେ ଜାଣନ୍ତୁ‘‘ଯେତେବେଳେ ଆମେ ଶେଷରେ ତାଙ୍କ ପି.ଏ.ଙ୍କ ପରାମର୍ଶ ଅନୁଯାୟୀ ଫାଇଲ୍ ନ ଆଣି ତାଙ୍କୁ ଦେଖା କରିବାକୁ ଗଲୁ, ମନ୍ତ୍ରୀ ଆମ ଉପରେ ବହୁତ ରାଗି ଯାଇଥିଲେ । ସେ ଚିତ୍କାର କରି କହିଥିଲେ ଯେ ଆମେ ଠିକ୍ ଭାବେ କାମ କରୁନାହୁଁ ଓ ତାଙ୍କ କଥା ଶୁଣୁନାହୁଁ । ସେ ଜଣକୁ କହିଥିଲେ ସଟର୍ ବନ୍ଦ କରିଦେବାକୁ । ତା’ପରେ ସେହି ରୁମରେ କେବଳ ସେ ଓ ଆମେ ଦୁଇ ଅଧିକାରୀ ଥିଲୁ । ସେ ଗୋଟେ ଚେୟାର୍ ଉଠାଇ ଆମକୁ ସେଥିରେ ପିଟିଥିଲେ,’’ କହିଛନ୍ତି ମହାପାତ୍ର । ତାଙ୍କ ଭଙ୍ଗା ବାହୁକୁ ଠିକ୍ କରିବା ପାଇଁ ତାଙ୍କୁ ଦିନେ ବା ଦୁଇ ଦିନ ମଧ୍ୟରେ ସର୍ଜରୀ କରାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁଡାକ୍ତରଖାନାରେ ବେଡ୍ ଉପରେ ବସି ଜିଲ୍ଲା ଯୋଜନା ବୋର୍ଡ଼ର ଡେପୁଟି ଡାଇରେକ୍ଟର ଅଶ୍ୱିନୀ ମଲ୍ଲିକ କହିଛନ୍ତି ଯେ ସେ ଓ ତାଙ୍କ ସହକର୍ମୀ ଦେବଶିଷ ମହାପାତ୍ର ବାଧ୍ୟ ହୋଇ ମନ୍ତ୍ରୀଙ୍କୁ ତାଙ୍କ ପାର୍ଟି ଅଫିସରେ ଦେଖା କରିବାକୁ ଯାଇଥିଲେ, ହେଲେ ସେମାନେ ଜାଣି ନ ଥିଲେ ଯେ ‘‘ସେ ଆମକୁ ଜଣେ ଅପରାଧୀ ଭଳି ଆକ୍ରମଣ କରିବେ’’ ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା‘‘ଆମେ ମନ୍ତ୍ରୀଙ୍କ ପି.ଏ.ଙ୍କୁ ବୁଝାଇ କହିଥିଲୁ ଯେ ଫାଇଲ୍ ନେଇ ଆମେ ପାର୍ଟି ଅଫିସରେ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଦେଖା କରିବା ଆଚରଣ ସଂହିତା ଓ ପ୍ରୋଟୋକଲର ଉଲ୍ଲଙ୍ଘନ ହେବ । ହେଲେ ସେ ଆମକୁ ଆସିବାକୁ ବାଧ୍ୟ କଲେ ଓ ବିନା ଫାଇଲରେ ମନ୍ତ୍ରୀଙ୍କୁ ଭେଟିବା ପାଇଁ କହିଥିଲେ । ଆମେ ଆସିବାରୁ ମନ୍ତ୍ରୀ ଆମ ଉପରେ ଆକ୍ରମଣ କଲେ,’’ ନିଜ ରକ୍ତ ବୋହୁଥିବା ହାତ ଦେଖାଇ କହିଛନ୍ତି ଅଶ୍ୱିନୀ ମଲ୍ଲିକ ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀପ୍ରଥମ ଥର ମନ୍ତ୍ରୀ ତଥା ସାଂସଦ ହୋଇଥିବା ବିଶ୍ୱେଶ୍ୱର ଟୁଡୁ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହେଲେ ମାଡ଼ ମାରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ବାରିପଦା ଟାଉନ୍ ଥାନାରେ ଅଭିଯୋଗକାରୀଙ୍କ ଏତାଲା ଭିତ୍ତିରେ IPCର ଦଫା ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ରେ ଏକ ମାମଲା ରୁଜୁ ହୋଇଛି ।
ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣ‘‘ତାଙ୍କୁ ମାଡ଼ ଦେଇଥିଲେ ସେମାନେ ଯାଇପାରିଥା'ନ୍ତେ ନା? ଏଟା ମିଛ କଥା । ରିଭ୍ୟୁ ମିଟିଂ ହେଉଥିଲା । ତା’ ପରେ ଲଞ୍ଚ୍ ହେଲା । ଲେଟ୍ ହେଇଯିବାରୁ ମୁଁ ସେମାନଙ୍କୁ କହିଥିଲି ‘ତୁମେ ଗୋଟେ କାମ କର, କାଲି ୧୧ଟା ବେଳେ ଫାଇଲଗୁଡ଼ିକ ଧରି ଆସ ।’ ଏତିକି କଥା । ସେଇଠୁ ସେମାନେ ଯାଇଛନ୍ତି ତ ଯାଇଛନ୍ତି,’’ କହିଛନ୍ତି ଟୁଡୁ ।
ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲାସେ ଆହୁରି କହିଛନ୍ତି, ‘‘ମୁଁ ସେମାନଙ୍କୁ ଫାଇଲଗୁଡ଼ିକ ସହିତ ଆସିବାକୁ କହିଥିଲି କାରଣ ମୁଁ ଜାଣିବାକୁ ଚାହୁଁଥିଲି MPLAD ପାଣ୍ଠିର ୭ କୋଟି ଟଙ୍କାରୁ କେତେ ଖର୍ଚ୍ଚ ହୋଇଛି ଓ କେମିତି ଖର୍ଚ୍ଚ ହୋଇଛି । କିଛି ଲୋକ ଏହି ଡ୍ରାମା ସୃଷ୍ଟି କରୁଛନ୍ତି କାରଣ ସେମାନେ ଜାଣିଛନ୍ତି ଯେ ଏଠି (ପଞ୍ଚାୟତ ନିର୍ବାଚନରେ) ବିଜେପି ବିପୁଳ ସଂଖ୍ୟାରେ ଜିତିବାକୁ ଯାଉଛି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।